ଭୁବନେଶ୍ୱର : ଛୁଆକୁ ଛାଡ଼ି ପ୍ରେମିକ ସହ ମହିଳା ଛୁ’

ଭୁବନେଶ୍ୱର : ପଡ଼ୋଶୀ ଘରେ ନିଜ ୩ ବର୍ଷର ଶିଶୁକନ୍ୟାକୁ ଛାଡ଼ି ଜଣେ ମହିଳା ପ୍ରେମିକ ସହ ଫେରାର୍ ହୋଇଯାଇଛନ୍ତି। ବଡ଼ଗଡ଼ ଥାନା ପାଣ୍ଡବ ନଗରରେ ଘଟିଥିବା ଏହି ଘଟଣାଟି ବେଶ୍ ଚର୍ଚ୍ଚାର ବିଷୟ ହୋଇଛି। କାମରୁ ଫେରି ସ୍ବାମୀ ପଡ଼ୋଶୀ ଘରୁ ଛୁଆକୁ ପାଇଥିବା ବେଳେ ସ୍ତ୍ରୀକୁ ନ ପାଇ ଥାନାର ଦ୍ବାରସ୍ଥ ହୋଇଛନ୍ତି। କିନ୍ତୁ ପୁଲିସ ମହିଳାଙ୍କ ପତ୍ତା ପାଇନଥିବା ଜଣାପଡ଼ିଛି।

ସୂଚନାନୁସାରେ, ମହିଳାଙ୍କ ଘର ପାଖରେ ପିପିଲି ଅଞ୍ଚଳର ଜଣେ ବିବାହିତ ଯୁବକ ରହୁଥିଲେ। ପ୍ରତିଦିନ ମୂଲପାତି ଲାଗିବାକୁ ଯାଉଥିବା ସ୍ବାମୀଙ୍କ ଅନୁପସ୍ଥିତିର ସୁଯୋଗରେ ମହିଳାଙ୍କ ସହ ସେହି ଯୁବକଙ୍କର ପ୍ରେମ ସମ୍ପର୍କ ଗଢ଼ି ଉଠିଥିଲା। ଏହା ଜାଣିବା ପରେ ସ୍ବାମୀ ମହିଳାଙ୍କୁ ତାଗିଦ୍ କରିଥିଲେ। କିନ୍ତୁ ମହିଳାଙ୍କ ଉପରେ ଏହାର କୌଣସି ପ୍ରଭାବ ପଡ଼ିନଥିଲା। ଗତକାଲି ସ୍ବାମୀ କାମକୁ ଯାଇଥିବା ବେଳେ ବଜାର ଯିବା ବାହାନାରେ ମହିଳାଜଣକ ୩ବର୍ଷର ଝିଅକୁ ପଡ଼ୋଶୀଙ୍କ ଘରେ ଛାଡ଼ି ଛୁ’ ମାରିଥିଲେ। ପୂର୍ବ ପ୍ରସ୍ତୁତି ଅନୁସାରେ, ପ୍ରେମିକଜଣକ ତାଙ୍କୁ ନେଇ ପଳାଇଥିଲା। ସନ୍ଧ୍ୟାରେ ମହିଳାଙ୍କ ସ୍ବାମୀ ଘରେ ପହଞ୍ଚି ସବୁ କଥା ଜାଣିବା ପରେ ବଡ଼ଗଡ଼ ଥାନାର ଦ୍ବାରସ୍ଥ ହୋଇଥିଲେ। ପୁଲିସ ମହିଳା ଓ ଉକ୍ତ ପ୍ରେମିକର ଫୋନ୍‌କୁ କଲ୍‌ କରିଥିଲେ ହେଁ ଦୁଇଟିଯାକ ଫୋନ୍‌ ସୁଇଚ୍ ଅଫ୍ ଥିଲା।

ସମ୍ବନ୍ଧିତ ଖବର