ଭୁବନେଶ୍ବର: ରାଜ୍ୟରେ ଜାନୁଆରି ପ୍ରଥମ ସପ୍ତାହରେ ହିତାଧିକାରୀଙ୍କୁ ଗହମ ମିଳିବ। ଏନେଇ ବିଭାଗ ତରଫରୁ ପ୍ରସ୍ତୁତି ଜାରି ରହିଛି। କେଉଁ ଜିଲ୍ଲା ପାଇଁ କେତେ ଗହମ ଆବଶ୍ୟକ ତାହାର ହିସାବ ଜିଲ୍ଲା ଅଧିକାରୀ ଦେବେ ।
ଲୋକଙ୍କ ଚାହିଦା ହିସାବରେ ଗହମ ଦିଆଯିବ। ଏସମ୍ପର୍କରେ ଖାଦ୍ୟ ଯୋଗାଣ ମନ୍ତ୍ରୀ କୃଷ୍ଣ ଚନ୍ଦ୍ର ପାତ୍ର ସୂଚନା ପ୍ରଦାନ କରିଛନ୍ତି। ଇ-କେୱାଇସି ପ୍ରକ୍ରିୟା ଅନ୍ତିମ ପର୍ଯାୟରେ ପହଞ୍ଚିଛି। ପାଖାପାଖି ୮୫ ପ୍ରତିଶତ ଲୋକଙ୍କ ଇ-କେୱାଇସି ପ୍ରକ୍ରିୟା ସରିଲାଣି।
ଅଧିକ ପଢ଼ନ୍ତୁ: ମହିଳା ବିରୋଧୀ ଅପରାଧ ପ୍ରସଙ୍ଗରେ ପୂର୍ବ ସରକାରଙ୍କ ଉପରେ ବର୍ଷିଲେ ମୋହନ
୧୬ଲକ୍ଷରୁ ଅଧିକ ଅଯୋଗ୍ୟ ହିତାଧିକାରୀ ଚିହ୍ନଟ ହୋଇ ସାରିଲେଣି। ଆଉ ୧୫ ଦିନ ଭିତରେ ଇ-କେୱାଇସି ପ୍ରକ୍ରିୟା ଶେଷ ହେବ ବୋଲି ମନ୍ତ୍ରୀ ସୂଚନା ପ୍ରଦାନ କରିଛନ୍ତି।
ଅଧିକ ପଢ଼ନ୍ତୁ: ହଷ୍ଟେଲ ରୁମରେ ଛାତ୍ରୀଙ୍କ ଝୁଲନ୍ତା ମୃତଦେହ