ଶୋଇବା ଅବସ୍ଥାରେ କାମୁଡିଲା ରଣା ସାପ; ସ୍ୱାମୀ ମୃତ, ସ୍ତ୍ରୀ ଗୁରୁତର

ବାଲିପାଟଣା : ଭୁବନେଶ୍ୱର କମିସନରେଟ ପୁଲିସ ଅଧୀନ ବାଲିପାଟଣା ଥାନା ବୋଧଖଣ୍ଡି ଭୋଇସାହିରେ ଶୋଇବା ଅବସ୍ଥାରେ ସାପ କାମୁଡ଼ାରେ ସ୍ୱାମୀଙ୍କ ମୃତ୍ୟୁ ହୋଇଥିବା ବେଳେ ସ୍ତ୍ରୀ ଗୁରୁତର ଅଛନ୍ତି | ମୃତକ ହେଲେ ଚିତ୍ରସେନ ଭୋଇ ଏବଂ  ତାଙ୍କ ପତ୍ନୀ ପ୍ରତିମା ଭୋଇ ଗୁରୁତର ଅବସ୍ଥାରେ ଚିକିତ୍ସାଧୀନ ଅଛନ୍ତି |

ସୂଚନା ଅନୁସାରେ , ଚିତ୍ରସେନ ଏବଂ ପ୍ରତିମା ଗତକାଲି ଖାଇ ସାରି ଘରେ ଶୋଇଥିଲେ | ବିଳମ୍ବିତ ରାତିରେ ସାପଟି ପ୍ରଥମେ ଚିତ୍ତଙ୍କୁ କାମୁଡି ଥିଲା | ଏହାର କିଛି ସମୟ ପରେ ପ୍ରତିମାଙ୍କୁ ରଣା ସାପ କାମୁଡି ଥିଲା | ପତି ପତ୍ନୀ ଲାଇଟ ଲଗାଇ କଣ କାମୁଡିଲା ବୋଲି ଖୋଜିଥିଲେ | ସେ ସମୟରେ ସାପଟି ଘର ଭିତରେ ବୁଲୁ ଥିଲା |

ତୁରନ୍ତ ଚିତ୍ତ ଏବଂ ପ୍ରତିମାଙ୍କୁ ଚିକିତ୍ସା ପାଇଁ ଭୁବନେଶ୍ୱର ନିଆଯାଇଥିଲା | ହେଲେ ସେଠାରେ ଚିତ୍ତଙ୍କ ମୃତ୍ୟୁ ହୋଇଥିବା ବେଳେ ପତ୍ନୀ ପ୍ରତିମା ଗୁରୁତର ଅଛନ୍ତି | ଭୁବନେଶ୍ୱରର ଏମ୍ସ ହସ୍ପିଟାଲରେ ତାଙ୍କର ଚିକିତ୍ସା ଜାରି ରହିଛି | ଲୋକେ ସାପକୁ ଧରି ଏକ ପାତ୍ରରେ ରଖିଛନ୍ତି | ଚିତ୍ରସେନଙ୍କ ଶବ ବ୍ୟବଛେଦ ଲାଗି କ୍ୟାପିଟାଲ ହସ୍ପିଟାଲରେ ରଖାଯାଇଛି | ଗାଁରେ ଶୋକାକୁଳ ପରିବେଶ ସୃଷ୍ଟି ହୋଇଛି |

ସମ୍ବନ୍ଧିତ ଖବର