ବସ୍‌ରେ ଫେରୁଥିବା ଆକ୍ରାନ୍ତଙ୍କୁ ଜଗିବ କିଏ?

ଭୁବନେଶ୍ବର : ରାଜ୍ୟରେ କରୋନା ସଂକ୍ରମଣ ଯେପରି ନ ବ୍ୟାପିବ ସେଥିପାଇଁ ୧୨ଟି ରାଜ୍ୟର ଫେରନ୍ତାଙ୍କ ଉପରେ ନଜର ରଖିବା ଲାଗି ନିର୍ଦେଶ ଦେଇଛନ୍ତି। ଏଥିରେ ବିମାନ ବନ୍ଦର ଓ ରେଳ ଷ୍ଟେସନ୍‌ରୁ ଓଡ଼ିଶାକୁ ଫେରୁଥିବା ଯାତ୍ରୀଙ୍କ ଥର୍ମାଲ ସ୍କାନିଂ, ରାପିଡ୍ ଆଣ୍ଟିଜେନ୍ କିଟ୍‌ ପରୀକ୍ଷା କରିବା ଲାଗି କୁହାଯାଇଛି। ହେଲେ ଏଥିରେ ବସ୍ ଫେରନ୍ତାଙ୍କ ଉପରେ ନିରୀକ୍ଷଣ ନେଇ ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ କୌଣସି ସୂଚନା ଦିଆଯାଇ ନାହିଁ। ଯେଉଁ ଆନ୍ଧ୍ର ଓ ପଶ୍ଚିମବଙ୍ଗରୁ ଫେରୁଥିବା ଯାତ୍ରୀଙ୍କୁ ବିମାନବନ୍ଦର ଓ ରେଳଷ୍ଟେସନ୍‌ରେ ପରୀକ୍ଷା ପାଇଁ କୁହାଯାଇଛି, ତହିଁରୁ ଅନେକ ଲୋକ ବସ୍‌ରେ ଏହି ଦୁଇ ରାଜ୍ୟରୁ ଫେରୁଛନ୍ତି। ପ୍ରତ୍ୟେକ ଦିନ ବରମୁଣ୍ଡା ବସ୍‌ଷ୍ଟାଣ୍ଡରୁ ଅନେକ ବସ୍ ଏହି ଦୁଇ ରାଜ୍ୟକୁ ଯିବା ଆସିବା କରୁଛି। ଓଡ଼ିଶାକୁ ଫେରୁଥିବା ସବୁ ଯାତ୍ରୀଙ୍କ କାହିଁକି ଥର୍ମାଲ ସ୍କାନିଂ ଓ ରାପିଡ୍‌ କିଟ୍‌ରେ ପରୀକ୍ଷା କରାଯିବ ତାହାକୁ ନେଇ ଅନେକ ପ୍ରଶ୍ନ ଉଠାଇଛନ୍ତି। ଏପରିକି ଅନ୍ୟ ରାଜ୍ୟରୁ ମଧ୍ୟ ଯାତ୍ରୀମାନେ ଏସବୁ ରାଜ୍ୟ ଦେଇ ଓଡ଼ିଶାକୁ ଫେରୁଛନ୍ତି। ତେଣୁ ଏସବୁ ଯାତ୍ରୀଙ୍କ ଉପରେ ନିରୀକ୍ଷଣ ବଢ଼ାଇବା ପାଇଁ ବ୍ୟବସ୍ଥା ଗ୍ରହଣ କରିବା ଲାଗି ଅନେକ ଦାବି କରିଛନ୍ତି।

ସମ୍ବନ୍ଧିତ ଖବର