ବିବାହ ବାର୍ଷିକୀରେ ସାମ୍ବାଦିକାଙ୍କ ଶରୀର ଦାନ

ଭୁବନେଶ୍ୱର: ଦୈନିକ ‘ସମ୍ବାଦ’ରେ କାର୍ଯ୍ୟରତ ସାମ୍ବାଦିକା ଚିତ୍ରାଙ୍ଗଦା ପ୍ରଧାନ ନିଜର ୨୭ତମ ବିବାହ ବାର୍ଷିକୀକୁ ନିଆରା ଢଙ୍ଗରେ ପାଳନ କରିଛନ୍ତି। ସେ ଆଜି (ମଙ୍ଗଳବାର) ଇଏସ୍‌ଆଇ ହସ୍ପିଟାଲକୁ ନିଜ ଶରୀର ଦାନ କରିଛନ୍ତି। ଆଜି ପୂର୍ବାହ୍ନରେ ପତି ରଶ୍ମିରଂଜନ ସୁନ୍ଦରରାୟଙ୍କ ସହ ଶ୍ରୀମତୀ ପ୍ରଧାନ ଇଏସ୍‌ଆଇ ହସ୍ପିଟାଲ ଯାଇ ସେଠାରେ ଶରୀର ଦାନ ଫର୍ମ ପୂରଣ କରିଥିଲେ। ଏହି ଅବସରରେ ହସ୍ପିଟାଲର ସୁପରିନ୍‌ଟେଣ୍ଡେଣ୍ଟ ତଥା ଚକ୍ଷୁ ବିଶେଷଜ୍ଞ ଡାକ୍ତର ଦିଲ୍ଲୀପ କୁମାର ସାହୁ ଉପସ୍ଥିତ ଥିଲେ। ଶ୍ରୀମତୀ ପ୍ରଧାନଙ୍କ ଏପରି କାର୍ଯ୍ୟ ପାଇଁ ବିଭିନ୍ନ ମହଲରେ ତାଙ୍କୁ ପ୍ରଶଂସା କରାଯାଇଛି। ଉଲ୍ଲେଖଯୋଗ୍ୟ, ଇଏସ୍‌ଆଇ ହସ୍ପିଟାଲକୁ ଶରୀର ଦାନ କ୍ଷେତ୍ରରେ ଚିତ୍ରାଙ୍ଗଦା ପ୍ରଥମ।

ସମ୍ବନ୍ଧିତ ଖବର