ଧଉଳି: ଧଉଳି ଚାରୁକଳା ମହାବିଦ୍ୟାଳୟ ଓ ଅଗ୍ରଣୀ ସାମାଜିକ ଅନୁଷ୍ଠାନ ବୁଲ୍‌ସଆଇର ମିଳିତ ସହଯୋଗରେ ଶାନ୍ତିସ୍ତୂପ ନିକଟରେ ବିଶ୍ୱ ଧଳାବାଡ଼ି ଦିବସ ପାଳିତ ହୋଇଯାଇଛି। ଏହି ଅବସରରେ କଳା ମହାବିଦ୍ୟାଳୟର ଭାସ୍କର୍ଯ୍ୟ ବିଭାଗର ଛାତ୍ର ଆର୍ଯ୍ୟାନ୍ ସାମଲ ଓ ବୃନ୍ଦାବନ ପଣ୍ଡା ୧୬ ଫୁଟର ଏକ ଧଳାବାଡ଼ିର ଭାସ୍କର୍ଯ୍ୟ ତିଆରି କରି ପ୍ରଦର୍ଶିତ କରିଥିଲେ। ଏହା ବିଶ୍ୱର ସର୍ବବୃହତ ଧଳାବାଡ଼ି ଭାସ୍କର୍ଯ୍ୟ ଯାହା ଦିବସର ତାତ୍ପର୍ଯ୍ୟକୁ ଜନସାଧାରଣଙ୍କୁ ସ୍ମରଣ କରାଉଥିଲା। 

Advertisment

କାର୍ଯ୍ୟକ୍ରମରେ ମହାବିଦ୍ୟାଳୟର ଅଧ୍ୟକ୍ଷ ଡ. ପଞ୍ଚାନନ ସାମଲ, ସାମାଜିକ କର୍ମୀ ସୁଶାନ୍ତ କୁମାର ସାହୁ, ପ୍ରିୟବ୍ରତ ପଣ୍ଡା, ବୁଲ୍‌ସଆଇର ଚେୟାରମ୍ୟାନ ତ୍ରିଲୋଚନ ବେଉରା ଯୋଗଦେଇ ଦିବସର ତାତ୍ପର୍ଯ୍ୟ ସମ୍ପର୍କରେ ଆଲୋଚନା କରିବା ସହିତ ଶିଳ୍ପୀମାନଙ୍କ ଏହି ବୃହତ୍ତମ ଧଳାବାଡ଼ି ଭାସ୍କର୍ଯ୍ୟ ବିଶ୍ୱରେ ରେକର୍ଡ କରିଥିବା ସୂଚନା ଦେଇଥିଲେ। ଏହି ଦିବସର ବାର୍ତ୍ତା ଶାନ୍ତିସ୍ତୂପରୁ ସମଗ୍ର ବିଶ୍ବକୁ ପରିବ୍ୟାପ୍ତ ହେବ ବୋଲି କହିଥିଲେ। ଏହି ଅବସରରେ ଚିତ୍ରଶିଳ୍ପୀ ଜ୍ୟୋତିରଂଜନ ସାହୁ, ମାନସ ମହାରଥୀ, ବର୍ଷାରାଣୀ ଓଝା ଏବଂ ଭାସ୍କର୍ଯ୍ୟ ଶିଳ୍ପୀ ରାଜେଶ କୁମାର ସିଂ, ସୁଜିତ୍ କୁମାର ଶେଠ୍ ଓ ସୁବ୍ରତ କୁମାର ବେହେରା ପ୍ରମୁଖ ଛାତ୍ରଛାତ୍ରୀ ତଥା ଶାନ୍ତିସ୍ତୂପର ଦର୍ଶକମାନେ ଉପସ୍ଥିତ ରହି ଶିଳ୍ପୀଙ୍କୁ ଉତ୍ସାହିତ କରିଥିଲେ।