ପୁରୁଣା ଭୁବନେଶ୍ୱର : ମହିଳାଙ୍କ ଭ୍ୟାନିଟି ଝାମ୍ପିନେଲେ ଦୁର୍ବୃତ୍ତ

ପୁରୁଣା ଭୁବନେଶ୍ୱର : ଆଜି ପୂର୍ବାହ୍ନ ପ୍ରାୟ ୧୦ଟା ବେଳେ ଶ୍ରୀଲିଙ୍ଗରାଜ ଥାନା ଅନ୍ତର୍ଗତ ନାଗେଶ୍ୱରଟାଙ୍ଗୀ ନାଗେଶ୍ୱର ମନ୍ଦିର ରାସ୍ତାରୁ ଜଣେ ମହିଳାଙ୍କ ଭ୍ୟାନିଟି ବ୍ୟାଗ ଲୁଟ୍‌ ହୋଇଛି। ଲୁଟ୍‌ର ଶିକାର ହୋଇଥିବା ମହିଳା ହେଲେ, ପିପିଲି ଅଞ୍ଚଳର ରାଜଲକ୍ଷ୍ମୀ ପଟ୍ଟନାୟକ। ତାଙ୍କ ବ୍ୟାଗ୍‌ରେ ୨୫ ଶହ ଟଙ୍କା, ମୋବାଇଲ୍‌ ଫୋନ୍‌ ଓ ଅନ୍ୟାନ୍ୟ କାଗଜପତ୍ର ଥିଲା‌। ଏ ନେଇ ରାଜଲକ୍ଷ୍ମୀ ଶ୍ରୀଲିଙ୍ଗରାଜ ଥାନାରେ ଲିଖିତ ଅଭିଯୋଗ କରିଛନ୍ତି। ବାଇକ୍‌ରେ ଥିବା ଦୁଇ ଲୁଟେରା ତାଙ୍କୁ ଧକ୍କା ମାରି ତଳେ ପକାଇବା ପରେ ତାଙ୍କ ହାତରୁ ଭ୍ୟାନିଟି ବ୍ୟାଗ୍ ଛଡ଼େଇ ନେଇଥିଲେ ବୋଲି ସେ ଏତଲାରେ ଦର୍ଶାଇଛନ୍ତି।

ସମ୍ବନ୍ଧିତ ଖବର