ଭୁବନେଶ୍ବରରେ ୨ ମୋବାଇଲ ଲୁଟେରା ଗିରଫ, ୨୦‌ ମୋବାଇଲ ଓ ୧ ଲ୍ୟାପ୍‌ଟପ୍‌ ଜବତ

ଭୁବନେଶ୍ବର: କମିସନରେଟ ପୁଲିସ ଦୁଇ ଜଣ ମୋବାଇଲ ଲୁଟେରାଙ୍କୁ ଗିରଫ କରିଛି ।‌ ସେମାନଙ୍କର ଠାରୁ ୨୦ଟି ମୋବାଇଲ ଓ ଲ୍ୟାପ୍‌ଟପ୍‌ ଜବତ କରିଛି। ଜବତ ହୋଇଥିବା ମୋବାଇଲ୍‌ ଭିତରେ ୧୨ଟି ନାମି ଦାମି କଂପାନିର ମୋବାଇଲ ହୋଇଥିବା ଜଣାଯାଇଛି। ଅଭିଯୁକ୍ତମାନେ ହେଲେ ଏୟାରଫିଲ୍ଡ ଥାନା ଅନ୍ତର୍ଗତ ବିରିବନ୍ଧ ଗାଁର ଦତ୍ତ କିଶୋର ଜେନାଙ୍କ ପୁଅ ଅମିତ ବନଜେନା (୨୦) ଓ କେନ୍ଦ୍ରାପଡ଼ା ଜିଲ୍ଲା ଆଳି ଥାନା ଅଧୀନ ହଂସିନୀ ଗାଁର ରଂଜନ ମିଶ୍ରଙ୍କ ପୁଅ କାହ୍ନୁ ଚରଣ ମିଶ୍ର(୨୨)। କାହ୍ନୁ ଏୟାରଫିଲ୍ଡ ଥାନା ଅଧିନ ପ୍ରଧାନ ସାହିରେ ରହୁଥିଲା।

ସୂଚନା ଅନୁସାରେ ମୋବାଇଲ ଲୁଟେରା ଦ୍ବୟ ଭିଡ ନଥିବା ସ୍ଥାନ ଦେଖି ରାସ୍ତାରେ ଏକାକୀ ମୋବାଇଲରେ କଥା ହେଉଥିବା ଲୋକଙ୍କୁ ଟାର୍ଗେଟ କରୁଥିଲେ। ମୋବାଇଲରେ କଥା ହେଉଥିବା ଲୋକ ସାମାନ୍ୟ ଅବହେଳା ଦେଖାଯାଉଥିଲେ ସେହି ସ୍ଥାନକୁ ଦ୍ରୁତ ଗତିରେ ବାଇକରେ ପହଂଚୁଥିଲେ। ମୋବାଇଲ ଲୁଟ୍‌ କରି ଘଟଣାସ୍ଥଳରୁ ଫେରାର ହୋଇଯାଉଛିଲେ। ‌ଏୟାରଫିଲ୍ଡ ଥାନା ପୁଲିସ ୨ ଅଭିଯୁକ୍ତଙ୍କୁ କୋର୍ଟ ଚାଲାଣ କରିଛି।

ସମ୍ବନ୍ଧିତ ଖବର