ଧଳା ବାଡ଼ି ଦିବସରେ ସାମିଲ୍‌ ହେ‌େଲ ୩୦୦ରୁ ଊର୍ଧ୍ବ ଦୃଷ୍ଟିହୀନ ବ୍ୟକ୍ତି

ଭୁବନେଶ୍ବର : ବିଶ୍ବ ଧଳାବାଡ଼ି ଦିବସ ଅବସରରେ ଓଡ଼ିଶା ଦୃଷ୍ଟିହୀନ ସଂଘ ତରଫରୁ ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତୀକରଣ ବିଭାଗ ସହଯୋଗରେ ଆଜି ଅନୁଷ୍ଠାନ ପରିସରରେ ଧଳାବାଡ଼ି ଦିବସ ପାଳିତ ହୋଇଯାଇଛି। ଏଥିରେ ମୁଖ୍ୟ ଅତିଥି ଭାବେ ସାମାଜିକ ସୁରକ୍ଷା ଏବଂ ଭିନ୍ନକ୍ଷମ ସଶକ୍ତୀକରଣ ମନ୍ତ୍ରୀ ପ୍ରଫୁଲ୍ଲ ସାମଲ ଯୋଗଦେଇ ଦୃଷ୍ଟିହୀନ ଲୋକଙ୍କ ଧଳାବାଡ଼ି ବ୍ୟବହାର, ଏହାଦ୍ବାରା ସେମାନଙ୍କର ‌େହଉଥିବା ଉପକାର ବିଷୟରେ ଆଲୋକପାତ କରିଥିଲେ।‌ ଦୃଷ୍ଟିହୀନ ବ୍ୟକ୍ତିମାନେ ସେମାନଙ୍କ ସ୍ବାଭିମାନ, ସୁରକ୍ଷା ଓ ନିରାପତ୍ତା ଉପରେ ଯତ୍ନବାନ ହେବାକୁ ସେ ପରାମର୍ଶ ଦେଇଥିଲେ। ଏସ୍‌ଆଇଡିଆର୍‌ ତରଫରୁ ଗଣେଶ୍ବର ଶତପଥୀ ଓ ଅବସରପ୍ରାପ୍ତ ପ୍ରଶାସକ ଦେବେନ୍ଦ୍ର ନାଥ ପ୍ରଧାନ ସମ୍ମାନିତ ଅତିଥି ଭାବେ ଯୋଗଦେଇ ଧଳାବାଡ଼ି ଦିବସ ଉପରେ ଆଲୋଚନା କରିଥିଲେ। ଜଲାରାମ ସେବା ସମିତିର ସଭାପତି ଯୋଗ‌ ଦେଇ ଆର୍ଥିକ ସହାୟତା ପ୍ରଦାନ କରିଥିଲେ। କାର୍ଯ୍ୟକ୍ରମରେ ୩୦୦ରୁ ଉର୍ଧ୍ବ ଦୃଷ୍ଟିହୀନ ବ୍ୟକ୍ତି ‌େଯାଗଦେଇଥିଲେ। ସେମାନଙ୍କୁ ଧଳାବାଡି ଓ ଟୋପି ପ୍ରଦାନ କରିଥିଲେ। ଅନୁଷ୍ଠାନ ପରିସରରୁ ମାଷ୍ଟରକ୍ୟାଣ୍ଟିନ ଛକ ପର୍ଯ୍ୟନ୍ତ ଦୃଷ୍ଟିହୀନ ବ୍ୟକ୍ତି ଶୋଭାଯାତ୍ରାରେ ଯା‌ଇଥିଲେ। ଓଡ଼ିଶା ଦୃଷ୍ଟିହୀନ ସଂଘର ସାଧାରଣ ସମ୍ପାଦକ ବିହାରୀ ନାୟକଙ୍କ ସଭାପତିତ୍ବରେ ଆୟୋଜିତ ସଭାରେ ହିମାଂଶୁ ଶେଖର ଭୂୟାଁ ସ୍ବାଗତ ଭାଷଣ ଦେଇଥିଲେ।

ସମ୍ବନ୍ଧିତ ଖବର