ବ୍ରେନ୍ଷ୍ଟ୍ରୋକ୍ ପାରାଲିସିସ୍ ବୁଝାଇଥାଏ, ଯାହାକି ରୋଗୀ ଏବଂ ତାଙ୍କ ପରିବାର ପାଇଁ ଏକ ପ୍ରକାର ବଜ୍ରପାତରୁ କିଛି କମ୍ ହୋଇନଥାଏ। ପରିବାରର ଭରଣପୋଷଣ ଉପରେ ମଧ୍ୟ ଅତ୍ୟଧିକ ଚାପ ପଡ଼ିଥାଏ।
Sambad is now on WhatsApp
Join and get latest news updates delivered to you via WhatsApp
ମସ୍ତିଷ୍କାଘାତ କ’ଣ ?
ମସ୍ତିଷ୍କର କୌଣସି ଏକ ଭାଗକୁ ରକ୍ତ ପ୍ରବାହ ବନ୍ଦ ହୋଇଗଲେ, ମସ୍ତିଷ୍କର କୋଷିକାକୁ ଅମ୍ଳଜାନ ଯାଇପାରେନାହିଁ। ତେଣୁ କୋଷିକାଗୁଡ଼ିକ ମରିଯାଇଥାନ୍ତି। ମସ୍ତିଷ୍କକୁ ଯାଉଥିବା ଶିରା-ପ୍ରଶିରା ବା ଶିରା ଭିତରେ ରକ୍ତ ଜମାଟ ବାନ୍ଧିବା ଏହାର ମୁଖ୍ୟ କାରଣ ହୋଇଥାଏ।
ମସ୍ତିଷ୍କାଘାତକୁ କିପରି ଜାଣିବା?
ବଡ଼ଧରଣର ମସ୍ତିଷ୍କାଘାତ ହେବାର କିଛି ଦିନ ପୂର୍ବରୁ ସାଧାରଣତଃ ସାମାନ୍ୟ ଆକାରର ଲକ୍ଷଣ ଦେଖାଯାଇଥାଏ। ହଠାତ୍ ଅନ୍ଧାର ଦେଖାଯିବା, ମୁଣ୍ଡ ବୁଲାଇବା, ପାଟି ଖନି ମାରିବା ବା ଗୋଟେ ଆଡ଼କୁ ଟାଣି ହେବା ବା ଏକ ପାର୍ଶ୍ବର ହାତ କିମ୍ବା ଗୋଡ଼ ଦୁର୍ବଳ ହୋଇପଡ଼ିବା; ଯାହାକି କିଛି ସମୟ ପାଇଁ ହୋଇ ଆପେ ଆପେ ଠିକ୍ ହୋଇଯାଇଥାଏ। ଏହାକୁ transient ischemic attack (TIA) କୁହାଯାଏ। ଏହା ମସ୍ତିଷ୍କାଘାତର ପ୍ରାରମ୍ଭିକ ଲକ୍ଷଣ ହୋଇଥାଏ।
ମସ୍ତିଷ୍କାଘାତର କିପରି ପ୍ରତିକାର କରାଯାଇପାରିବ ?
