ଭୁବନେଶ୍ବର: ରାଜଧାନୀରେ ଚାଞ୍ଚଲ୍ୟ। ବାଥରୁମରୁ ମିଳିଲା ଜଣେ ମହିଳାଙ୍କ ଗଳିତ ଶବ। ଭରତପୁର ଥାନା ଅନ୍ତର୍ଗତ ପଣ୍ଡା କୁଦିଆ ବସ୍ତିରୁ ଏହି ମୃତଦେହ ଉଦ୍ଧାର ହୋଇଛି। ବିଳମ୍ବିତ ରାତିରେ ମୃତଦେହ ଉଦ୍ଧାର କରି ବ୍ୟବଚ୍ଛେଦ ପାଇଁ ପୁଲିସ ପଠାଇଥିବା ଜଣାଯାଇଛି।
ମୃତ ମହିଳାଙ୍କ ନାଁ ମିନତି ଲେଙ୍କା। ତାଙ୍କର ବୟସ ୪୫ ବର୍ଷ। ସେ ଏକ ଘରୋଇ ହସ୍ପିଟାଲରେ କାମ କରୁଥିଲେ। ଏକ ଅପମୃତ୍ୟୁ ମାମଲା ରୁଜୁ କରି ଭରତପୁର ଥାନା ପୁଲିସ ତଦନ୍ତ ଚଳାଇଛି।