ଭୁବନେଶ୍ୱର : କରୋନା ପାଇଁ ଆସନ୍ତା ମେ’ ୩ ଯାଏ ସାରା ଦେଶକୁ ଲକ୍ଡାଉନ କରାଯାଇଛି। ଏହାକୁ ଦୃଷ୍ଟିରେ ରଖି କିଛି ଜିଲ୍ଲା ଶିକ୍ଷା ଅଧିକାରୀ ପିଲାଙ୍କୁ ଶିକ୍ଷା ଦେବାକୁ ଲାଗି ପଡିଛନ୍ତି। ଏହିକ୍ରମରେ ଖୋର୍ଦ୍ଧା ଜିଲ୍ଲା ଶିକ୍ଷା ଅଧିକାରୀ ଆଗୁଆ ପଦକ୍ଷେପ ନେଇଛନ୍ତି। ଛୁଟି ସମୟରେ ପିଲାଙ୍କୁ ହ୍ୱାଟ୍ସଆପ୍ରେ ପଢ଼ାଇବାକୁ ଜିଲ୍ଲା ଶିକ୍ଷା ଅଧିକାରୀ ବନ୍ଦନା ମହାପାତ୍ର ଆଜି ସମସ୍ତ ବ୍ଲକ ଶିକ୍ଷା ଅଧିକାରୀ, ପ୍ରଧାନଶିକ୍ଷକ, ପ୍ରଧାନଶିକ୍ଷୟିତ୍ରୀଙ୍କୁ କହିଛନ୍ତି। ଶ୍ରୀମତୀ ମହାପାତ୍ର କହିଛନ୍ତି ଯେ ହ୍ୱାଟ୍ସଆପ୍ରେ ଶିକ୍ଷା ସଂଯୋଗ ଗ୍ରୁପ ତିଆରି କରି ପିଲାଙ୍କୁ ପାଠପଢାରେ ମନୋନିବେଶ କର। ଏନେଇ ଜିଲ୍ଲାର ସମସ୍ତ ଶିକ୍ଷା ଅଧିକାରୀଙ୍କ ସହ ଆଲୋଚନା ହୋଇଛି। ପ୍ରଧାନଶିକ୍ଷକମାନେ ଶ୍ରେଣୀ ଅନୁଯାୟୀ(୨ୟରୁ ୧୦ମ ଶ୍ରେଣୀ) ଗ୍ରୁପ ଗଢିବା ପାଇଁ ୧୦ଟି ବ୍ଲକ ଓ ୟୁଏଲବିକୁ ପରାମର୍ଶ ଦିଆଯାଇଛି। ପ୍ରତି କ୍ଲାସ ପାଇଁ ଗୋଟିଏ ଲେଖାଏ ଗ୍ରୁପ ତିଆରି ହେବ। ଏହି ପ୍ରକ୍ରିୟାରେ ଏପ୍ରିଲ ୧୯ରୁ ଜୁନ ୨୦ ଯାଏ ଛାତ୍ରଛାତ୍ରୀଙ୍କୁ ଶିକ୍ଷା ଦିଆଯିବ। ଏହାବ୍ୟତୀତ ଛାତ୍ରଛାତ୍ରୀ ମୋବାଇଲରେ ଦୀକ୍ଷା ଆପ ଡାଉନଲୋଡ କରି ପୁସ୍ତକଗୁଡିକୁ ପଢିପାରିବେ। ମୋବାଇଲ ପ୍ଲେ ଷ୍ଟୋରରୁ ଉଜ୍ଜ୍ବଳ, ଉତ୍ଥାନ ଆପ ଡାଉନଲୋଡ କରି ପିଲାମାନେ ପୁସ୍ତକ, କାର୍ଯ୍ୟ ପୁସ୍ତିକା ପାଇପାରିବେ।
ହ୍ୱାଟ୍ସଆପ୍ରେ ପଢ଼ିବେ ପିଲା: ଖୋର୍ଦ୍ଧା ଜିଲ୍ଲାରେ ଆରମ୍ଭ ହେଲା
/sambad/media/post_attachments/wp-content/uploads/2020/03/read-d.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)