ୟୁନିଟ୍-୮ ସରସ୍ବତୀ ଶିଶୁ ବିଦ୍ୟାମନ୍ଦିରରୁ ୧୪ ଜଣ ଏ-୧
ପାସ୍ ହାର ଶତପ୍ରତିଶତ ରହିଛି। ୧୭୫ଜଣ ଛାତ୍ରଛାତ୍ରୀଙ୍କ ମଧ୍ୟରୁ ୧୪ଜଣ ଏ-୧ ଗ୍ରେଡ୍, ୫୧ଜଣ ଏ-୨, ୫୫ଜଣ ବି-୧, ୪୬ ଜଣ ବି-୨ ଓ ୯ଜଣ ସି-ଗ୍ରେଡ୍ରେ ରହିଛନ୍ତି। ବିଦ୍ୟାଳୟର ୩ଜଣ ଛାତ୍ର ଆଶୁତୋଷ ପଲାଇ, ଆୟୁର୍ଯଶ ଦାସମହାପାତ୍ର, ପ୍ରତ୍ୟୁଷ ବିଶ୍ବାଳ ସର୍ବାଧିକ ୫୬୩ ମାର୍କ ରଖିଛନ୍ତି।
ଭଗବତ୍ ଗୀତା ବିଦ୍ୟାମନ୍ଦିରରେ ଛାତ୍ରୀ ଆଗୁଆ
ସମସ୍ତ ୧୩୪ଜଣ ବିଦ୍ୟାର୍ଥୀ ପାସ୍ ହୋଇଛନ୍ତି। ଛାତ୍ରଙ୍କ ତୁଳନାରେ ଛାତ୍ରୀ ଆଗୁଆ ଅଛନ୍ତି। ଏ-୧ ଗ୍ରେଡ୍ରେ ୧୨, ଏ-୨ରେ ୩୩, ବି-୧ରେ ୫୦, ବି-୨ରେ ୩୬ ଓ ସି ଗ୍ରେଡ୍ରେ ୩ଜଣ ରହିଛନ୍ତି। ଛାତ୍ରୀ ବିଷ୍ଣୁପ୍ରିୟା ଦାସ ସର୍ବାଧିକ ୫୬୩ ମାର୍କ ରଖଛନ୍ତି।
ବରମୁଣ୍ଡା ସରସ୍ବତୀ ଶିଶୁ ମନ୍ଦିର
୨୩୧ଜଣ ଛାତ୍ରଛାତ୍ରୀଙ୍କ ମଧ୍ୟରୁ ଏ-୧ ରେ ୨୫ଜଣ, ଏ-୨ରେ ୫୫, ବି-୧ରେ ୫୨, ବି-୨ରେ ୫୧ ଓ ସି-ରେ ୪୮ଜଣ ରହିଛନ୍ତି। ଛାତ୍ରୀ ସ୍ବୟଂପ୍ରଭା ଚହଟରାୟ ସର୍ବାଧିକ ୫୮୨ ମାର୍କ ରଖିଛନ୍ତି। ବିଦ୍ୟାଳୟର ପାସ୍ ହାର ଶତ ପ୍ରତିଶତ ରହିଛି।
ଭୀମଟାଙ୍ଗି ସରସ୍ବତୀ ଶିଶୁମନ୍ଦିରରେ ୯ଜଣ ଏ-୧ ଗ୍ରେଡ୍
ସମସ୍ତ ୧୭୧ଜଣ ଛାତ୍ରଛାତ୍ରୀ ପାସ୍ କରିଛନ୍ତି। ସେମାନଙ୍କ ମଧ୍ୟରୁ ୯ଜଣ ଏ-୧ ଗ୍ରେଡ଼୍ ରଖିଛନ୍ତି। ସେହିପରି ଏ-୨ରେ ୪୭ଜଣ, ବି-୧ରେ ୪୪ଜଣ, ବି-୨ରେ ୫୬ଜଣ ରହିଛନ୍ତି। ପ୍ରଧାନ ଆଚାର୍ଯ୍ୟ ରଞ୍ଜନ କୁମାର ପରିଡ଼ା ଛାତ୍ରଛାତ୍ରୀମାନଙ୍କୁ ଶୁଭେଚ୍ଛା ଜଣାଇଛନ୍ତି।
