ପ୍ରେମିକାକୁ ଘରକୁ ଆଣିବାରୁ କାଠଫାଳିଆ ପାହାରରେ ସ୍ବାମୀ ମୁଣ୍ଡ ଫାଟିଲା

ଚନ୍ଦ୍ରଶେଖରପୁର : ବାପଘର ଲୋକେ ଯୁବତୀଙ୍କୁ ଘରୁ ବାହାର କରିଦେଲେ। ଭଲ ପାଉଥିବା ଯୁବକ ସହ ରହିବାକୁ କହି ପରିବାର ଲୋକେ ତଡ଼ି ଦେଲେ। ତେବେ ରାଜରାସ୍ତାରେ ପ୍ରେମିକାକୁ ଦେଖି ନିଜକୁ ସମ୍ଭାଳି ପାରିନଥିଲା ପ୍ରେମିକ। ଘରେ ସ୍ତ୍ରୀ ଥିଲେ ବି ପ୍ରେମିକାକୁ ପାଖରେ ରଖିବାକୁ ସାଙ୍ଗରେ ଧରି ଘରକୁ ଆସିଲା। କିନ୍ତୁ ଘରେ ନ ପଶୁଣୁ ସ୍ତ୍ରୀ ଦେଲା କାଠଫାଳିଆରେ ପାହାରେ। ସଉତୁଣୀକୁ ଦେଖି କ୍ରୋଧରେ ଜର୍ଜରିତ ସ୍ତ୍ରୀ ସ୍ବାମୀ ମୁଣ୍ଡକୁ କାଠଫାଳିଆରେ ପିଟି ଦେଲା। ଏକା ପାହାରକେ ସ୍ବାମୀ ହସ୍ପିଟାଲରେ। ଏଣେ ସ୍ତ୍ରୀ ଓ ସ୍ବାମୀର ପ୍ରେମିକା ନ୍ୟାୟ ଆଶାରେ ଇନ୍‌ଫୋସିଟ୍‌ ଥାନା ବାରଣ୍ଡାରେ। ଆଜି ଚୁନୁକୋଳି ବସ୍ତିରେ ଏହି ଘଟଣାଟି ବେଶ୍ ଚର୍ଚ୍ଚାର ବିଷୟ ହୋଇଛି।

ଇନ୍‌ଫୋସିଟି ଥାନା ଚୁନୁକୋଳି ବସ୍ତିରେ ରୁହନ୍ତି ବିକାଶ ନାୟକ। ବିବାହ ପୂର୍ବରୁ ଜଣେ ଯୁବତୀଙ୍କ ସହ ତାଙ୍କର ପ୍ରେମ ସମ୍ପର୍କ ଥିଲା। କିନ୍ତୁ କୌଣସି କାରଣରୁ ସେମାନେ ବିବାହ ବନ୍ଧନରେ ବାନ୍ଧି ହୋଇପାରିନଥିଲେ। ବିକାଶ ଅନ୍ୟତ୍ର ବିବାହ କରିଥିଲେ। ତେବେ ତାଙ୍କ ପ୍ରେମିକା ନିଜ ପରିବାର ପକ୍ଷରୁ ଅଡ଼ୁଆରେ ପଡ଼ିଲେ। ବିକାଶ ସହ ରହିବାକୁ କହି ତାଙ୍କୁ ବାପାମା ଘରୁ ବାହାର କରିଦେଲେ। ତେଣୁ ବିକାଶ ଉକ୍ତ ଯୁବତୀଙ୍କୁ ନିଜ ପାଖରେ ରଖିବ ବୋଲି ସ୍ଥିର କରି ଆଜି ଘରକୁ ନେଇ ଆସିଥିଲେ। ମାତ୍ର ତାଙ୍କ ସ୍ତ୍ରୀ ସହଜରେ ଏହାକୁ ଗ୍ରହଣ କରିନଥିଲେ।

ସମ୍ବନ୍ଧିତ ଖବର