କୁଢ଼କୁଢ଼ କ˚କ୍ରିଟ ଆବର୍ଜନା, ୬୫୦୦ଟଙ୍କା ଜରିମାନା ଆଇନ୍ କୁଆଡ଼େ ଗଲା?

ଭୁବନେଶ୍ବର: ରାଜଧାନୀର କୌଣସି ରାସ୍ତା କି ସର୍ବସାଧାରଣ ସ୍ଥାନରେ କେହି (ବ୍ୟକ୍ତି, ବେସରକାରୀ କିମ୍ବା ସରକାରୀ ସ˚ସ୍ଥା) ଯଦି କ˚କ୍ରିଟ ଆବର୍ଜନା ଗଦାଇବାର ଦେଖାଯାଏ ତେବେ ଜରିମାନା ଆଦାୟ ହେବ। ଏକ ଟ୍ରାକ୍ଟର ଟ୍ରିପ୍‌ ଆବର୍ଜନା ପିଛା ୬୫୦୦ଟଙ୍କା ଜରିମାନା ଆଦାୟ ହେବ। ଏଥିପାଇଁ ବିଏମ୍‌ସିର ସ୍ବତନ୍ତ୍ର ସ୍କ୍ବାଡ୍‌ ବୁଲିବ ବୋଲି ଦେଢ଼ ବର୍ଷ ହେଲା ନିୟମ ହେଲାଣି। କିନ୍ତୁ ଏହାକୁ କାର୍ଯ୍ୟକାରୀ କରାଯାଉ ନଥିବାରୁ ଏବେ ରାସ୍ତାରେ ଅଳିଆ ଯେତିକି ଗଦା‌ ହେଉନି ତାହାଠାରୁ ଢେର୍ ଅଧିକ କଙ୍କ୍ରିଟ ଆବର୍ଜନା ଗଦା ହୋଇଗଲାଣି।

ଏପରିକି କଙ୍କ୍ରିଟ୍‌ ଆବର୍ଜନାରେ ଅଧିକାଂଶ ସ୍ଥାନରେ ଅଧା ରାସ୍ତା ପୋତି ହୋଇଗଲାଣି। ଯିଏ ପୁରୁଣା ଘର ଭାଙ୍ଗି ନୂଆ ଘର କରୁଛନ୍ତି ସେ ଭଗ୍ନାବଶେଷକୁ ରାସ୍ତା ଉପରେ ଗଦାଇ ଦେଉଛନ୍ତି। ଏପରିକି ସ୍ବେରେଜ୍‌ ବୋର୍ଡ ସ୍ବେରେଜ୍ ଲାଇନ୍ ବିଛାଇବା ପାଇଁ ରାସ୍ତା ଖୋଳୁଥିବାବେଳେ ଏହାକୁ ବି ରାସ୍ତା ଉପରେ ଗଦାଇ ଦେଉଛି। କେବଳ ଏତିକି ନୁହେଁ। ଲୋକମାନେ ମାସ ମାସ ଧରି ରାସ୍ତା ଉପରେ ବାଲି, ଇଟା ଗଦାଇ ରଖୁଥିବାରୁ ଲୋକଙ୍କ ଯାତାୟାତରେ ଅସୁବିଧା ହେଉଛି। ହେଲେ ବିଏମ୍‌ସି ଅଧିକାରୀ ଚୁପ୍। ସବୁ ଦେଖିକି ବି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଡରୁଛନ୍ତି। ଗତ କିଛି ଦିନ ହେଲା ବିଏମ୍‌ସି କମିସନର ବିଭିନ୍ନ ୱାର୍ଡ ପରିଦର୍ଶନ କରିଥିବାବେଳେ ଏହିଭଳି କଙ୍କ୍ରିଟ୍ ଆବର୍ଜନା ଗଦା ‌େହାଇଥିବା ଦେଖିଲେଣି। ଏହାକୁ ଉଠାଇବାକୁ ସ୍ବେରେଜ୍ ବୋର୍ଡ, ଜୋନାଲ ଡେପୁଟି କମିସନରଙ୍କୁ ବି କହିଛନ୍ତି। ହେଲେ କଙ୍କ୍ରିଟ୍ ଆବର୍ଜନା ଉଠୁନି। ଲୋକ ଅଳିଆ ଉଠାଉଥିବା ସଂସ୍ଥାକୁ ଉଠାଇବାକୁ କହିଲେ ସେମାନେ କହୁଛନ୍ତି ଏହା ଆମ କାମ ନୁହେଁ। କଙ୍କ୍ରିଟ ଆବର୍ଜନା ବିଏମ୍‌ସି ଉଠାଇବ। ଆମେ ଏହାକୁ ଉଠାଇଲେ ଆମକୁ ଟଙ୍କା ମିଳିବନି କି ଏହାକୁ ଉଠାଇବାକୁ ଆମ ପାଖରେ ସରଞ୍ଜାମ ନାହିଁ। ତେଣୁ ଆମେ ଉଠାଇ ପାରିବୁନି।

