ଭୁବନେଶ୍ୱର : ସ୍ୱାମୀଙ୍କ ପ୍ରତାରଣାର ଶିକାର ହୋଇ ନିଃସହାୟ ଜୀବନ କାଟୁଥିବା ଜଣେ ମହିଳାଙ୍କୁ ଚାରି ବର୍ଷ ପରେ ନ୍ୟାୟ ମିଳିଛି। କ୍ଷତିପୂରଣ ବାବଦକୁ ମହିଳାଙ୍କୁ ମାସିକ ୧୫ହଜାର ଟଙ୍କା ଦେବାକୁ ଭୁବନେଶ୍ୱର ପରିବାର ଅଦାଲତ ମହିଳାଙ୍କ ସ୍ୱାମୀଙ୍କୁ ନିର୍ଦେଶ ଦେଇଛନ୍ତି। ମିଳିଥିବା ସୂଚନା ଅନୁଯାୟୀ, ମହିଳାଜଣଙ୍କ କଟକ ନୟାବଜାର ମଧୁପାଟଣା ଥାନା ଅନ୍ତର୍ଗତ ଗୋସାଳ ରୋଡ୍ର ସଂଜୀବ କୁମାର ପରିଡ଼ାଙ୍କୁ ପ୍ରେମ ବିବାହ କରିଥିଲେ। କିନ୍ତୁ ସଂଜୀବଙ୍କ ଘରଲୋକ ଏହି ବିବାହକୁ ସ୍ୱୀକୃତି ନ ଦେବାରୁ ମହିଳାଙ୍କୁ ନେଇ ସଂଜୀବ ବାହାରେ ଭଡ଼ା ଘରେ ରଖିଥିଲେ। ତେବେ ୨୦୧୩ରେ ସଂଜୀବ ଆଉ ଜଣେ ଯୁବତୀଙ୍କୁ ବିବାହ କରିଥିଲେ। ସ୍ୱାମୀଙ୍କ ପ୍ରତାରଣା ନେଇ ମହିଳାଜଣଙ୍କ ପରିବାର ଅଦାଲତର ଦ୍ୱାରସ୍ଥ ହୋଇଥିଲେ। ଗତ ନଭେମ୍ବର ୨୯ ତାରିଖରେ ଅର୍ଥାତ୍ ୪ ବର୍ଷ ପରେ ରାୟ ପ୍ରକାଶ ପାଇଥିଲା। ରାୟ ମୁତାବକ ସଂଜୀବ ଜଣେ ବି-ଶ୍ରେଣୀର କଣ୍ଟ୍ରାକ୍ଟର ହୋଇଥିବାରୁ ସେ ମହିଳାଙ୍କୁ କୋର୍ଟରେ ଆବେଦନଠାରୁ ନେଇ ଗତ ନଭେମ୍ବର ୨୯ ତାରିଖ ପର୍ଯ୍ୟନ୍ତ ମାସିକ ୧୩ହଜାର ୫୦୦ ଟଙ୍କା ହିସାବରେ ସମସ୍ତ ଟଙ୍କା କିସ୍ତିରେ ଦେବେ। ଏହାସହ ନଭେମ୍ବର ୨୯ ତାରିଖ ପରଠାରୁ ମାସିକ ୧୫ ହଜାର ଟଙ୍କା ଦେବାକୁ କୋର୍ଟ ରାୟ ଦେଇଛନ୍ତି।
୪ ବର୍ଷ ପରେ ମହିଳାଙ୍କୁ ମିଳିଲା ନ୍ୟାୟ
/sambad/media/post_attachments/wp-content/uploads/2017/12/law-1.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)