ସୋମବାରଠାରୁ ଖୋର୍ଦ୍ଧା ଜିଲ୍ଲାରେ ମଦର ହୋମ୍ ଡେଲିଭରି

ଭୁବନେଶ୍ବରରେ ମଧ୍ୟ ଘରେ ପହଞ୍ଚିବ

ଜିଲ୍ଲାପାଳ ଦେଲେ ଅନୁମତି, ଓଏସବିସି ସାଇଟ୍‌ରେ ଉପଲବ୍ଧ ହେବ ତଥ୍ୟ
ସଟଡାଉନ୍‌ରେ ବନ୍ଦ ରହିବ

ଭୁବନେଶ୍ବର : ଲକଡାଉନ୍‌ରେ ମଦର ହୋମ୍ ଡେଲିଭରି ପାଇଁ ଅବକାରୀ ବିଭାଗ ଅନୁମତି ପ୍ରଦାନ କରିବା ପରେ ଖୋର୍ଧା ଜିଲ୍ଲାରେ ଆରମ୍ଭ ହେବାକୁ ଯାଉଛି। ଆଜି ଖୋର୍ଦ୍ଧା ଜିଲ୍ଲାପାଳ ଏ ହୋମ୍ ଡେଲିଭରି ପାଇଁ ଅନୁମତି ପ୍ରଦାନ କରିଛନ୍ତି। ସୋମବାରଠାରୁ ଭୁବନେଶ୍ବର ସହର ସମେତ ଖୋର୍ଦ୍ଧା ଜିଲ୍ଲାରେ ଲୋକ ହୋମ୍-ଡେଲିଭରି ମାଧ୍ୟମରେ ମଦ ପାଇପାରିବେ। ଓଡ଼ିଶା ରାଜ୍ୟ ପାନୀୟ ନିଗମ(ଓଏସବିସି) ୱେବ୍‌ସାଇଟକୁ ଯାଇ ସେଠାରେ ଉପଲବ୍ଧ ହୋମ ଡେଲିଭରି ଅପନସକୁ କ୍ଲିକ କଲେ ମଦ ଦୋକାନର ନାଁ ଏବଂ ନମ୍ବର ଉପଲବ୍ଧ ରହିଛି। ସେହି ନମ୍ବରରେ ଫୋନ୍ କରି ଅର୍ଡର କଲେ ଡେଲିଭରି-ବଏ ଘରେ ନେଇ ମଦ ପହଞ୍ଚାଇବେ। ସୋମବାରଠାରୁ ଶୁକ୍ରବାର ପର୍ଯ୍ୟନ୍ତ ସକାଳ ୭ଟାରୁ ଅପରାହ୍‌ଣ ୫ଟା ପର୍ଯ୍ୟନ୍ତ ହୋମ୍ ଡେଲିଭରି ହେବ। ସଟଡାଉନ୍‌ରେ ମଦ ଦୋକାନ ବନ୍ଦ ରହିବ। ସେହିପରି କଣ୍ଟେନମେଣ୍ଟ ଜୋନ୍‌ରେ ଥିବା ମଦ ଦୋକାନ ବନ୍ଦ ରହିବ ବୋଲି ଜଣାପଡ଼ିଛି।

ମିଳିଥିବା ସୂଚନା ଅନୁସାରେ, ମଦର ହୋମ୍ ଡେଲିଭରି ପାଇଁ ଅବକାରୀ ବିଭାଗ ସଚିବ ଗତ ୧୩ ତାରିଖରେ ଅବକାରୀ କମିସନରଙ୍କୁ ଅନୁମତି ପ୍ରଦାନ କରିଥିଲେ। ଜିଲ୍ଲାପାଳମାନେ ନିଜ ନିଜ ଅଞ୍ଚଳର ସ୍ଥିତି ଦେଖି ହୋମ ଡେଲିଭରି ପାଇଁ ଅନୁମତି ଦେଇପାରିବେ ବୋଲି ଚିଠିରେ ଉଲ୍ଲେଖ ରହିଥିଲା। ଖୋର୍ଦ୍ଧା ଜିଲ୍ଲାପାଳ ଆଜି ଅନୁମତି ପ୍ରଦାନ କରିଛନ୍ତି। ଅଫ୍ ସପ୍, ଅନ୍ ସପ୍, ସିଏଲ୍ ଦୋକାନୀ ହୋମ ଡେଲିଭରି କରିପାରିବେ ବୋଲି ଜଣାପଡ଼ିଛି। ସରକାରଙ୍କ ଗାଇଡଲାଇନ୍ ଅନୁସାରେ ଏହି ହୋମ ଡେଲିଭରି ହେବ ବୋଲି ଜଣାପଡ଼ିଛି।

ଉଲ୍ଲେଖଯୋଗ୍ୟ, ଗତବର୍ଷ ଜମା‌ଟୋ, ସ୍ବିଗି ସମେତ ୭ ଖାଦ୍ୟ ଯୋଗାଣକାରୀ ସଂସ୍ଥା ଏବଂ ମଦ ଦୋକାନ ତରଫରୁ ନିୟୋଜିତ କରାଯାଇଥିବା ଡେଲିଭରି-ବୟମାନେ ମଦ ହୋମ୍ ଡେଲିଭରି କରିଥିଲେ।

ସମ୍ବନ୍ଧିତ ଖବର