ମୁଁ ହୃଦୟରୁ ଜଣେ ଓଡ଼ିଆ
ମୁଁ ଝାଡ଼ଖଣ୍ଡର ମୂଳନିବାସୀ ହେଲେ ମଧ୍ୟ ଓଡ଼ିଶାରେ ଅଧିକ ବର୍ଷ ରହିଛି। ‌ତେଣୁ ହୃଦୟରୁ ମୁଁ ଜଣେ ଓଡ଼ିଆ। ମୋ ରାଜ୍ୟର ୭୫ ପ୍ରତିଶତ ଅଦିବାସୀ ଏବଂ ମୁଁ ମୋ ଜିଲ୍ଲାର ପ୍ରଥମ ପ୍ରଶାସନିକ ସେବାରେ ଉତ୍ତୀର୍ଣ୍ଣ ହୋଇଛି। ତେବେ ସଫଳତା ପା‌ଇବାକୁ ବା‌ରମ୍ବାର ପ୍ରଚେଷ୍ଟା କରିବାକୁ ହେବ। ସେହିଭଳି ‘ସମ୍ବାଦ’ ଯେଉଁଭଳି ଭାଷା ପରିବେଶକୁ ଗୁରୁତ୍ବ ଦେଉଛି ନିଜ କର୍ମ ‌କ୍ଷେତ୍ରରେ କା‌ମରେ ଲଗାଇବାକୁ ଚେଷ୍ଟା କରିବି।

Advertisment

ଚନ୍ଦନ ପ୍ରସାଦ (ରାଙ୍କ-୬୭୧)

ମହିଳା ଓ ଜନଜାତିଙ୍କ ପାଇଁ କାମ କରିବାକୁ ଇଚ୍ଛା
‘ସମ୍ବାଦ’ ପକ୍ଷରୁ ଆୟୋଜିତ ଏହି କାର୍ଯ୍ୟକ୍ରମରୁ ସମ୍ମାନ ନୁହେଁ ଆଶୀର୍ବାଦ ମିଳୁ। ମୋ ବାପା ମୋ ପ୍ରେରଣା। ସମସ୍ତଙ୍କୁ ନେଇ ଯେତେ କାମ କରିହେବ ମୁଁ କରିବି। ହେଲେ ମହିଳା, ଜନଜାତିଙ୍କ ପାଇଁ କାମ କରିବାକୁ ମୋର ଆଗ୍ରହ ‌ଅଛି। ଓଡ଼ିଶାରେ କିମ୍ବା ଓଡ଼ିଶା ବାହାରେ ଥିବା ଲୋକଙ୍କ ପାଇଁ ଯେତେ‌ ‌ସେବା ‌ଯୋଗାଇ ‌ହେବ ମୁଁ କରିବି। ଏହାସହ ପ୍ରଯୁକ୍ତିବିଦ୍ୟାର ବ୍ୟବହାର କ୍ଷେତ୍ରରେ ମଧ୍ୟ କାର୍ଯ୍ୟ କରିବି।

କସ୍ତୁରୀ ପଣ୍ଡା (ରାଙ୍କ-୬୭)

ଅସୁବିଧାରେ ଥିବା ଲୋକଙ୍କ ସେବା କରିବି
ପରିବାର, ବାପା, ମା’, ମୋର ବନ୍ଧୁଙ୍କ ପାଇଁ ସଫଳତା ମିଳିଛି। ସହଯୋଗ ଓ ‌ପ୍ରୋତ୍ସାହନ ନଥିଲେ ସଫଳତା ପାଇବା ସହଜ ହୋଇ ନଥାନ୍ତା। ଅସୁବିଧାରେ ଥିବା ଲୋକଙ୍କୁ ସେବା କରିବା ମୋର ଲକ୍ଷ୍ୟ

