ଭୁବନେଶ୍ବର : ଲକ୍ଷ୍ମୀସାଗରରେ ଜଣେ ମହିଳାଙ୍କୁ ଗଣଦୁଷ୍କର୍ମ ଅଭିଯୋଗ ମାମଲାରେ ପୁଲିସର ତଦନ୍ତ ଏକପ୍ରକାର ଶେଷ ହୋଇଛି। ପୁଲିସ ଅଭିଯୋଗକାରୀ ମହିଳାଙ୍କଠାରୁ ଆରମ୍ଭ କରି ତାଙ୍କ ପରିବାରଲୋକଙ୍କ ବୟାନ ରେକର୍ଡ କରିବା ସହ ସିସିଟିଭି ଫୁଟେଜ୍ ଯାଞ୍ଚ ଓ ଅନ୍ୟ ତଦନ୍ତ ପ୍ରକ୍ରିୟା ଶେଷ କରିଛି। କିନ୍ତୁ ଅଭିଯୋଗ ସଂକ୍ରାନ୍ତରେ ପୁଲିସକୁ ଏଯାଏ କୌଣସି ତଥ୍ୟ ପ୍ରମାଣ ମିଳି ପାରିନାହିଁ। ପୁଲିସକୁ ବିଭ୍ରାନ୍ତ କରିବା ପାଇଁ ଏହା ଏକ ଷଡ଼ଯନ୍ତ୍ର ବୋଲି ଅନୁମାନ କରାଯାଉଛି। ଆଉ କିଛି ତଦନ୍ତ ବାକି ଥିବା ବେଳେ ପୁଲିସକୁ ଯେଉଁମାନେ ବିଭ୍ରାନ୍ତି କରିଛନ୍ତି ଓ ଷଡ଼ଯନ୍ତ୍ରରେ ସାମିଲ ଅଛନ୍ତି, ସେମାନଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନିଆଯାଇପାରେ ବୋଲି ଜଣେ ଅଧିକାରୀ କହିଛନ୍ତି। ମହିଳାଙ୍କର ଏହି ଏତଲାକୁ ଯିଏ ଲେଖିଥିଲା, ତାଙ୍କୁ ଖୋଜା ଚାଲିଥିବା ଜଣାପଡ଼ିଛି।
ମହିଳାଙ୍କୁ ଗଣଦୁଷ୍କର୍ମ ମାମଲା: ତଦନ୍ତରୁ ଅଭିଯୋଗର ପ୍ରମାଣ ମିଳୁନି, ବିଭ୍ରାନ୍ତି ପାଇଁ ହୋଇପାରେ କାର୍ଯ୍ୟାନୁଷ୍ଠାନ
/sambad/media/post_attachments/wp-content/uploads/2020/09/rape-1-580x395.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)