ପତ୍ନୀ ଆଣିଲେ ସାଂଘାତିକ ଅଭିଯୋଗ, ଅନ୍ତରଙ୍ଗ ଭିଡିଓ ଭାଇରାଲ୍ କରିଛନ୍ତି ସ୍ବାମୀ

ଭୁବନେଶ୍ବର: ସ୍ବାମୀଙ୍କ ବିରୋଧରେ ସାଂଘାତିକ ଅଭିଯୋଗ ଆଣିଛନ୍ତି ପତ୍ନୀ। ପତ୍ନୀଙ୍କ ସୋସିଆଲ୍ ମିଡିଆ ଆକାଉଣ୍ଟକୁ ହ୍ୟାକ୍ କରି ସେଥିରେ ଉଭୟଙ୍କର ଅନ୍ତରଙ୍ଗ ମୁହୂର୍ତ୍ତର ଭିଡିଓ ଭାଇରାଲ୍ କରାଯାଇଥିବା ଅଭିଯୋଗ ହୋଇଛି। ମହିଳାଙ୍କ ଅଭିଯୋଗ ଅନୁସାରେ, ତାଙ୍କ ସ୍ବାମୀ ବାଙ୍କି ତୁଳସୀପୁର ଅଞ୍ଚଳର ବାସିନ୍ଦା। ସେ ହାଇଦ୍ରାବାଦର ଏକ ପ୍ରତିଷ୍ଠିତ ସଫ୍ଟୱେର କମ୍ପାନିରେ କାମ କରନ୍ତି। ସେହି ବିଦ୍ୟାକୁ ବ୍ୟବହାର କରି ଏଭଳି କାଣ୍ଡ କରିଛନ୍ତି। ଏଭଳି ସଂଗିନ ଘଟଣା ଆଲୋଡ଼ନ ସୃଷ୍ଟି କରିଛି। ପ୍ରଥମେ ଯୌତୁକ ପାଇଁ ମାରପିଟ୍ କରୁଥିଲେ, ଏବେ ଏଭଳି କାଣ୍ଡ ଘଟାଇଛନ୍ତି। ତେବେ ଏ ସମ୍ପର୍କରେ ଅଭିଯୁକ୍ତ ସ୍ବାମୀଙ୍କର କୌଣସି ପ୍ରତିକ୍ରିୟା ମିଳିପାରି ନାହିଁ।

ସମ୍ବନ୍ଧିତ ଖବର