କ୍ଷୀତିଶ ଜ୍ଞାନରାଜ ଶା (ରାଙ୍କ-୮୪୫)

publive-image

ଖା‌ଦ୍ୟ ସୁରକ୍ଷାକୁ ଅଧିକ ଗୁରୁତ୍ବ ଦେବି
ମୁଁ ଯୌଥ ପରିବା‌ରରେ ଜନ୍ମଗ୍ରହଣ କରିଥି‌ଲି। ମୋ ଦାଦା ଜଷ୍ଟିସ୍‌ ଦେବବ୍ରତ ଦାସ ମୋର ପିଲାବେଳୁ ଆଦର୍ଶ ଏବଂ ମୁଁ ବିଦେଶରେ ବଢ଼ିବାବେଳେ ଜଗନ୍ନାଥଙ୍କ ଫଟୋ ଦେଖି ମୋ ପରିଶ୍ରମର ଫଳ ଦେବାକୁ ପ୍ରାର୍ଥନା କରେ। ପରିବାରର ସହଯୋଗ ଓ ଠାକୁରଙ୍କ ଆଶିଷ ଯୋଗୁ ସ୍ବପ୍ନ ସଫଳ ହୋଇଛି। ମୋର ସ୍ବପ୍ନ ଭା‌ରତରେ କେହି ଖାଦ୍ୟାଭାବରୁ ମୃତ୍ୟୁ ବରଣ ନକରନ୍ତୁ। କେହି ଯେପରି ଭୋକରେ ‌ନ ରହିବେ ସେ ଦିଗରେ ଗୁରୁତ୍ବ ଦେବି।

ପ୍ରଣିତା ଦାସ (ରାଙ୍କ-୪୨)

ଝିଅ ନିଜ ପ୍ରଚେଷ୍ଠାରେ ସଫଳତା ପାଇଛି
ପିଲା ‌ବେଳୁ ଏ ପର୍ଯ୍ୟନ୍ତ ଝିଅ ଜଣେ ମେଧାବୀ ଛାତ୍ରୀ। ‌ତା’ର ସବୁ ସଫଳତା ପାଇଁ ସେ ନିଜେ ପ୍ରଚେଷ୍ଟା କରିଛି। ନିଜେ ନିଷ୍ପତ୍ତି ନେଇଛି ଓ କୃତକାର୍ଯ୍ୟ ହୋଇଛି। ତା ସଫଳତାରେ ମୁଁ ଗର୍ବିତ। ଝିଅ ରଶ୍ମି ପ୍ରଧାନ ୪୦୫ ରାଙ୍କରେ ରହି ସଫଳତା ପାଇଥିବାରୁ ବହୁତ ଖୁସି ଲାଗୁଛି।

ରାଧାଶ୍ୟାମ ପ୍ରଧାନ, ଅଭିଭାବକ

କେବଳ ମୋର ନୁହେଁ ପରିବାରର ସମ୍ମାନ
ପରୀକ୍ଷାକୁ ଯିବା ଆଗରୁ ଜଗନ୍ନାଥ ଦର୍ଶନ କରି ଯାଇଛି। ଜଗନ୍ନାଥଙ୍କ କୃପାରୁ ହିଁ ଏହି ସଫଳତା ମିଳିଛି। ହେଲେ ଏହି ସଫଳତା ଓ ସମ୍ମାନ ‌କେ‌ବଳ ମୋର ନୁହେ ପରିବାରର। ପ୍ରସ୍ତୁତି ସମୟରେ ପରିବାରର ସହଯୋଗ ବହୁତ ଗୁରୁତ୍ବପୂର୍ଣ୍ଣ। ମୋ ସଫଳତା ପାଇଁ ମୋ ବାପା, ମା’, ମୋ ଭଉଣୀ, ମୋ ସ୍ତ୍ରୀ ଓ ‌ମୋ ପରିବାର ବନ୍ଧୁବାନ୍ଧବ ପ୍ରଶଂସନୀୟ।

ସତ୍ୟ ପ୍ରକାଶ ମିଶ୍ର (ରାଙ୍କ-୨୬୧)

publive-image

ପରିବାର ବିଫଳତାରେ ମଧ୍ୟ ସାଙ୍ଗରେ ଥିଲେ
ମାନସିକ ସ୍ତରରେ ଚାପ ମୁକ୍ତ ହେବା ପାଇଁ ପରିବାରର ବଡ଼ ଭୂମିକା ରହିଛି। ପରିବାରର ବିନା ସହଯୋଗର ସଫଳତା ପାଇବା ଅସମ୍ଭବ। ସବୁ ସମୟରେ ଅନବରତ ପ୍ରେରଣା ଯୋଗାଇଥିବାରୁ ଆଜି ଏଠାରେ ପହଞ୍ଚିଛି।

