ଭୁବନେଶ୍ୱର: ରାଜଧାନୀରେ ସ୍ୱାମୀକୁ କାଠଫାଳିଆରେ ପିଟିପିଟି ହତ୍ୟା କରିଛି ସ୍ତ୍ରୀ। ଭୁବନେଶ୍ୱର ଚନ୍ଦ୍ରଶେଖରପୁର ଥାନା ଅଧୀନ କଲ୍ୟାଣମଣ୍ଡପ ବସ୍ତିରେ ଏଭଳି ହତ୍ୟାକାଣ୍ଡ ହୋଇଛି। ମୃତ ବ୍ୟକ୍ତି ହେଲେ ସାମ ମୁଣ୍ଡୁରି(୫୦)। ସେ ବିଏମସିରେ ସଫେଇ କାମ କରନ୍ତି। ଗତକାଲି ରାତିରେ ସାମଙ୍କୁ ତାଙ୍କ ସ୍ତ୍ରୀ ଝିଙ୍ଗି ମୁଣ୍ଡୁରି(୬୦) ହତ୍ୟା କରିଥିବା ନେଇ ଜଣାପଡ଼ିଛି। ଝିଙ୍ଗି ପ୍ରଥମ ସ୍ୱାମୀର ମୃତ୍ୟୁ ପରେ ସାମଙ୍କୁ ବାହା ହୋଇଥିଲା।

Advertisment

ଆଜି ସ୍ଥାନୀୟ ଲୋକେ ସନ୍ଦେହ କରିଵାରୁ ପୁଲିସକୁ ଖବର ଦେଇଥିଲେ । ଘଟଣାସ୍ଥଳରେ ଚନ୍ଦ୍ରଶେଖରପୁର ଥାନା ପୁଲିସ ପହଞ୍ଚି ତଦନ୍ତ ଆରମ୍ଭ କରିବା ସହ ସ୍ତ୍ରୀ ଝିଙ୍ଗି ମୁଣ୍ଡୁରିକୁ ଅଟକ ରଖିଛି। ଘଟଣାସ୍ଥଳରେ ସାଇଣ୍ଟିଫିକ୍ ଟିମ୍ ପହଞ୍ଚି ତଦନ୍ତ ଆରମ୍ଭ କରିଥିବା ବେଳେ ହତ୍ୟାର କାରଣ ଜଣାପଡ଼ି ନାହିଁ।