ପୂଜ୍ୟପୂଜାର ଏ କି ନମୁନା?

ଭୁବନେଶ୍ବର=): ରାଜଭବନ ଛକ ନିକଟରେ ପ୍ରତିଷ୍ଠିତ ଜାତୀୟ କବି ବାଞ୍ଛାନିଧି ମହାନ୍ତି ଓ କନିକାର ବିପ୍ଳବୀ ଜନନେତା ଚକ୍ରଧର ବେହେରାଙ୍କର ପ୍ରତିମୂର୍ତ୍ତି ଦୁଇଟି ରକ୍ଷଣାବେକ୍ଷଣ ଅଭାବରୁ ଅତ୍ୟନ୍ତ ଦୟନୀୟ ଦେଖାଯାଉଛି। ଏ ସମ୍ପର୍କରେ ରାଜ୍ୟ ସଂସ୍କୃତି ବିଭାଗ କିମ୍ବା ଭୁବନେଶ୍ବର ଉନ୍ନୟନ କର୍ତ୍ତୃପକ୍ଷ ଦୃଷ୍ଟି ଦେଉନଥିବା ସବୁଠାରୁ ଚିନ୍ତାଜନକ। ଆଶ୍ଚର୍ଯ୍ୟର କଥା ହେଲା ଏହି ବାଟ ଦେଇ ପ୍ରତିଦିନ ମନ୍ତ୍ରୀ, ଯନ୍ତ୍ରୀ ଓ ହାକିମମାନେ ଯାଉଥିଲେ ମଧ୍ୟ ଏହି ଚରମ ଅବହେଳା ପ୍ରତି କାହାର ନଜର ପଡ଼ୁନାହିଁ। ତୁରନ୍ତ ମୂର୍ତ୍ତିଗୁଡ଼ିକୁ ସଫା କରି ଏଥିରେ ନୂଆ ରଙ୍ଗ ଦେବା ପାଇଁ ସାଧାରଣରେ ଦାବି ହେଉଛି।

ସମ୍ବନ୍ଧିତ ଖବର