ମହିଳାଙ୍କ ଆତ୍ମହତ୍ୟା

ଭୁବନେଶ୍ବର : ଖଣ୍ଡଗିରି ଥାନା ଅଧୀନସ୍ଥ ଡୁମୁଡୁମା ଅଞ୍ଚଳରେ ବୁଧବାର ନମିତା ପଟ୍ଟନାୟକ ନ‌ାମ୍ନୀ ଜଣେ ମହିଳା ଆତ୍ମହତ୍ୟା କରିଛନ୍ତି। ବେକରେ ଶାଢ଼ି ଲଗାଇ ପଙ୍ଖାରେ ଝୁଲିପଡ଼ିବା ଯୋଗୁଁ ତାଙ୍କର ମୃତ୍ୟୁ ଘଟିଛି। ନମିତାଙ୍କ ସ୍ବାମୀ ଦେବାଶିଷ ଆଜି ଦୋକାନରେ ଥିବା ବେଳେ ସାନ ଝିଅ ଆସି ମା’ କବାଟ ଖୋଲୁନଥିବା କହିଥିଲେ। ଏହା ପରେ ଦେବାଶିଷ କବାଟ ଭାଙ୍ଗି ଦେଖିବାରୁ ପଙ୍ଖାରେ ନମିତାଙ୍କ ଶରୀର ଝୁଲୁଥିଲା। ସେ ସଙ୍ଗେ ସଙ୍ଗେ ତାଙ୍କୁ ଏକ ଘରୋଇ ଡାକ୍ତରଖାନାକୁ ନେଇଥିଲେ ସୁଦ୍ଧା ସେଠାରେ ନମିତାଙ୍କୁ ମୃତ ଘୋଷଣା କରାଯାଇଥିଲା। ପାରିବାରିକ କଳହ ଯୋଗୁଁ ନମିତ‌ା ଏଭଳି ପଦକ୍ଷେପ ନେଇଥିବା ପୁଲିସ ସନ୍ଦେହ କରୁଛି। ପୁଲିସ ନମିତାଙ୍କ ବାପଘରକୁ ଆତ୍ମହତ୍ୟା ସମ୍ପର୍କରେ ଖବର ଦେଇଛି।

ସମ୍ବନ୍ଧିତ ଖବର