ଖଣ୍ଡଗିରି: ଆଜି ଭୁବନେଶ୍ୱର ଅବକାରୀ ବିଭାଗ ପକ୍ଷରୁ କଳିଙ୍ଗ ଷ୍ଟାଡିୟମ୍ ଓ ଜୟଦେବ ବିହାର ରାସ୍ତାରେ ଚଢ଼ଉ କରାଯାଇ ୨ ଶହ ଲିଟର ରନ୍ଧା ମଦ ସହ ଏକ ଅଟୋ ରିକ୍ସା ଜବତ କରାଯାଇଛି ଓ ଏହି ମଦ କାରବାରରେ ସମ୍ପୃକ୍ତ ୩ ଜଣଙ୍କୁ ଗିରଫ କରି କୋର୍ଟ ଚାଲାଣ କରାଯାଇଛି। ସେମାନେ ହେଲେ କାର୍ଗିଲ୍ ବସ୍ତିର ଟୁକୁନା ନାୟକ, ଗଣେଶ ପାତ୍ର ଓ ସାଲିଆ ସାହିର ଅନସୂୟା ଜେନା। ଟୁକୁନା ଓ ଗଣେଶ ଏକ ଅଟୋରେ ୧୫୦ ଲିଟର ମଦ ବୋଝେଇ କରି ଯାଉଥିବାବେଳେ ଅନସୂୟା ଘରୁ ୫୦ ଲିଟର ମଦ ଜବତ କରାଯାଇଛି। ଜବତ ମଦର ଆନୁମାନିକ ମୂଲ୍ୟ ଲକ୍ଷେ ଟଙ୍କା ହେବ ବୋଲି ଆକଳନ କରାଯାଇଛି। ଅବକାରୀ ପୁଲିସ ପୃଥକ ପୃଥକଭାବେ ୨ଟି ମାମଲା ରୁଜୁ କରି ସେମାନଙ୍କୁ କୋର୍ଟ ଚାଲାଣ କରିଛି। କିନ୍ତୁ ଅଭିଯୁକ୍ତମାନଙ୍କଠାରୁ ମଦ ରନ୍ଧା ଆଡ଼ା ବାବଦରେ ପୁଲିସ ସୂଚନା ସଂଗ୍ରହ କରିବାରେ ବିଫଳ ହୋଇଛି। ସାଲିଆ ସାହିରୁ ଏକ ଅଟୋରେ କିଛି ରନ୍ଧା ମଦ କାର୍ଗିଲ୍ ବସ୍ତିକୁ ଯାଉଥିବା ନେଇ ଆଜି ଅବକାରୀ ବିଭାଗକୁ ଖବର ମିଳିଥିଲା। ତେଣୁ ଅବକାରୀ ପୁଲିସ ତୁରନ୍ତ କଳିଙ୍ଗ ଷ୍ଟାଡିୟମ୍ ଜୟଦେବ ବିହାର ରାସ୍ତାରେ ଛକି ବସିଥିଲା। ଏହି ସମୟରେ ଟୁକୁନା ଓ ଗଣେଶ ଏକ ଅଟୋ(ଓଡି୦୨ଆର୍-୮୩୦୮) ନେଇ ସେହି ରାସ୍ତାରେ ଯାଉଥିଲେ। ଅବକାରୀ ପୁଲିସ ସେହି ଅଟୋକୁ ଅଟକାଇ ଯାଞ୍ଚ କରିବା ପରେ ସେଥିରେ ୧୫ଟି ଜାରିକିନ୍ରେ ପ୍ରାୟ ୧୫୦ ଲିଟର ରନ୍ଧା ମଦ ଥିବା ଜଣାପଡ଼ିଥିଲା। ଏହା ପରେ ସେମାନଙ୍କଠାରୁ ସୂଚନା ପାଇ ଅବକାରୀ ପୁଲିସ କାର୍ଗିଲ୍ ବସ୍ତିରେ ଚଢ଼ଉ କରି ଅନସୂୟା ଘରୁ ୫୦ ଲିଟର ରନ୍ଧା ମଦ ଜବତ କରିଥିଲା। ଏହି ଚଢ଼ଉରେ ଅବକାରୀ ଇନ୍ସ୍ପେକ୍ଟର ଦେବୀପଅସାଦ ଦାସ, ଦିବ୍ୟ କିଶୋର ଟଣ୍ଡେଲ୍, ସବ୍ ଇନ୍ସ୍ପେକ୍ଟର ସୁଜିତ ମୁଦୁଲି, ଅକ୍ଷୟ କୁମାର ଜେନାଙ୍କ ସହ ଅନ୍ୟ କର୍ମଚାରୀମାନେ ସାମିଲ୍ ହୋଇଥିଲେ। ସୂଚନାେଯୋଗ୍ୟ ଯେ ରାଜଧାନୀରେ ଚୋରା ମଦ କାରବାର ଥମିବା ନାଁ ଧରୁନାହିଁ। ଚୋରାରେ ବିଦେଶୀ ମଦ ଓ ସରକାରୀ ଆସ୍କା ୪୦ କାରବାର ସହିତ ତାଳ ଦେଇ ରନ୍ଧା ମଦ ମଧ୍ୟ ବିକ୍ରି ହେଉଛି।
ରାଜଧାନୀରୁ ରନ୍ଧା ମଦ ଜବତ ମହିଳାଙ୍କ ସମେତ ୩ ଗିରଫ
/sambad/media/post_attachments/wp-content/uploads/2018/07/arrest-1.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)