ସାମରିକ କାର୍ଯ୍ୟାଳୟ, କେନ୍ଦ୍ରୀୟ ସଶସ୍ତ୍ର ପୁଲିସ ବଳ, ଟ୍ରେଜେରି, ସିଏଜି ଅଫିସ୍, ଜରୁରୀକାଳୀନ କାର୍ଯ୍ୟରେ ନିୟୋଜିତ ହୋଇଥିବା କାର୍ଯ୍ୟାଳୟ, ଡାକ ଘର, ଟେଲିକମ୍ ସେବା,ଏନ୍ଆଇସି ଅଫିସ୍, ପାଣିପାଗ ବିଭାଗ, ବିମାନବନ୍ଦର, ରିଜର୍ଭ ବ୍ୟାଙ୍କ, ଏଟିଏମ୍, ବ୍ୟାଙ୍କ।
ବିପର୍ଯ୍ୟୟ ପରିଚାଳନା ସମ୍ବନ୍ଧୀୟ କାର୍ଯ୍ୟାଳୟ, ରାଜ୍ୟ ସରକାରଙ୍କ ଜରୁରୀକାଳୀନ କାର୍ଯ୍ୟରେ ନିୟୋଜିତ ହୋଇଥିବା ଅଧିକାରୀଙ୍କ କାର୍ଯ୍ୟାଳୟ, ବିଏମ୍ସି, ପୁଲିସ, ଅଗ୍ନିଶମ ବିଭାଗରେ କାମ କରୁଥିବା ଅଧିକାରୀଙ୍କ କାର୍ଯ୍ୟାଳୟ।
ସମସ୍ତ ମେଡିକାଲ, କ୍ଲିନିକ୍, ନର୍ସିଂହୋମ୍, ଔଷଧ ଦୋକାନ, ଡାକ୍ତର ଓ ପାରାମେଡିକାଲ ସେବାରେ ନିୟୋଜିତ କର୍ମଚାରୀ ଯାତାୟତ କରିପାରିବେ। ବିମାନ, ରେଳ ଓ ବସ୍ ସେବା ଚାଲିବ। ଏଠାକୁ ଯାତ୍ରୀ ନେବା ଆଣିବା କରିବା ପାଇଁ ଓଲା, ଉବେର ଏବଂ ଟ୍ୟାକ୍ସି। ସାମଗ୍ରୀ ନେଉଥିବା ଓ ନେବାକୁ ଯାଉଥିବା ବା ଅନଲୋଡ୍ କରିଥିବା ଗାଡ଼ି ଚାଲିବ। କୃଷି, ଉଦ୍ୟାନ କୃଷି, ମତ୍ସ୍ୟ ଓ ପଶୁ ସମ୍ପଦ ସମ୍ବନ୍ଧୀୟ ସମସ୍ତ କାର୍ଯ୍ୟ ଜାରି ରହିବ। ସମସ୍ତ ଶିଳ୍ପ, କାରଖାନା ଖୋଲା ରହିବ, ନିର୍ମାଣ କାର୍ଯ୍ୟ ଚାଲିବ। ଆଇଟି ଅଫିସ୍ ସର୍ବନିମ୍ନ କର୍ମଚାରୀଙ୍କୁ ନେଇ ଖୋଲିବ। ହୋଟେଲରେ ଜରୁରୀ ସେବା ଯୋଗାଉଥିବା ଲୋକ ରହିବା ପାଇଁ ଖୋଲା ରହିବ। ଜାତୀୟ ରାଜପଥ ଏବଂ ବିଭିନ୍ନ ପ୍ରମୁଖ ରାସ୍ତା କଡ଼ରେ ଥିବା ହୋଟେଲ, ପେଟ୍ରୋଲ ପମ୍ପ, ସିଏନ୍ଜି ଷ୍ଟେସନ, କୋରିଅର୍ ସେବା, ଖବର କାଗଜ ଓ ବୈଦ୍ୟୁତିକ ଗଣମାଧ୍ୟମ କାର୍ଯ୍ୟାଳୟ ଖୋଲା ରହିବ। ବିବାହ ଓ ଶବ ସତ୍କାର ପାଇଁ ସ୍ଥାନୀୟ ଥାନାରୁ ଅନୁମତି ଆଣିବାକୁ ହେବ।
ସକାଳ ୬ରୁ ଦିନ ୧ଟା ପର୍ଯ୍ୟନ୍ତ ଅତ୍ୟାବଶ୍ୟକ ଦୋକାନ ଖୋଲିବ
ଲକଡାଉନ୍ କଟକଣା ସତ୍ତ୍ବେ ସମସ୍ତ ପରିବା, ସଉଦା, କ୍ଷୀର ଦୋକାନ ସକାଳ ୬ଟାରୁ ଅପରାହ୍ନ ଗୋଟାଏ ପର୍ଯ୍ୟନ୍ତ ଖୋଲା ରହିବ। ବିଭିନ୍ନ ଖାଦ୍ୟ ସାମଗ୍ରୀ, ପରିବା, ସଉଦା, ଅଣ୍ଡା, ମାଛ, ମାଂସ ଆଦି ହୋମ୍ ଡେଲିଭରି କରିହେବ। ଜୋମାଟୋ, ସ୍ବିଗି, ଓପୋଲଫେଡ୍, ଓମଫେଡ୍, ଚିଲିକା ଫ୍ରେସ୍ ଆଦି ହୋମ୍ ଡେଲିଭରି କରିପାରିବେ।