ୟୁନିଟ୍-୨ ବାଳିକା ଉଚ୍ଚବିଦ୍ୟାଳୟ
ପାସ୍ ହାର ଶତପ୍ରତିଶତ ରହିଛି। ବିଦ୍ୟାଳୟରେ ୧୧୮ ଜଣ ଛାତ୍ରୀ ପରୀକ୍ଷା ଦେଇଥିଲେ। ଜଣେ ଛାତ୍ରୀ ଏ-୧ ଗ୍ରେଡ୍ ପାଇଥିବା ବେଳେ ଏ-୨ରେ ୫ ଜଣ, ବି-୧ରେ ୧୬ ଜଣ, ବି-୨ରେ ୨୮ ଜଣ, ସିରେ ୪୭ ଜଣ, ଡି’ରେ ୧୧ ଜଣ ଓ ଇ-ଗ୍ରେଡ୍ରେ ୧୦ ଜଣ ଉତ୍ତୀର୍ଣ୍ଣ ହୋଇଛନ୍ତି। କେ. ସରସ୍ବତୀ ରେଡ୍ଡୀ ୫୫୦ ନମ୍ବର ରଖି ବିଦ୍ୟାଳୟର ଟପର୍ ହୋଇଛନ୍ତି।
ରାମକୃଷ୍ଣ ମିସନ୍ ବିବେକାନନ୍ଦ ହାଇସ୍କୁଲ
ରାମକୃଷ୍ଣ ମିସନ ବିବେକାନନ୍ଦ ଶିକ୍ଷାକେନ୍ଦ୍ରର ଶତ ପ୍ରତିଶତ ଛାତ୍ରଛାତ୍ରୀ ସଫଳ ହୋଇଛନ୍ତି। ସେମାନଙ୍କ ମଧ୍ୟରୁ ଆଦାଶ୍ୟା ପତି ୫୪୭ମାର୍କ ରଖି ଏ-୧ ଗ୍ରେଡ୍ରେ ଉତ୍ତୀର୍ଣ୍ଣ ହୋଇଛନ୍ତି। ସେହିପରି ଏ-୨ରେ ୬ଜଣ, ବି-୧ରେ ୯ଜଣ ରହିଛନ୍ତି।
ମାଆ ଭୂବାସିନୀ ସରକାରୀ ହାଇସ୍କୁଲ
ସମସ୍ତ ୫୪ଜଣ ମାଟ୍ରିକ୍ ପରୀକ୍ଷାର୍ଥୀ ପାସ୍ କରିଛନ୍ତି। ଜ୍ୟୋତ୍ସ୍ନାମୟୀ ବାରିକ ସର୍ବାଧିକ ୫୩୨ ନମ୍ବର ରଖିଛନ୍ତି। ଏହାସହ ବିଦ୍ୟାଳୟରେ ମୋଟ ୨ ଜଣ ଏ -୨, ୮ ଜଣ ବି -୧, ୧୦ ଜଣ ବି -୨ ଗ୍ରେଡ ରେ ଉତ୍ତୀର୍ଣ୍ଣ ହୋଇଛନ୍ତି।
ନୀଳାଦ୍ରିବିହାର ସରସ୍ବତୀ ଶିଶୁ ବିଦ୍ୟାମନ୍ଦିର
