ପିଲର ଖାଲରୁ ଉଦ୍ଧାର ହେଲା ମାଛରଙ୍କା ବିରାଡ଼ି, ବାଘ ଭାବି ଲୋକେ ଆତଙ୍କିତ

ପୁରୁଣା ଭୁବନେଶ୍ବର : ଟିକରପଡ଼ା ପଞ୍ଚାୟତର ଟିକରପଡ଼ା ଗ୍ରାମରୁ ଜଟଣୀ ପାଞ୍ଚଗାଁକୁ ଯିବା ପାଇଁ ନିର୍ମାଣାଧୀନ ଏକ ଓଭରବ୍ରିଜ୍‌ ପିଲର ଖାଲରେ ଏକ ବାଘ ପଡ଼ିଥିବା ଆଜି ସକାଳୁ ପ୍ରଚାରିତ ହୋଇଯାଇଥିଲା। ରାଜଧାନୀ ଉପକଣ୍ଠରେ ବାଘକୁ ନେଇ ଲୋ‌କେ ଭୟଭୀତ ହୋଇପଡ଼ିଥିଲେ। ତେବେ ତାହା ଏକ ମାଛରଙ୍କା ବିରାଡ଼ି ବୋଲି ଜଣାପଡ଼ିଥିଲା। ମଞ୍ଚେଶ୍ବର ଫରେଷ୍ଟ ଡିଭିଜନ ପକ୍ଷରୁ ଏହାକୁ କ୍ରେନ୍‌ ସାହାଯ୍ୟରେ ଉଦ୍ଧାର କରିବା ବେଳେ ମାଛରଙ୍କା ବିରାଡ଼ିଟି ଡିଆଁ ମାରି ପଳାଇଥିଲା।

ମିଳିଥିବା ସୂଚନା ଅନୁଯାୟୀ, ଓଭରବ୍ରିଜ୍‌ ପିଲର ଖାଲରେ ପାଣି ଥିବା ବେଳେ ଏଥିରେ ବିରାଡ଼ିଟି ପଡ଼ିଥିଲା। ସ୍ଥାନୀୟ ଲୋକ ପୂର୍ବାହ୍ନ ପ୍ରାୟ ସାଢ଼େ ୯ଟାରେ ଏହା ଦେଖିଥିଲେ। ସୋମାନେ ଏକ ବଲା ସାହାଯ୍ୟରେ ବାହାର କରିବାକୁ ଚେଷ୍ଟା କରି ବିଫଳ ହୋଇଥିଲା। ପୂର୍ବାହ୍ନ ପ୍ରାୟ ସାଢ଼େ ୧୧ଟାରେ ମଞ୍ଚେଶ୍ବର ଫରେଷ୍ଟ ଡିଭିଜନର କର୍ମଚାରୀ ପହଞ୍ଚି ଏହା ଏକ ୩ ଫୁଟିଆ ମାଛରଙ୍କା ବିରାଡ଼ି ବୋଲି ଜାଣି ପାରିଥିଲେ। ମଞ୍ଚେଶ୍ବର ଫରେଷ୍ଟ ଡିଭିଜନ ଡିଏଫ୍‌ଓ ଅଶୋକ ମିଶ୍ରଙ୍କୁ ପଚାରିବାରୁ ସେ କୁହନ୍ତି, ଏହା ଏକ ମାଛରଙ୍କା ବିରାଡ଼ି। ଏଗୁଡ଼ିକ ଏବେ ବିଭିନ୍ନ ଜଙ୍ଗଲରେ ଅଛନ୍ତି।

ସମ୍ବନ୍ଧିତ ଖବର