ଟିପ୍‌ସ ନେଲେ ଫିଟ୍‌ନେସ୍‌ପ୍ରେମୀ

ଟିମ୍ ହାପି ବଏ ପକ୍ଷରୁ ସୁନ୍ଦର ସ୍ୱାସ୍ଥ୍ୟ ମେଳା

ଚନ୍ଦ୍ରଶେଖରପୁର: ଟିମ୍ ହାପି ବଏ ଓ ଉତ୍କଳ ବିଲ୍ଡର୍ସ ପକ୍ଷରୁ ହୋଟେଲ ଲେମନ୍ ଟ୍ରି’ଠାରେ ସୁନ୍ଦର ସ୍ବାସ୍ଥ୍ୟମେଳା ଅନୁଷ୍ଠିତ ହୋଇଯାଇଛି। ଏହି ଅବସରରେ ବିଭିନ୍ନ ସ୍ବାସ୍ଥ୍ୟ ସଂପର୍କିତ ଆଲୋଚନାଚକ୍ର ସହ ବିଭିନ୍ନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। ଏଥିରେ ୧୫୦ରୁ ଅଧିକ ଫିଟନେସ୍‌ପ୍ରେମୀ ଓ ୭୦ରୁ ଅଧିକ ପ୍ରତିଯୋଗୀ ଭାଗ ନେଇ ସୁନ୍ଦର ସ୍ବାସ୍ଥ୍ୟ ସମ୍ପର୍କିତ ଟିପ୍‌ସ ନେଇଥିଲେ। ଏଥିସହ ଛୋଟ ପିଲାମାନଙ୍କ ପାଇଁ ମଜାଦାର ଅଧିବେଶନ ଅନୁଷ୍ଠିତ ହୋଇଥିଲା। ଯେଉଁଥିରେ ବିଭିନ୍ନ ୱାର୍କଆଉଟ୍ ଉପରେ କର୍ମଶାଳା କରାଯାଇଥିଲା। ଏଥିରେ ଅଶ୍ବିନୀ ୱେଲନେସ୍ ମାନସିକ ସୁସ୍ଥତା ଓ କ୍ରୀଡ଼ା ମେଡିସିନ୍ ଉପରେ ସଚେତନତା କରିଥିଲା। ଏକ ନୂତନ ଲୋଗୋ ମଧ୍ୟ ଲୋକାର୍ପିତ କରାଯାଇଥିଲା। କାର୍ଯ୍ୟକ୍ରମରେ ଶିଖ୍ ଚାରିଟେବୁଲ୍ ଟ୍ରଷ୍ଟର ପ୍ରତିଷ୍ଠାତା ରୌନକ୍ ସିଂ, ସତବୀର ସିଂଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା। ଏଥିସହ କିନ୍ନର ମହାସଂଘର ସଭାପତି ମୀରା ପରିଡ଼ା ଯୋଗଦେଇ ଫିଟନେସ୍ କ୍ଷେତ୍ର‌ରେ ଖ୍ୟାତି ଅଜର୍ନ କରିଥିବା ପ୍ରତିଭାମାନଙ୍କୁ ସମ୍ବର୍ଦ୍ଧିତ କରିଥିଲେ।

ଏହି କାର୍ଯ୍ୟକ୍ରମର ମୁଖ୍ୟ ଉଦ୍ଦେଶ୍ୟ ଥିଲା ଯୁବପିଢ଼ିମାନଙ୍କୁ ସୁନ୍ଦର ସ୍ବାସ୍ଥ୍ୟ ପ୍ରତି ଯତ୍ନଶୀଳ ହେବାକୁ ଉତ୍ସାହିତ କରିବା। କାର୍ଯ୍ୟକ୍ରମରେ ବିଭିନ୍ନ ସ୍ବାସ୍ଥ୍ୟ ଶିବିର ଷ୍ଟଲ ଖୋଲାଯାଇଥିଲା। ଯେଉଁଥିରେ ଅଶ୍ବିନୀ ୱେଲନେସ, ୟୁବେଏୟୁ, ପାମ୍ କ୍ରାଫ୍ଟ, ଡିକଥାଲୋନ୍ ପ୍ରମୁଖ ପ୍ରାୟୋଜକ ଥିଲେ। ହାପି ବଏର ପ୍ରତିଷ୍ଠାତା ସୁଭଦୀପ ଓ ସେଲିନା ଉପସ୍ଥିତ ଥି‌ଲେ।

ସମ୍ବନ୍ଧିତ ଖବର