ସିକନ୍ଦରାବାଦ-ହାଓଡା ସ୍ବତନ୍ତ୍ର ଟ୍ରେନରେ ଶିଶୁ ଜନ୍ମ

ଭୁବନେଶ୍ବର : ସିକନ୍ଦରାବାଦ-ହାୱଡା ସ୍ବତନ୍ତ୍ର ଟ୍ରେନର ଏସ୍‌-୭ କୋଚ୍‌ରେ ଯାତ୍ରା କରୁଥିବା ସାଇରା ଫତିମା ନାମ୍ନୀ ଜଣେ ୩୨ ବର୍ଷୀୟ ମହିଳା ଖୋର୍ଦ୍ଧାରୋଡ ଷ୍ଟେସନରେ ଏକ ଶିଶୁ ପୁତ୍ରକୁ ଜନ୍ମ ଦେଇଛନ୍ତି। ବିହାର ବାସିନ୍ଦା ସମ୍ପୃକ୍ତ ମହିଳା ଜଣକ ଟ୍ରେନ୍‌ରେ ଯାତ୍ରା କରୁଥିବା ବେଳେ ପେଟରେ ଯନ୍ତ୍ରଣା ଅନୁଭବ କରିଥିଲେ। ଏନେଇ ମହିଳା ଜଣକ କହିବା ପରେ ରେଳବାଇ ଡାକ୍ତର ଓ ମେଡିକାଲ ଦଳ ଟ୍ରେନ ପହଞ୍ଚିବା ପୂର୍ବରୁ ଷ୍ଟେସନରେ ସଜାଗ ହୋଇ ରହିଥିଲେ। ଟ୍ରେନ ଖୋର୍ଦ୍ଧାରୋଡ ଷ୍ଟେସନରେ ପହଞ୍ଚିବା ପରେ ସେଠାରେ ରଖାଯାଇ ମହିଳାଙ୍କ ପ୍ରସବ କରାଯାଇଥିଲା। ପୂର୍ବାହ୍ନ ୧୧ଟା ୩୦ରେ ଶିଶୁଟି ଜନ୍ମ ଗ୍ରହଣ କରିଥିଲା। ଏହାପରେ ରେଳବାଇ ଦ୍ୱାରା ଉଭୟ ମା’ ଓ ଶିଶୁ ପୁତ୍ରକୁ ସ୍ଥାନୀୟ ସ୍ୱାସ୍ଥ୍ୟକେନ୍ଦ୍ରକୁ ଆମ୍ବୁଲାନ୍ସ ଯୋଗେ ପରବର୍ତ୍ତୀ ଚିକିତ୍ସା ପାଇଁ ନିଆଯାଇଥିଲା। ଉଭୟ ମା’ ଓ ଶିଶୁ ସୁସ୍ଥ ରହିଥିବା ପୂର୍ବତଟ ରେଳପଥ ପକ୍ଷରୁ ସୂଚନା ଦିଆଯାଇଛି।

ସମ୍ବନ୍ଧିତ ଖବର