ଅପରପକ୍ଷେ କର୍ପୋରେଟର୍‌ଙ୍କ କାର୍ଯ୍ୟକାଳ ସରି ଯାଇଥିବାରୁ ଲୋକମାନେ ଏନେଇ ସେମାନଙ୍କୁ ଜଣାଇଲେ ବି କିଛି ଫରକ ପଡ଼ୁନି। କର୍ପୋରେଟର କହୁଛନ୍ତି ଆମ କାର୍ଯ୍ୟକାଳ ସରିଲାଣି। ତୁମେ ୱାର୍ଡ ଅଫିସର ନଚେତ୍ ସାନିଟାରି ଇନ୍ସପେକ୍ଟରଙ୍କୁ କୁହ। ୱାର୍ଡ ଅଫିସର ଓ ସାନିଟାରି ଇନ୍ସପେକ୍ଟରଙ୍କ ନିକଟରେ ଅଭିଯୋଗ କଲେ ସେମାନେ କହୁଛନ୍ତି ବ୍ୟସ୍ତ ହୁଅନ୍ତି, ଖୁବ୍ ଶୀଘ୍ର ଉଠିବ। ହେଲେ ସପ୍ତାହ ସପ୍ତାହ ଧରି କଙ୍କ୍ରିଟ ଆବର୍ଜନା ରାସ୍ତାରୁ ଉଠୁନି। ବିଏମ୍‌ସିର ଜଣେ ବରିଷ୍ଠ ଅଧିକାରୀଙ୍କ ସୂଚନା ଅନୁଯାୟୀ, କଙ୍କ୍ରିଟ ଆବର୍ଜନା ଉଠାଇବା ପାଇଁ ବିଏମ୍‌ସିର ତିନିଟି ଜୋନ୍‌ରେ ଏଥିପାଇଁ ୩ଟିି ସ୍ବତନ୍ତ୍ର ସ୍କ୍ବାଡ୍‌ ଅଛି। ଜୋନାଲ୍‌ ଡେପୁଟି କମିସନରଙ୍କ ଅଧୀନରେ କାର୍ଯ୍ୟକରୁଥିବା ଏହି ସ୍କ୍ବାଡ୍‌ଗୁଡ଼ିକ ନିଜ ନିଜ ଅଞ୍ଚଳରେ ରହିଥିବା ଏହିଭଳି ବେଆଇନ ଆବର୍ଜନା ଜମା ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ସହ ସେଗୁଡ଼ିକୁ ହଟାଇବା ପାଇଁ ପଦକ୍ଷେପ ନେବେ। ବିଭିନ୍ନ ୱାର୍ଡରେ ନିୟୋଜିତ ସଫେଇ ସ˚ସ୍ଥାଗୁଡ଼ିକୁ ଏହାକୁ ହଟାଇବା ପାଇଁ ନିର୍ଦ୍ଦେଶ ଦେବେ। ନିର୍ମାଣ ଓ ଭଗ୍ନାବଶେଷ ସାମଗ୍ରୀ ହଟାଇବା ଲାଗି ବିଏମ୍‌ସି ଏସ୍‌ବିଏ ସେଲ୍‌ ପକ୍ଷରୁ ଜଣେ ନୋଡାଲ୍‌ ଅଧିକାରୀ ମଧ୍ୟ ରହିଛନ୍ତି। ଜୋନ୍‌ସ୍ତରରେ ଜଣେ ଜଣେ ସ୍ବୀକୃତିପ୍ରାପ୍ତ ଅଧିକାରୀ ଏଥିପାଇଁ ନିୟୋଜିତ ହୋଇଛନ୍ତି। ସ˚ପୃକ୍ତ ଅଧିକାରୀ ଜଣକ ୱାର୍ଡ ଅଧିକାରୀଙ୍କ ସହାୟତାରେ ନିର୍ମାଣ ଓ ଭଗ୍ନାବଶେଷ ଜମା ହୋଇଥିବା ଅଞ୍ଚଳ ଓ ବ୍ୟକ୍ତି ବିଶେଷଙ୍କ ତାଲିକା ପ୍ରସ୍ତୁତ କରି ଦେବା କଥା। ପ୍ରଥମେ ଖିଲାପକାରୀଙ୍କ ବିରୋଧରେ ନିର୍ଦ୍ଧାରିତ ତିନି ଥାକିଆ ଫର୍ମରେ ନୋଟିସ୍‌ ଜାରି କରାଯିବା ପରେ ୨୪ ଘଣ୍ଟା ମଧୢରେ ଆର୍ବଜନା ନ ହଟାଇଲେ କାର୍ଯ୍ୟାନୁଷ୍ଠାନ ପାଇଁ ପଦକ୍ଷେପ ‌େନବେ। ଅବରୋଧ ହଟାଇବା ପାଇଁ ପ୍ରଥମେ ଡିମାଣ୍ତ୍‌ ଲେଟର‌୍‌ ଜାରି କରାଯିବା ସହ ପ୍ରତ୍ୟେକ ଟ୍ରିପ୍‌ ପାଇଁ ୫ହଜାର ଟଙ୍କା ଜରିମାନା ସହ ପରିବହନ ବାବଦକୁ ୧୫୦୦ଟଙ୍କା ଆଦାୟ କରାଯିବ। ତେବେ ଜରିମାନା ପ୍ରଦାନ କରି ନ ଥିବା ବ୍ୟକ୍ତି ବିଶେଷ ଏବ˚ ଅନୁଷ୍ଠାନ ବିରୋଧରେ ଏକ ତାଲିକା ପ୍ରସ୍ତୁତ କରି ଡେପୁଟି କମିସନର-ରିକଭରିଙ୍କୁ ଏସ୍‌ବିଏ ସେଲ୍‌ ପକ୍ଷରୁ ପ୍ରଦାନ କରାଯିବ, ବାରମ୍ବାର ଏହିଭଳି ଘଟିଲେ ଆଇନଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ। ବିଏମ୍‌ସି ଏହାର ରେକର୍ଡ ରଖିବ। ଏଥିରେ ସମସ୍ତ ତଥ୍ୟ ରହିବ ବୋଲି ନିୟମ ଅଛି। ହେଲେ ସବୁ କାଗଜ କଲମରେ। କିଏ ମାନୁନି, କାହିଁକି ମାନୁନି ତାହା ଦେଖିବାକୁ ବିଏମ୍‌ସି ଅଧିକାରୀଙ୍କ ପାଖରେ ସମୟ ନାହିଁ। ଏପରିକି ସଫେଇ ବ୍ୟବସ୍ଥା ଯାଞ୍ଚ କରିବାକୁ ବିଏମ୍‌ସିର ୬୭ଟି ୱାର୍ଡକୁ ୧୪ଟି ସେକ୍ଟରରେ ବିଭକ୍ତ କରାଯାଇଛି। ଏଥିରେ ବିଏମ୍‌ସିର ୧୪ଜଣ ବରିଷ୍ଠ ଅଧିକାରୀଙ୍କୁ ଟିମ୍ ଲିଡର୍‌ କରାଯାଇଛି। ହେଲେ ଏହି ବାବୁଙ୍କ ନଜରରେ ଏହା ପଡ଼ୁନି।

