ଭୁବନେଶ୍ବର : ମହିଳାଙ୍କୁ ଅସଦାଚରଣ କରିଥିବା ଅଭିଯୋଗରେ ଖଣ୍ଡଗିରି ଥାନା ପୁଲିସ ଜଣେ ଯୁବକକୁ ଗିରଫ କରିଛି। ସେ ହେଲା ଖଣ୍ଡଗିରି ଅଞ୍ଚଳର ସେକ୍ ଅବ୍ଦୁଲ ମୁସ୍ତାଫା। ପୁଲିସ ସୂଚନା ମୁତାବକ, ଗତ ୭ ତାରିଖ ସନ୍ଧ୍ୟା ସମୟରେ କସ୍ମୋପଲ୍ଲି ଆପାର୍ଟମେଣ୍ଟ ଅଞ୍ଚଳର ଜଣେ ମହିଳା ଖଣ୍ଡଗିରିରୁ ସପିଂ କରି ଘରକୁ ଫେରୁଥିଲେ। ଏହି ସମୟରେ ତାଙ୍କୁ ପିଛା କରୁଥିବା ଅବ୍ଦୁଲ ଅପାର୍ଟମେଣ୍ଟ ନିକଟରେ ତାଙ୍କୁ ଟଣାଓଟରା କରିବା ସହ ମାର୍ପିଟ୍ କରିଥିଲା। ଏନେଇ ମହିଳା ଥାନାରେ ଅଭିଯୋଗ କରିବା ପରେ ପୁଲିସ ମାମଲା ରୁଜୁକରିଥିଲା। ଆଜି ତାକୁ କୋର୍ଟ ଚାଲାଣ କରାଯାଇଛି।
ମହିଳାଙ୍କୁ ଅସଦାଚରଣ, ଯୁବକ ଗିରଫ
/sambad/media/post_attachments/wp-content/uploads/2022/08/arrest-1.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)