ଭୁବନେଶ୍ୱର: ‘ଷ୍ଟେଟ୍‌ ପ୍ରୋଗ୍ରେସିଭ୍‌ ଓ୍ଵିମେନ୍‌ ଫୋରମ୍‌’ ପକ୍ଷରୁ ‘ମହିଳା ଓ ଶିଶୁ ଅଧିକାର ମହାସମ୍ମେଳନ-୨୦୧୭’ ଆସନ୍ତା ୪ ଓ ୫ ତାରିଖ ସ୍ଥାନୀୟ ଜୟଦେବ ଭବନଠାରେ ଆୟୋଜିତ ହେବ। ଏଥିରେ ଓଡ଼ିଶା ସମେତ ୧୮ଟି ରାଜ୍ୟର ମହିଳା କର୍ମୀମାନେ ଯୋଗ ଦେଇ ମହିଳା ଓ ଶିଶୁ ସମସ୍ୟା ଏବଂ ବିକାଶ ଉପରେ ନିଜସ୍ୱ ମତାମତ ଉପସ୍ଥାପନ କରିବେ। ଦେଶ ତଥା ରାଜ୍ୟର ବିଭିନ୍ନ ଅଞ୍ଚଳରୁ ୫୦୦ରୁ ଊର୍ଧ୍ୱ ପ୍ରତିନିଧି ଏଥିରେ ଉପସ୍ଥିତ ରହିବେ ବୋଲି ଆଜି ସ୍ଥାନୀୟ ନେହେରୁ ଯୁବ ପ୍ରତିଷ୍ଠାନଠାରେ ଫୋରମ୍‌ ପକ୍ଷରୁ ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ ଫୋରମ୍‌ର ଅଧ୍ୟକ୍ଷା ମମତା ସାମନ୍ତରାୟ ସୂଚନା ଦେଇଛନ୍ତି। ଆଜିର ଏହି ସମ୍ମିଳନୀରେ ଫୋରମ୍‌ର ରାଜ୍ୟ ସମ୍ପାଦିକା ମୀନାକ୍ଷୀ ପୃଷ୍ଟି ଓ ରାଜ୍ୟ ସଂଯୋଜିକା ଅରୁନ୍ଧତି ମିଶ୍ର ପ୍ରମୁଖ ଉପସ୍ଥିତ ଥିଲେ।