ବାରଙ୍ଗ : ଶୁକ୍ରବାର ରାତିରେ ମଞ୍ଚେଶ୍ଵର ଥାନା ଅଧୀନ ଇଞ୍ଜଣା ଗାଁରେ ଜଣେ ମହିଳା ନିଆଁରେ ପୋଡ଼ି ହୋଇ ଗୁରୁତର ହୋଇଛନ୍ତି। ସେ ହେଲେ ସୁଧୀର ପତିଙ୍କ ସ୍ତ୍ରୀ ଶ୍ରଦ୍ଧାଞ୍ଜଳି(୩୬)। ଗୁରୁତର ଅବସ୍ଥାରେ ତାଙ୍କୁ ପ୍ରଥମେ କ୍ୟାପିଟାଲ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ମାତ୍ର ଅବସ୍ଥା ସଂକଟାପନ୍ନ ହେବାରୁ ତାଙ୍କୁ କଟକ ବଡ଼ ମେଡିକାଲକୁ ସ୍ଥାନାନ୍ତର କରାଯାଇଛି। ଏନେଇ ପ୍ରଥମେ ନାନା କଥା ଚର୍ଚ୍ଚା ହେଉଥିଲେ ହେଁ ଶ୍ରଦ୍ଧାଞ୍ଜଳିଙ୍କ ବୟାନକୁ ନେଇ ପୁଲିସ ଛାନ୍ଭିନ୍ ଚଳାଇଛି। ରୁଟି କଲାବେଳେ ତାଙ୍କ ଦେହରେ ନିଆଁ ଲାଗି ଯାଇଥିଲା ବୋଲି ଶ୍ରଦ୍ଧାଞ୍ଜଳି ବୟାନ ଦେଇଥିବା ପୁଲିସ ସୂଚନା ଦେଇଛି। ଶ୍ରଦ୍ଧାଞ୍ଜଳିଙ୍କ ଅବସ୍ଥା ଗୁରୁତର ରହିଛି।
ରୁଟି କଲାବେଳେ ପୋଡ଼ିଗଲେ ମହିଳା
/sambad/media/post_attachments/wp-content/uploads/2021/10/burn.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)