ସମସ୍ତ ୧୮୫ ଛାତ୍ରଛାତ୍ରୀ କୃତକାର୍ଯ୍ୟ ହୋଇଛନ୍ତି। ସେମାନଙ୍କ ମଧ୍ୟରୁ ଏ-୧ଗ୍ରେଡ୍ରେ ୧୦ଜଣ, ଏ-୨ଗ୍ରେଡ୍ରେ ୪୪ଜଣ, ବି-୧ରେ ୫୧ଜଣ ଏବଂ ବି-୨ ୫୩ଜଣ ଉତ୍ତୀର୍ଣ୍ଣ ହୋଇଛନ୍ତି। ବିଶ୍ବପ୍ରକାଶ ଶତପଥୀ ୫୫୩, ଆଦ୍ୟାଶା ପାଣି ୫୫୦, ଆଦିତ୍ୟରାଜ ଖଣ୍ଡାୟତରାୟ ୫୪୯ ନମ୍ବର ରଖି ସ୍କୁଲ୍ ଟପର୍ ହୋଇଛନ୍ତି।
ଜୟଦେବବିହାର ସରସ୍ୱତୀ ଶିଶୁ ବିଦ୍ୟାମନ୍ଦିର
ଶତପ୍ରତିଶତ ପରୀକ୍ଷା ଫଳ ହୋଇଛି। ସମସ୍ତ ୭୧ଜଣ ପରୀକ୍ଷାର୍ଥୀ ପାସ୍ କରିଥିବା କହିଛନ୍ତି ପ୍ରଧାନ ଆଚାର୍ଯ୍ୟ ନିଶାନ୍ କୁମାର ବିଶ୍ୱାଳ। ବିଦ୍ୟାଳୟର ୫ଜଣ ବିଦ୍ୟାର୍ଥୀ ଏ-୧ଗ୍ରେଡ୍ରେ ପାସ୍ କରିଛନ୍ତି। ଏ-୨ରେ ୨୧ଜଣ, ବି-୧ରେ ୩୫ଜଣ ଓ ବି-୨ରେ ୧୦ଜଣ ପାସ୍ କରିଛନ୍ତି।
ବଡଗଡ଼ ଶିଶୁମନ୍ଦିରରେ ୯ଜଣ ଏ-୧ ଗ୍ରେଡ୍
ସମସ୍ତ ୧୪୧ଜଣ ମାଟ୍ରିକ୍ ପରୀକ୍ଷାର୍ଥୀ କୃତକାର୍ଯ୍ୟ ହୋଇଛନ୍ତି। ସେଥିମଧ୍ୟରୁ ଏ-୧ରେ ୯ଜଣ ଛାତ୍ରଛାତ୍ରୀ ରହିଛନ୍ତି। ସମୀକ୍ଷା ଦାଶ ସର୍ବାଧିକ ୫୫୨ ମାର୍କ ରଖିଛନ୍ତି। ସେହିପରି ଏ-୨ରେ ୮୨ଜଣ, ବି-୧ରେ ୪୮ଜଣ, ବି-୨ରେ ୨ଜଣ ରହିଛନ୍ତି। ବିଦ୍ୟାଳୟର ପ୍ରଧାନ ଆଚାର୍ଯ୍ୟ ଗିରିଜା କୁମାର ମହାପାତ୍ର ଛାତ୍ରଛାତ୍ରୀଙ୍କୁ ଶୁଭେଚ୍ଛା ଜଣାଇଛନ୍ତି।
ପଟିଆ ସରସ୍ବତୀ ଶିଶୁ ବିଦ୍ୟାମନ୍ଦିର
ପଟିଆ ସରସ୍ବତୀ ଶିଶୁବିଦ୍ୟାମନ୍ଦିରର ୪୮ଛାତ୍ରଛାତ୍ରୀଙ୍କ ମଧ୍ୟରୁ ଏ-୨ରେ ୫ଜଣ, ବି-୧ରେ ୧୮ଜଣ, ବି-୨ରେ ୮ଜଣ ଉତ୍ତୀର୍ଣ୍ଣ ହୋଇଛନ୍ତି। ସବୁ ପିଲା ପାସ୍ କରିଛନ୍ତି ବୋଳି ପ୍ରଧାନ ଶିକ୍ଷକ ରାକେଶ କୁମାର ପାଣି କହିଛନ୍ତି।
