କୋଭିଡ୍ ହସ୍ପିଟାଲରେ ବାହାର ଜିଲ୍ଲାର ରୋଗୀ ଅଧିକ
୮୦% ଚିକିତ୍ସିତ ଆକ୍ରାନ୍ତ ରାଜଧାନୀ ବାହାରର
ରାଜଧାନୀର ମାତ୍ର ୮୦୧ ଆକ୍ରାନ୍ତ କୋଭିଡ୍ ହସ୍ପିଟାଲରେ
ଭୁବନେଶ୍ୱର : ରାଜଧାନୀରେ ଏବେ ଗୁରୁତର ରୋଗୀଙ୍କୁ ଚିକିତ୍ସା କରିବା କଷ୍ଟକର ହୋଇପାରେ। କାରଣ ଅଧିକାଂଶ ହସ୍ପିଟାଲରେ ୱାର୍ଡ ଭର୍ତ୍ତି ହୋଇଯାଇଥିବା ବେଳେ ଆଇସିୟୁ ବି ଭର୍ତ୍ତି ହୋଇଗଲାଣି। ଭୁବନେଶ୍ବରରେ ୫ଟି କୋଭିଡ୍ ହସ୍ପିଟାଲରେ ୧୬୮୦ଟି ବେଡ୍ ଥିବା ବେଳେ ୧୩୫୪ଟି ଭର୍ତ୍ତି ହୋଇଗଲାଣି। ୨୪୩ଟି ଆଇସିୟୁ ଏବଂ ୨୧ଟି ଏଚ୍ଡିୟୁ ବେଡ୍ ଥିବା ବେଳେ ଏଥିରୁ ୨୩୮ଟି ଆଇସିୟୁ ଏବଂ ୧୮ଟି ଏଚ୍ଡିୟୁ ବେଡ୍ ଭର୍ତ୍ତି ହୋଇଯାଇଛି। ମାତ୍ର ୮ଟି ଆଇସିୟୁ ଓ ଏଚ୍ଡିୟୁ ବେଡ୍ ଖାଲି ଥିବାରୁ ଏବେ ଗୁରୁତର ରୋଗୀଙ୍କୁ କିପରି ଚିକିତ୍ସା କରାଯିବ, ତାହା ଚାଲେଞ୍ଜ ସୃଷ୍ଟି କଲାଣି। କେବଳ ଏତିକି ନୁହେଁ, ୧୫୦ଟି ଭେଣ୍ଟିଲେଟର୍ରୁ ଏବେ ୭୬ଟି ଖାଲି ଅଛି। ୯୭% ଶଯ୍ୟାରେ ଆକ୍ରାନ୍ତ ଭର୍ତ୍ତି ହୋଇଯାଇଛନ୍ତି।
/sambad/media/post_attachments/wp-content/uploads/2020/08/covid-situation-300x60.jpg)
ସବୁଠୁ ଆଶ୍ଚର୍ଯ୍ୟର ବିଷୟ, ରାଜଧାନୀରେ ଥିବା ୫ଟି କୋଭିଡ୍ କେୟାର ହସ୍ପିଟାଲ ସମ୍, କିମ୍ସ, ଆଦିତ୍ୟ ଅଶ୍ବିନୀ, ନୀଳାଚଳ ଏବଂ ହାଇଟେକ୍ରେ ଜେନେରାଲ ୱାର୍ଡ ବେଡ୍ ୧୬୮୦ଟି ଥିଲେ ହେଁ ଏଥିରେ କେବଳ ଭୁବନେଶ୍ବରର ୭୪୦ଜଣ ଆକ୍ରାନ୍ତ ଚିକିତ୍ସିତ ହେଉଛନ୍ତି। ଆଇସିୟୁ ଓ ଏଚ୍ଡିୟୁରେ ମୋଟ୍ ୨୬୪ଟି ବେଡ୍ ଥିବା ବେଳେ ଭୁବନେଶ୍ବରର ମାତ୍ର ୬୧ଜଣ ଭର୍ତ୍ତି ହୋଇଛନ୍ତି। ବାକି ବାହାର ଜିଲ୍ଲାର। ଭୁବନେଶ୍ବରର ୫ଟି କୋଭିଡ୍ ହସ୍ପିଟାଲରେ ବାହାର ଜିଲ୍ଲାର ୮୦% ଆକ୍ରାନ୍ତ ଚିକିତ୍ସିତ ହେଉଛନ୍ତି। କେବଳ ଜେନେରାଲ ୱାର୍ଡରେ ନୁହେଁ, ଆଇସିୟୁ, ଏଚ୍ଡିୟୁ ଓ ଭେଣ୍ଟିଲେଟର୍ ସବୁଥିରେ ବାହାର ଜିଲ୍ଲାର ଆକ୍ରାନ୍ତ। ଏପଟେ କୋଭିଡ୍ ହସ୍ପିଟାଲରେ ୮୦% ବେଡ୍ ବାହାର ଜିଲ୍ଲାର ଆକ୍ରାନ୍ତଙ୍କ ଦ୍ବାରା ଭର୍ତ୍ତି ହୋଇଯାଇଥିବାରୁ ଭୁବନେଶ୍ବରର ବହୁ ଆକ୍ରାନ୍ତ ଅନିଚ୍ଛା ସତ୍ତ୍ବେ ବି କୋଭିଡ୍ କେୟାର୍ ସେଣ୍ଟର୍ ଓ କୋଭିଡ୍ କେୟାର୍ ହୋମ୍ରେ ରହୁଛନ୍ତି। ଏବେ ଅଧିକାଂଶଙ୍କୁ ହୋମ୍ ଆଇସୋଲେସନ୍ରେ ରହିବାକୁ ପ୍ରବର୍ତ୍ତା ଯାଉଛି। ଫଳରେ ରାଜଧାନୀରେ କୋଭିଡ୍ ହସ୍ପିଟାଲ ଥାଇ ବି ଲୋକଙ୍କୁ ଉପଯୁକ୍ତ ଚିକିତ୍ସା ମିଳୁନି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2020/08/capture-7.jpg)