‌ସୌମ୍ୟରଞ୍ଜନ ଦାସ, (ରାଙ୍କ-୧୩୬)

ପ୍ରୋତ୍ସାହନ ମିଳିଲେ ଭଲ ଲାଗେ
ପିଲାବେଳେ କେତେବେଳେ କେଉଁଠି ଭଲ ନମ୍ବର ରଖିଲେ ସମ୍ମାନିତ କରାଯାଏ। ଆହୁରି କିଛି ଭଲ କାମ କରିବାକୁ ପରିଶ୍ରମ କରି ଆହୁରି ଆଗକୁ ଯିବାକୁ ପ୍ରୋତ୍ସାହନ ମିଳେ। ଏଭଳି ଏକ ସଫଳତା ପାଇଁ ‘ସମ୍ବାଦ’ ସମ୍ବଦ୍ଧନା ଦେଇଥିବାରୁ ଧନ୍ୟବାଦ। ପରିବେଶ ଓ ଶିକ୍ଷା ପାଇଁ ସମ୍ବାଦ କାମ କରୁଥିବାରୁ ଏହା କର୍ମମୟ ଜୀବନରେ କାମ କରିବାକୁ ପ୍ରେରଣା ଦେବ। ତେବେ ପ୍ରଶାସନିକ ସବାରେ ଏଭଳି କାମ କରିବାକୁ ଅନେକ ସୁଯୋଗ ରହିଛି। ପରିବେଶକୁ ନେଇ କାମ କରିବାକୁ ଇଚ୍ଛା।

ସୁଶ୍ରୀ ଶୁଭାଙ୍ଗୀ ଖୁଣ୍ଟିଆ (ରାଙ୍କ-୨୪)

publive-image

ପ୍ରଶାସନିକ ‌ସେବାରେ ସେବା କରିବାର ସୁଯୋଗ ପ୍ରଚୁର
ମୁଁ ପାଠ ପଢ଼ିବା ବେଳେ ଲୋକଙ୍କ ଆବଶ୍ୟକତାକୁ ପୂରଣ କରିବା କଥା ପଢ଼ିଥିଲି। ହେଲେ ଡେପୁଟି କଲେକ୍ଟର ହୋଇ ସେବାରେ ଯୋଗଦେବାପରେ ଜାଣିବାକୁ ପାଇଲି ପ୍ରତିଦିନ ନୂଆ କିଛି କରିବାର ସୁଯୋଗ ଅଛି। ସେବା ଯୋଗାଇ ଦେବାର ନୂଆ ସୁଯୋଗ ପ୍ରତିଦିନ ମିଳିଥିବାରୁ ଖୁସି ଲାଗେ। ରାଜ୍ୟ ଓ ଦେଶ ପାଇଁ କିଛି କରିବାର ସୁଯୋଗ ମିଳୁଥିବାରୁ ଖୁସି ଲାଗୁଛି।

ଶୁଭସ୍ନିଗ୍ଧା ସେଠୀ (ରାଙ୍କ-୬୮୦)

ଲୋକଙ୍କ ସେବା ହିଁ ପ୍ରକୃତ ପରିଚୟ
ଆଇଏସ୍‌ କିମ୍ବା ଓଏସ୍‌ ହେବା ଆମର କେବଳ ପରିଚୟ ନହେଉ। ଆମ କେତେ ଲୋକଙ୍କ ପାଖରେ ଯାଇ ପହଞ୍ଚି ପାରୁଛେ ଓ ତାଙ୍କ ସମସ୍ୟାର ସମାଧନ କରି ପାରୁଛେ ତାହାହିଁ ଆମର ପରିଚୟ ହେବ।

ତେଜସ୍ବିନୀ ବେହେରା(୫୧୬)