ଆଦିମାତା କଲୋନି ଶିଶୁ ବିଦ୍ୟାମନ୍ଦିର
ଶତପ୍ରତିଶତ ଫଳାଫଳ ହୋଇଛି। ୫୨ଜଣ ଛାତ୍ରଛାତ୍ରୀଙ୍କ ମଧ୍ୟରୁ ଏ-୧ରେ ଜଣେ, ଏ-୨ରେ ୬ଜଣ, ବି-୧ରେ ୧୭ଜଣ, ବି-୨ରେ ୧୦ଜଣ ଉତ୍ତୀର୍ଣ୍ଣ ହୋଇଛନ୍ତି। ଅମିୟ ରଞ୍ଜନ ଗୌଡ଼ ୫୪୧ନମ୍ବର ରଖି ବିଦ୍ୟାଳୟର ଟପର୍ ହୋଇଛନ୍ତି ବୋଲି ପ୍ରଧାନ ଶିକ୍ଷକ କହିଛନ୍ତି।
ବଡ଼ଗଡ଼ ସରକାରୀ ହାଇସ୍କୁଲ
ବଡ଼ଗଡ଼ ସରକାରୀ ଉଚ୍ଚ ବିଦ୍ୟାଳୟର ବିଦ୍ୟାର୍ଥୀ ଜନିମଜ୍ୟୋତି ସାହୁ ଏ-୧ ଗ୍ରେଡ୍ରେ ଉତ୍ତୀର୍ଣ୍ଣ ହୋଇ ସ୍କୁଲ ପାଇଁ ସୁନାମ ଆଣିଛନ୍ତି। ୧୪୮ଜଣଙ୍କ ମଧ୍ୟରୁ ପାସ ହାର ୯୫ ପ୍ରତିଶତ ରହିଛି। ସେଥିମଧ୍ୟରୁ ଏ-୨ରେ ୮ଜଣ, ବି-୧ରେ ୨୫ଜଣ ରହିଛନ୍ତି। ଏହି ସଫଳତା ପାଇଁ ବିଦ୍ୟାଳୟର ପ୍ରଧାନ ଶିକ୍ଷୟତ୍ରୀ ଡ. ପ୍ରଜ୍ଞାପାରମିତା ଜେନା ସମସ୍ତଙ୍କୁ ଶୁଭେଚ୍ଛା ଜଣାଇଛନ୍ତି।
ପଟିଆ ଶ୍ରୀଜୟଦେବ ଶିକ୍ଷାକେନ୍ଦ୍ର
୧୨୦ଜଣ ଛାତ୍ରଛାତ୍ରୀଙ୍କ ମଧ୍ୟରୁ ୬ଜଣ ଏ-୧, ୨୨ଜଣ ଏ-୨, ୪୦ଜଣ ବି-୧ ଓ ୪୧ଜଣ ବି-୨ରେ ଉତ୍ତୀର୍ଣ୍ଣ ହୋଇଛନ୍ତି। ସ୍କୁଲର ଫଳାଫଳ ଶତପ୍ରତିଶତ ହୋଇଥିବା ପ୍ରଧାନ ଶିକ୍ଷକ ପ୍ରଦୀପ ପାଣି କହିଛନ୍ତି। ଓମ୍ ଆଶୁତୋଷ ପ୍ରଧାନ ୫୬୩, ଶଶିକାନ୍ତ ସାହୁ ୫୫୫, ସାର୍ଥକ ମହାନ୍ତି ୫୫୧, ସଂଯନୀ ନାୟକ ୫୫୪, ପ୍ରିୟାଶୁଂ ଯାଦବ ୫୪୪ ଓ ପ୍ରଣବ ସ୍ବାଇଁ ୫୫୦ ରଖି ସ୍କୁଲ ପାଇଁ ଗୌରବ ଆଣିଛନ୍ତି।
