ଭୁବନେଶ୍ୱର: ସ୍କର୍ପିଓ ଧକ୍କାରେ ମହିଳା ମୃତ, ରାସ୍ତାରୋକ

ଭୁବନେଶ୍ୱର: ଆଜି ସକାଳେ ଭୁବନେଶ୍ୱର ଖଣ୍ଡଗିରି ଥାନା ଅନ୍ତର୍ଗତ ନାକା ଗେଟ୍‌ ନିକଟରେ ଏକ ସ୍କର୍ପିଓ ଗାଡ଼ି ଧକ୍କାରେ ଜଣେ ମହିଳାଙ୍କର ଘଟଣାସ୍ଥଳରେ ମୃତ୍ୟୁ ଘଟିଛି। ଏହାକୁ ନେଇ ସେଠାରେ ଉତ୍ତେଜନା ପ୍ରକାଶ ପାଇଛି। ଲୋକେ ମହିଳାଙ୍କ ପରିବାରକୁ ୫ ଲକ୍ଷ ଟଙ୍କାର କ୍ଷତିପୂରଣ ଦେବା ଦାବିରେ ରାସ୍ତାରୋକ କରିଛନ୍ତି। ଖବର ପାଇ ଖଣ୍ଡଗିରି ଥାନା ପୁଲିସ ଘଟରାସ୍ଥଳରେ ପହଞ୍ଚିଛି।
ପୁଲିସ ସୂତ୍ରରୁ ମିଳିଥିବା ସୂଚନା ଅନୁଯାୟୀ, ଖଣ୍ଡଗିରି ଥାନା ନାକାଗେଟ୍‌ ନିକଟରେ ଥିବା ଚାଳସାହି ବସ୍ତିର ଜଣେ ମହିଳା ଆଜି ସକାଳେ ଗାଧୋଇ ସାରି ଘରକୁ ଫେରୁଥିବା ବେଳେ ଦୃତଗତିରେ ଆସୁଥିବା ଏକ ସ୍କର୍ପିଓ ଗାଡ଼ି ତାଙ୍କୁ ଧକ୍କା ଦେଇଥିଲା। ଫଳରେ ଘଟଣାସ୍ଥଳରେ ହିଁ ସମ୍ପୃକ୍ତ ମହିଳାଙ୍କର ମୃତ୍ୟୁ ଘଟିଥିଲା। ସଙ୍ଗେ ସଙ୍ଗେ ସ୍ଥାନୀୟ ଲୋକେ ରୁଣ୍ଡ ହୋଇଯାଇଥିଲେ। ଲୋକେ ଗାଡ଼ିଟିକୁ ଅଟକ ରଖିବା ସହିତ ଡ୍ରାଇଭରକୁ ଧରି ପୁଲିସକୁ ଜିମା ଦେଇଛନ୍ତି। ଏହି ଘଟଣା ପରେ ମୃତ ମହିଳାଙ୍କ ପରିବାରକୁ ୫ ଲକ୍ଷ ଟଙ୍କା କ୍ଷତିପୂରଣ ଦେବା ଦାବିରେ ସ୍ଥାନୀୟ ଲୋେକେ କଳିଙ୍ଗ ଷ୍ଟିଡ଼ିଓ- ଖଣ୍ଡଗିରି ରାସ୍ତାକୁ ଅବରୋଧ କରି ରଖିଛନ୍ତି। ପୁଲିସ ଆନ୍ଦୋଳନକାରୀମାନଙ୍କୁ ବୁଝାଶୁଝା କରୁଛି।

ସମ୍ବନ୍ଧିତ ଖବର