ସାଧାରଣତଃ ମସ୍ତିଷ୍କାଘାତ ରୋଗୀଙ୍କର ମଧୁମେହ, ରକ୍ତଚାପ ରୋଗ ଥାଏ। ଅଧିକ ବୟସ, ଧୂମପାନ, ଅଧିକା ଚର୍ବି ଜମିବା ଅନ୍ୟତମ କାରଣ ହୋଇଥାଏ। ଏହା ମସ୍ତିଷ୍କକୁ ଯାଉଥିବା ଶିରାରେ ସଂକୀର୍ଣ୍ଣତା ଆଣିଥାଏ, ଯାହାକୁ Atherosclerosis କୁହାଯାଏ। ପ୍ରାଥମିକ ଲକ୍ଷଣ ଦେଖାଦେଲେ, ରୋଗୀର ମସ୍ତିଷ୍କକୁ ଯାଉଥିବା ଶିରା-ପ୍ରଶିରାକୁ ଯାଞ୍ଚ କରାଯିବା ଉଚିତ। ସାଧାରଣତଃ MRI ବା CT Scan Angiogramରେ ଜଣାପଡ଼ିଯାଏ।
ରକ୍ତଚାପ ଓ ମଧୁମେହ, ଅଧିକ ଚର୍ବିର ଚିକିତ୍ସା କରାଯିବା ଉଚିତ
ଯେଉଁ ଜାଗାରେ ଶିରା-ପ୍ରଶିରାର ସଂକୀର୍ଣ୍ଣତା ଅଧିକ ଥାଏ, ତାକୁ angioplasty and stenting ଦ୍ବାରା ଖୋଲା ଯାଇପାରେ। ଏହାଦ୍ବାରା ଭବିଷ୍ୟତରେ ବଡ଼ ଧରଣର ମସ୍ତିଷ୍କାଘାତକୁ ଏଡ଼ାଇ ଯାଇପାରିବ। ଯେପରି ହୃଦ୍ଘାତରେ angioplasty and stenting କରାଯାଏ।
ମସ୍ତିଷ୍କାଘାତର ଚିକିତ୍ସା
କୌଣସି ଛୋଟ ଧରଣର ମସ୍ତିଷ୍କାଘାତ ରୋଗୀ ଯଦି ୩ ଘଣ୍ଟା ଭିତରେ ଡାକ୍ତରଖାନାକୁ ଆସିଥାଏ, ତେବେ ଶିରା ଭିତରେ ରକ୍ତ ଜମାଟ ଭାଙ୍ଗିବା ପାଇଁ Intravenous Medicine (clot brusting medicine) ଦିଆଯାଏ, ଯାହାକି ରକ୍ତ ଜମାଟକୁ ମିଳାଇବାରେ ସାହାଯ୍ୟ କରେ।
Mechanical thrombectomy ବଡ଼ ଧରଣର ମସ୍ତିଷ୍କାଘାତ Intravenous Medicineରେ ସାଧାରଣତଃ ଠିକ୍ ହୁଏ ନାହିଁ। ସେହିଭଳି ରୋଗୀଙ୍କର Angiography ଦ୍ବାରା ସୂକ୍ଷ୍ମ ଟ୍ୟୁବ୍ ଦ୍ବାରା ମସ୍ତିଷ୍କର ଶିରା ଭିତରକୁ ଯାଇ ରକ୍ତ ଜମାଟକୁ ଟାଣି ବାହାର କରିଥାଏ, ଯାହାକି ଷ୍ଟ୍ରୋକ୍ ହେବାର ୬ ଘଣ୍ଟା ଭିତରେ କରାଯାଇପାରେ। ଏହାଦ୍ବାରା ବଡ଼ ଧରଣର ଷ୍ଟ୍ରୋକ୍ଟି ସମ୍ପୂର୍ଣ୍ଣ ଭଲ ହୋଇଯାଇପାରେ। ଏହି ଚିକିତ୍ସା ପଦ୍ଧତି ଆଗରୁ ଆମ ରାଜ୍ୟରେ ଉପଲବ୍ଧ ନ ଥିଲା। କିନ୍ତୁ ବର୍ତ୍ତମାନ ଏହି ଚିକିତ୍ସା ଆମ ରାଜ୍ୟରେ ହୋଇପାରୁଛି। ଏହା ଦ୍ବାରା ଅନେକ ରୋଗୀ ସେମାନଙ୍କର ମସ୍ତିଷ୍କାଘାତକୁ ଅଟକାଇପାରିବେ ଏବଂ ୬ ଘଣ୍ଟା ଭିତରେ ସମ୍ପୂର୍ଣ୍ଣ ଚିକିତ୍ସା କରିପାରିବେ।
ଡା. ମାନସ ରଂଜନ କର, ସିନିୟର୍ କନସଲ୍ଟାଣ୍ଟ,
ଏଣ୍ଡୋଭାସ୍କୁଲାର୍ ଓ ନ୍ୟୁରୋଇଣ୍ଟରଭେନସନ୍
ଆପୋଲୋ ହସ୍ପିଟାଲ
ମୋ: ୮୫୯୯୦୦୯୨୯୨