ଚନ୍ଦ୍ରଶେଖରପୁର : ଆଜି ସକାଳେ ମଞ୍ଚେଶ୍ବର ରେଲୱେ କଲୋନି ବସ୍ତି ଅଞ୍ଚଳରୁ ଜଣେ ମହିଳାଙ୍କ ଝୁଲନ୍ତା ମୃତଦେହକୁ ଚନ୍ଦ୍ରଶେଖରପୁର ଥାନା ପୁଲିସ ଜବତ କରିଛି। ମୃତ ମହିଳା ହେଲେ ଅଞ୍ଜଳି ଜେନା। ଭିତରୁ ବନ୍ଦ ଥିବା ଶୋଇବା ଘର ଫ୍ୟାନ୍ରେ ତାଙ୍କ ମୃତଦେହ ଝୁଲୁଥିବା ଅବସ୍ଥାରେ ପୁଲିସ ଜବତ କରିଥିଲା। ପାରିବାରିକ କଳହକୁ କେନ୍ଦ୍ର କରି ସେ ଆତ୍ମହତ୍ୟା କରିଥିବା ପୁଲିସ ପ୍ରାଥମିକ ତଦନ୍ତରୁ ଜାଣିବାକୁ ପାଇଛି। ତେବେ ବାପଘର ପକ୍ଷରୁ ହତ୍ୟା ଅଭିଯୋଗ କରାଯିବା ପରେ ପୁଲିସ ଅଞ୍ଜଳିଙ୍କ ସ୍ବାମୀଙ୍କୁ ଅଟକ ରଖି ଅଧିକ ଛାନ୍ଭିନ୍ ଚଳାଇଛି। ପରିବାର ଲୋକଙ୍କ ଅଭିଯୋଗ ଅନୁସାରେ ପୂର୍ବରୁ ଅଞ୍ଜଳିଙ୍କ ସ୍ବାମୀ ତାଙ୍କୁ ନିର୍ଯାତନା ଦେଇ ଆସୁଥିଲେ। ତେଣୁ ଏହାକୁ ନେଇ ପୂର୍ବରୁ ବୁଝାମଣା ହୋଇଥିଲା। କିନ୍ତୁ ସବୁ ସତ୍ତ୍ବେ ଅଭିଯୁକ୍ତ ସ୍ବାମୀ ଅଞ୍ଜଳିଙ୍କୁ ପୂର୍ବଭଳି ମାନସିକ ଓ ଶାରୀରିକ ନିର୍ଯାତନା ଦେଉଥିଲେ। ତେଣୁ ଅଞ୍ଜଳିକୁ ହତ୍ୟା କରି ସେ ଆତ୍ମହତ୍ୟାର ରୂପ ଦେଇଛି ବୋଲି ପରିବାର ଲୋକେ ଅଭିଯୋଗ କରିଛନ୍ତି।
ଚନ୍ଦ୍ରଶେଖରପୁର : ମହିଳାଙ୍କ ଝୁଲନ୍ତା ଶବ ଜବତ, ହତ୍ୟା ଅଭିଯୋଗରେ ସ୍ବାମୀ ଅଟକ
/sambad/media/post_attachments/wp-content/uploads/2020/07/suicide-f.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)