ଭୁବନେଶ୍ବର : କ୍ୟାପିଟାଲ ହସ୍ପିଟାଲର କରୋନା ଓପିଡି ନିକଟରେ ଜଣେ ଗର୍ଭବତୀଙ୍କ ପ୍ରସବ ହୋଇଥିବା ଜଣାପଡ଼ିଛି। ୧୪ ତାରିଖରେ ସଂପୃକ୍ତ ମହିଳା ପ୍ରସବ ପାଇଁ ହସ୍ପିଟାଲକୁ ଆସିଥିଲେ। ତାଙ୍କର କୋଭିଡ୍ ପରୀକ୍ଷା କରାଯିବା ପାଇଁ କୁହାଯାଇଥିଲା। ମାତ୍ର ପରୀକ୍ଷା ପୂର୍ବରୁ ମହିଳାଙ୍କ ସେଠାରେ ପ୍ରସବ ହୋଇଯାଇଥିଲା। ଏହି ସମୟରେ ସେଠାରେ ଉପସ୍ଥିତ ଥିବା ନର୍ସ ତାଙ୍କର ରାସ୍ତା ଉପରେ ହିଁ ପ୍ରସବ କରାଇଥିଲେ। ମହିଳା ଜଣକ ଏକ ଶିଶୁକନ୍ୟାକୁ ଜନ୍ମ ଦେଇଥିଲେ। ପରେ ତାଙ୍କୁ ଏମ୍ସିଏଚ୍ ବିଲ୍ଡିଂକୁ ନିଆଯାଇଥିଲା। ପରେ ମହିଳାଙ୍କ କୋଭିଡ୍ ପରୀକ୍ଷା କରାଯାଇଥିବା ବେଳେ ରିପୋର୍ଟ ସଂପର୍କରେ କିଛି ସ୍ପଷ୍ଟ ହୋଇପାରି ନାହିଁ। ଉଭୟ ମା’ ଓ ଶିଶୁ ସୁସ୍ଥ ଥିବା ସୂଚନା ମିଳିଛି। ସେହିପରି ଏହାର କିଛିଦିନ ପୂର୍ବରୁ ରାଜଧାନୀର ଏକ ଘରୋଇ ହସ୍ପିଟାଲର ଜଣେ କର୍ମଚାରୀ କ୍ୟାପିଟାଲ ହସ୍ପିଟାଲକୁ କୋଭିଡ୍ ପରୀକ୍ଷା ପାଇଁ ଆସିଥିଲେ। ହେଲେ ପରୀକ୍ଷା ହେବା ପୂର୍ବରୁ ହିଁ କର୍ମଚାରୀ ଜଣକ ଅଚେତ ହୋଇଯାଇଥିଲେ। ଏହା ପୂର୍ବରୁ ହସ୍ପିଟାଲର ଶିଶୁ ୱାର୍ଡ ସମ୍ମୁଖରେ ଜଣେ ମହିଳା ପ୍ରସବ କରିଥିଲେ। ସ୍ତ୍ରୀ ଓ ପ୍ରସୂତି ୱାର୍ଡକୁ ଯିବା ପୂର୍ବରୁ ହିଁ ମହିଳାଙ୍କ ପ୍ରସବ ହୋଇଯାଇଥିଲା।
କ୍ୟାପିଟାଲ ହସ୍ପିଟାଲ କରୋନା ଓପିଡି ନିକଟରେ ପ୍ରସବ କଲେ ମହିଳା
/sambad/media/post_attachments/wp-content/uploads/2020/08/capital-hospital.jpeg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)