କ୍ୟାପିଟାଲ ହାଇସ୍କୁଲ
୯୯.୭୦ ପ୍ରତିଶତ ରେଜଲ୍ଟ ହୋଇଛି। ୩୪୨ଜଣ ପରୀକ୍ଷା ଦେଇଥିବା ବେଳେ ଏ-୧ ଗ୍ରେଡ୍ରେ ୨ଜଣ, ଏ୨ରେ ୧୫ଜଣ, ବି-୧ରେ ୪୨ଜଣ, ବି-୨ରେ ୫୪ଜଣ, ସି ଗ୍ରେଡ୍ରେ ୮୭ଜଣ ଡି’ରେ ୧୦୦ଜଣ ଓ ଇ-ଗ୍ରେଡ୍ ରେ୪୧ଜଣ ପାସ୍ କରିଛନ୍ତି। ଜଣେ ମାତ୍ର ପିଲା ଫେଲ ହୋଇଛନ୍ତି।
ୟୁନିଟ୍-୮ ବାଳକ ଉଚ୍ଚ ବିଦ୍ୟାଳୟ
ପାସ୍ ହାର ୯୮.୬୧ ପ୍ରତିଶତ ରହିଛି। ୨ଜଣ ଏ-୧ ଗ୍ରେଡ୍ରେ ପାସ୍ କରିଛନ୍ତି। ଏ-୨ରେ ୧୫ଜଣ, ବି-୧ରେ ୨୬ଜଣ, ବି-୨ରେ ୪୭ଜଣ, ସି’ରେ ୪୮ଜଣ, ଡି’ରେ ୩୭ଜଣ, ଇ-ଗ୍ରେଡ୍ରେ ୩୯ଜଣ ପାସ୍ କରିଥିବା ବେଳେ ୨ଜଣ ଫେଲ୍ ହୋଇଛନ୍ତି।
ରସୁଲଗଡ଼ ସରସ୍ବତୀ ଶିଶୁ ବିଦ୍ୟାମନ୍ଦିର
ରସୁଲଗଡ଼ ସରସ୍ବତୀ ଶିଶୁ ବିଦ୍ୟା ମନ୍ଦିରର ୨୨ଜଣ ପରୀକ୍ଷାର୍ଥୀଙ୍କ ମଧ୍ୟରୁ ୨ଜଣ ଏ-୨ ଗ୍ରେଡ୍ ପାଇଥିବା ବେଳେ ବି-୧ରେ ୫ଜଣ, ବି-୨ରେ ୬ଜଣ, ସିରେ ୬ଜଣ ଓ ଡି-ଗ୍ରେଡ୍ରେ ଜଣେ ବିଦ୍ୟାର୍ଥୀ ଉତ୍ତୀର୍ଣ୍ଣ ହୋଇଛନ୍ତି।
ଝାରପଡ଼ା ଶ୍ରୀ ଅରବିନ୍ଦ ପୂର୍ଣ୍ଣାଙ୍ଗ ଶିକ୍ଷାକେନ୍ଦ୍ର
ସମସ୍ତ ୧୦୨ଜଣ ଛାତ୍ରଛାତ୍ରୀ ପାସ୍ କରିଛନ୍ତି। ସିପ୍ରା ସାହୁ ୯୪.୬ ପତିଶତ ମାର୍କ ରଖି ଟପର୍ ହୋଇଛନ୍ତି। ଶୀତଲ ପ୍ରିୟଦର୍ଶିନୀ ଏବଂ ତାରିଣୀ ତନୟା ପଣ୍ଡା ଏ-୧ଗ୍ରେଡ୍ରେ ଉତ୍ତୀର୍ଣ୍ଣ ହୋଇଛନ୍ତି। ସେହିପରି ଏ-୨ରେ ୧୧ଜଣ, ବି-୧ରେ ୧୮ଜଣ, ବି-୨ରେ ୧୬ଜଣ ରହିଛନ୍ତି।