‘ଯୁବପିଢ଼ିଙ୍କୁ ଯୋଡ଼ିବାରେ କାର୍ଯ୍ୟକ୍ରମ ସଫଳ ହୋଇଛି’

‘ସମ୍ବାଦ’ର କିଏ ଜିତିବ ଦ’ଶରା ବାଜି ମହାମୁକାବିଲା

କଟକ: ଦଶହରା ଉପଲକ୍ଷେ ‘ସମ୍ବାଦ’ ପକ୍ଷରୁ ଚାଲିଥିବା ‘କିଏ ଜିତିବ ଦ’ଶରା ବାଜି’ କାର୍ଯ୍ୟକ୍ରମର ମହାମୁକାବିଲା ଆଜି ସାରଳା ଭବନରେ ଅନୁଷ୍ଠିତ ହୋଇଛି। ଦୀର୍ଘ ୨୧ଦିନ ଧରି ଚାଲିିଥିବା କଟକ ସଂପର୍କିତ ଏହି କୁଇଜ୍‌ ଭିତ୍ତିକ କାର୍ଯ୍ୟକ୍ରମରେ କଟକ ଅଞ୍ଚଳର ମୋଟ୍‌ ୧୨୮ଟି ପୂଜା କମିଟି ପ୍ରଥମ ପର୍ଯ୍ୟାୟରେ ସାମିଲ୍‌ ହୋଇଥିଲେ। ସେମାନଙ୍କ ମଧୢରୁ ବିଜେତା ୨୧ଟି ପୂଜା କମିଟି ଆଜିର ମହାମୁକାବିଲାରେ ସାମିଲ ହୋଇଥିଲେ। ମୁକାବିଲାରେ ନାୟକ ସାହି ପୂଜା କମିଟି ସର୍ବାଧିକ ପ୍ରଥମ ସ୍ଥାନ ଅଧିକାର କରିଥିବା ବେଳେ ଚାନ୍ଦିନୀଚୌକ ଦର୍ଜିସାହି କାର୍ତ୍ତିକେଶ୍ବର ପୂଜା କମିଟି ଦ୍ବିତୀୟ ଏବ˚ ଡାହାଳିଆବାଗ ମହାଦେବ ପୂଜା କମିଟି ତୃତୀୟ ସ୍ଥାନ ଅଧିକାର କରିଥିଲେ। ସେମାନଙ୍କୁ ଟ୍ରଫି ପ୍ରଦାନ କରି ସମ୍ମାନିତ କରାଯାଇଥିଲା।

‘ସମ୍ବାଦ’ର ସ˚ପାଦକ ରାଜ୍ୟସଭା ସା˚ସଦ ସୌମ୍ୟର˚ଜନ ପଟ୍ଟନାୟକଙ୍କ ଅଧୢକ୍ଷତାରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ କ୍ରୀଡ଼ା ଓ ଯୁବ ବ୍ୟାପାର ମନ୍ତ୍ରୀ ଚନ୍ଦ୍ରସାରଥୀ ବେହେରା, ବିଧାୟକ ତଥା କଟକ ମହାନଗର ପୂଜା କମିଟି ସ˚ପାଦକ ପ୍ରଭାତ କୁମାର ତ୍ରିପାଠୀ, ବିଧାୟକ ପ୍ରଭାତ ର˚ଜନ ବିଶ୍ବାଳ, ମହାନଗର ଶାନ୍ତି କମିଟି ସଭାପତି ଦେବେନ୍ଦ୍ରନାଥ ସାହୁ, ସ˚ପାଦକ ଭିକାରୀ ଦାସ, ପୂର୍ବାଞ୍ଚଳ ଶାନ୍ତି କମିଟି ସଭାପତି ବିଜୟ କୁମାର ସାହୁ, ସ˚ପାଦକ ପ୍ରଫୁଲ୍ଲ ସାହୁ ପ୍ରମୁଖ ଅତିିଥି ଭାବେ ଯୋଗ ଦେଇଥିଲେ। ‘ସମ୍ବାଦ’ର ଏ ପ୍ରକାର ଅଭିନବ ପ୍ରୟାସକୁ ଅତିଥିମାନେ ପ୍ରଶ˚ସା କରିବା ସହ ଏଭଳି ବୌଦ୍ଧିକ କାର୍ଯ୍ୟକ୍ରମ କଟକର ସ˚ସ୍କୃତି, ଭାଇଚରା ତଥା ପରମ୍ପରାକୁ ଅଧିକ ସୁଦୃଢ଼ କରିବାରେ ସହାୟକ ହେବ ବୋଲି ମତପୋଷଣ କରିଥିଲେ। ସା˚ସଦ ଶ୍ରୀ ପଟ୍ଟନାୟକ ଏଭଳିି ଅଭିନବ କାର୍ଯ୍ୟକ୍ରମ ଯୁବପିଢ଼ିଙ୍କୁ ନିଜ ଐତିହ୍ୟ ସ˚ପନ୍ନ ସହର ସ˚ପର୍କରେ ଅନେକ କିଛି ଜାଣିବାର ଅବକାଶ ସୃଷ୍ଟି କରିବା ସହ ସେମାନଙ୍କୁ ଯୋଡ଼ିବାରେ ସଫଳ ହୋଇଛି ବୋଲି କହିଥିଲେ। ‘ସମ୍ବାଦ’ର ଏଜିଏମ୍‌ (ନ୍ୟୁଜ୍‌) କୃଷ୍ଣପ୍ରସାଦ ଦାସ ପ୍ରାରମ୍ଭିକ ସୂଚନା ପ୍ରଦାନ ସହ ଅତିଥିମାନଙ୍କୁ ସ୍ବାଗତ କରିଥିଲେ। ରେଭେନ୍ସା ବିଶ୍ବବିଦ୍ୟାଳୟ ବାଣିଜ୍ୟ ବିଭାଗର ପ୍ରଫେସର ଡକ୍ଟର ସ˚ଜୟ ଶତପଥୀ, ଇଣ୍ଟରନ୍ୟାସନାଲ୍‌ କ୍ଲବ୍‌ର ଆବାହକ ତଥା ମ˚ଗଳାବାଗ ପୂଜା କମିଟିର ଉପଦେଷ୍ଟା ସୁବାସ ଦାସ, ‘ସମ୍ବାଦ’ ପ୍ରତିନିଧି ସୁଶାନ୍ତ ସ୍ବାଇଁ କୁଇଜ୍ ପରିଚାଳନା କରିଥିଲେ।

ସମ୍ବନ୍ଧିତ ଖବର