୧୧ କେଭି ବିଦ୍ୟୁତ୍‌ ତାର ସଂସ୍ପର୍ଶରେ ଆସି ମହିଳା ସମେତ ୨ ଶ୍ରମିକଙ୍କ ମୃତ୍ୟୁ

ଭୁବନେଶ୍ୱର: ରାଜଧାନୀ ଭୁବନେଶ୍ୱରର ଲକ୍ଷ୍ମୀସାଗର ଥାନା ଅନ୍ତର୍ଗତ ସନ୍ତୋଷୀ ବିହାରରେ ରବିବାର ବିଦ୍ୟୁତ୍‌ ତାର ସଂସ୍ପର୍ଶରେ ଆସି ଅପରାହ୍ନରେ ଜଣେ ମହିଳା ସମେତ ୨ଜଣ ଶ୍ରମିକଙ୍କ ମୃତ୍ୟୁ ଘଟିଛି। ଶ୍ରମିକମାନେ ନିର୍ମାଣଧୀନ କାମରେ ବ୍ୟସ୍ତ ଥିବା ବେଳେ ଘର ଉପରେ ଯାଇଥିବା ୧୧ କେଭି ତାରରେ ଲାଗି ଯାଇଥିଲେ। ଦୁର୍ଘଟଣା ପରେ ଉଭୟଙ୍କୁ ଗୁରୁତର ଅବସ୍ଥାରେ ମେଡିକାଲରେ ଭର୍ତ୍ତି କରାଯାଇଥିଲା ହେଁ ଡାକ୍ତର ମୃତ ଘୋଷଣା କରିଥିଲେ। ମୃତକଙ୍କ ମଧ୍ୟରୁ ଜଣେ ବିହାରର ଧନବାଦ ଅଞ୍ଚଳର ଅବଦୁଲ ହମିଦ୍‌ ବୋଲି ଜଣାପଡ଼ିଛି। ମହିଳା ଶ୍ରମିକଙ୍କ ପରିଚୟ ମିଳି ନାହିଁ।

ସମ୍ବନ୍ଧିତ ଖବର