ସୂଚନା ଯୋଗ୍ୟ ଯେ, ଓଡ଼ିଶା ମୁନିସିପାଲ୍‌ ଆକ୍ଟ୍‌ ୨୦୦୩ର ଧାରା ୩୪୩(ଖ) ଅନୁସାରେ ସର୍ବସାଧାରଣରେ ନିର୍ମାଣ ଓ ଭଗ୍ନାବଶେଷ ସାମଗ୍ରୀ ଜମା କରିବା ବେଆଇନ ଅଟେ। ସେହିପରି ନିର୍ମାଣ ଓ ଭଗ୍ନାବଶେଷ ସାମଗ୍ରୀ ନିୟମ ୨୦୧୬ ଅନୁସାରେ ଭୁବନେଶ୍ବର ମହାନଗର ନିଗମ ଏହା ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଅଧିକାର ପ୍ରାପ୍ତ କରିଛି। ଏହି ପରିପ୍ରେକ୍ଷୀରେ ରାସ୍ତାକଡ଼ରେ ଆବର୍ଜନା ଜମା କରି ସର୍ବସାଧାରଣଙ୍କୁ ଅସୁବିଧା ତଥା ଅସ୍ବାସ୍ଥ୍ୟକର ପରିବେଶରେ ବଞ୍ଚିିବାକୁ ବାଧୢ କରୁଥିବା ବ୍ୟକ୍ତି ବିଶେଷ ତଥା ଅନୁଷ୍ଠାନ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାର ଅଧିକାର ବିଏମ୍‌ସିକୁ ମିଳିଛି।

ସମ୍ବନ୍ଧିତ ଖବର