ବାରଙ୍ଗ: ବାରଙ୍ଗ ଥାନା ଅଧୀନ ତ୍ରିଶୂଳିଆ ବଜାରରେ ଆଜି ଚୋରା ମଦ ବ୍ୟବସାୟୀ ଓ ସ୍ପେସାଲ୍ ସ୍କ୍ବାଡ୍ ମଧ୍ୟରେ ଧସ୍ତାଧସ୍ତି ହୋଇଛି। ଏପରିକି ସେଠାରେ ସ୍ପେସାଲ୍ ସ୍କ୍ବାଡ୍ ପୁଲିସକୁ ଫାଙ୍କା ଗୁଳି ଚାଳନା କରିବାକୁ ପଡ଼ିଥିଲା। ପୁଳିସ ଏହି ଘଟଣାରେ ୩ ଜଣଙ୍କୁ କାବୁ କରି ଥାନାକୁ ନେଇଥିଲା। ଖବର ପାଇ ଶତାଧିକ ଲୋକ ବିଳମ୍ବିତ ରାତି ପର୍ଯ୍ୟନ୍ତ ଥାନା ସମ୍ମୁଖରେ ହୋହଲ୍ଲା କରିଥିଲେ। ବାରଙ୍ଗ ମଦ ବାର ବନ୍ଦ ଥିବାରୁ କିଛି ଚୋରା ମଦ ବ୍ୟବସାୟୀ ତ୍ରିଶୂଳିଆ ବଜାରରେ ଚୋରାରେ ମଦ ବିକ୍ରି କରୁଥିବା ସ୍ପେସାଲ୍ ସ୍କ୍ବାଡ୍ ପୁଲିସ ଖବର ପାଇଥିଲା। ସନ୍ଧ୍ୟା ପ୍ରାୟ ସାଢ଼େ ୮ଟାରେ ସ୍ପେସାଲ୍ ସ୍କ୍ବାଡ୍ ପୁଲିସ ମଦ ବିକ୍ରି ହେଉଥିବା ସ୍ଥାନରେ ଚଢ଼ଉ କରିଥିଲା। ଫଳରେ ସେଠାରେ ପୁଲିସ ସହିତ ମଦ ବ୍ୟବସାୟୀଙ୍କ ଧସ୍ତାଧସ୍ତି ହୋଇଥିଲା। ବାଧ୍ୟ ହୋଇ ପୁଲିସକୁ ଫାଙ୍କା ଗୁଳି ଚାଳନା କରିବାକୁ ପଡ଼ିଥିଲା। ପୁଲିସ ଘଟଣାସ୍ଥଳରୁ ୩ ଜଣଙ୍କୁ କାବୁ କରି ବାରଙ୍ଗ ଥାନାକୁ ନେଇଥିଲା। ଗୁଳି ଚାଳନା ଫଳରେ ବଜାରରେ ଲୋକେ ଆତଙ୍କିତ ହୋଇ ପଡ଼ିଥିଲେ। ଭୟରେ ଲୋକେ ଦୋକାନ ବଜାର ବନ୍ଦ କରିଦେଇଥିଲେ।
ମଦ ବ୍ୟବସାୟୀ ଓ ସ୍ପେସାଲ ସ୍କ୍ବାଡ୍ ଧସ୍ତାଧସ୍ତି, ଫାଙ୍କା ଗୁଳି ଚଳନା ୩ ଅଟକ
/sambad/media/post_attachments/wp-content/uploads/2018/09/firing-2.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)