ଭୁବନେଶ୍ୱର: ଆଜି ସକାଳେ ଭୁବନେଶ୍ୱରରେ ଡେଙ୍ଗୁ ଜ୍ୱରରେ ଜଣେ ମହିଳାଙ୍କର ମୃତ୍ୟୁ ଘଟିଛି। ମୃତ୍ୟୁବରଣ କରିଥିବା ମହିଳାଜଣକ ହେଉଛନ୍ତି କଳାବତୀ ବେହେରା ଓ ତାଙ୍କ ଘର ସାଲିଆସାହି ଲକ୍ଷ୍ମୀନଗର ଅଞ୍ଚଳରେ। ସେ ୪ ଦିନ ତଳେ ଡେଙ୍ଗୁ ଜ୍ୱରରେ ଆକ୍ରାନ୍ତ ହୋଇ ୬ ନମ୍ବରସ୍ଥିତ କ୍ୟାପିଟାଲ ହସ୍‌ପିଟାଲରେ ଭର୍ତ୍ତି ହୋଇଥିଲେ। ସେଠାରୁ ତାଙ୍କୁ ଦୁଇଦିନ ତଳେ କଟକ ସ୍ଥାନାନ୍ତର କରାଯାଇଥିଲା। ଆଜି ସକାଳେ ତାଙ୍କର ମୃତ୍ୟୁ ଘଟିଛି। ଅତ୍ୟନ୍ତ ଗରିବ କଳାବତୀଙ୍କର ସ୍ୱାମୀଙ୍କର ପୂର୍ବରୁ ମୃତ୍ୟୁ ଘଟିଥିବା ବେଳେ ତାଙ୍କର ୩ ଝିଅ ଅଛନ୍ତି।