ମ୍ୟାଚ ପୂର୍ବରୁ ମଲ୍ ବୁଲିଲେ ୱେଷ୍ଟଇଣ୍ଡିଜ ଖେଳାଳି; ଏସପ୍ଲାନେଡରେ ସପିଂ କଲେ, ଲୋକଙ୍କ ସହ ସେଲଫି ଉଠାଇଲେ

ଭୁବନେଶ୍ବର: ମ୍ୟାଚ ପୂର୍ବରୁ ମଲ୍ ବୁଲିଲେ ୱେଷ୍ଟଇଣ୍ଡିଜ ଖେଳାଳି ।ୱେଷ୍ଟଇଣ୍ଡିଜର ଖେଳାଳିମାନେ ଭୁବନେଶ୍ୱର ରସୁଲଗଡସ୍ଥିତ ଏସପ୍ଲାନେଡ ମଲରେ ସପିଂ କରିଛନ୍ତି । ଏହା ସହିତ ସେମାନେ ଅନ୍ୟ ଗ୍ରାହକମାନଙ୍କ ସହ ସେଲଫି ଉଠାଇଥିବା ଦେଖିବାକୁ ମିଳିଛି । ଖେଳାଳିମାନେ ସପିଂ କରିବାକୁ ଆସିଥିବା ଖବର ପାଇ ସେମାନଙ୍କୁ ଦେଖିବାକୁ ଏସପ୍ଲାନେଡ ମଲରେ ଭିଡ ଜମିଥିଲା । ଆଜି ଦୁଇ ଦେଶର ଖେଳାଳି ବାରବାଟୀରେ ଅଭ୍ୟାସ କରିବାର କାର୍ଯ୍ୟକ୍ରମ ରହିଥିଲା । କିନ୍ତୁ ଶେଷ ମୁହୂର୍ତରେ ଅଭ୍ୟାସ ବାତିଲ ହେବା ପରେ ହୋଟେଲରେ ବିଶ୍ରାମ ନେଉଥିବା ୱେଷ୍ଟଇଣ୍ଡିଜର ଖେଳାଳି ସହର ବୁଲିବା ସହିତ ଜିନିଷପତ୍ର କିଣିବାକୁ ବାହାରିଥିଲେ ।

ସେପଟେ ଭାରତ- ୱେଷ୍ଟଇଣ୍ଡିଜ୍ ଦିନିକିଆ ପାଇଁ ପ୍ରସ୍ତୁତ ବାରବାଟୀ । ଆଉ ମାତ୍ର ଦିନକ ପରେ ମ୍ୟାଚ ହେବାକୁ ଯାଉଥିବାରୁ ଷ୍ଟାଡିୟମର ସୁରକ୍ଷାକୁ କଡାକଡି କରାଯାଇଛି । ଆଜି ଷ୍ଟାଡିୟମକୁ ଯାଇ ସୁରକ୍ଷାର ସମୀକ୍ଷା କରିଛନ୍ତି ପୋଲିସ ଡିଜି । ଏହା ସହିତ ପଡିଆକୁ ତନ୍ନତନ୍ନ କରି ଯାଂଚ କରିଛନ୍ତି ଡଗ ସ୍କ୍ୱାର୍ଡ । ଆସନ୍ତାକାଲି ଖେଳାଳିମାନେ ଅଭ୍ୟାସ କରିବାକୁ ଆସିବାକୁ ଥିବାରୁ ଏହା ପୂର୍ବରୁ ପଡିଆର ସୁରକ୍ଷା ଯାଂଚ କରାଯାଉଛି । ସ୍ଥିତି ସମୀକ୍ଷା ପରେ ଡିଜି କହିଛନ୍ତି, ମ୍ୟାଚ ଦିନ ଷ୍ଟାଡିୟମକୁ ଜଗିବେ ୮୦ ପ୍ଲାଟୁନ୍ ଫୋର୍ସ  ଓ ଖେଳାଳିଙ୍କ ସୁରକ୍ଷାକୁ ବିଶେଷ ଭାବରେ ଗୁରୁତ୍ୱ ଦିଆଯାଉଛି ।

ସମ୍ବନ୍ଧିତ ଖବର