ଭୁବନେଶ୍ବର : ସ୍ବାମୀ ମଦ ପିଇ ମାଡ଼ ମାରୁଛନ୍ତି। ଶାଶୂ-ଶ୍ବଶୁର ଯୌତୁକ ପାଇଁ ଶାରୀରିକ ନିର୍ଯାତନ ଦେଉଛନ୍ତି। ଏଭଳି ହିଂସାର ଶିକାର ହେଲେ କିମ୍ବା ବିପଦରେ ପଡ଼ିଲେ ମହିଳାମାନେ ଆଉ ଚୁପ୍ ହୋଇ ବସୁନାହାନ୍ତି। ସରକାରଙ୍କ ପକ୍ଷରୁ ଜାରି ହୋଇଥିବା ହେଲ୍ପ ଲାଇନ୍ ସର୍ଭିସକୁ ଫୋନ୍ କରି ସହାୟତା ଲୋଡ଼ୁଛନ୍ତି। ସଚେତନତା ବୃଦ୍ଧି ସହ ଦିନକୁ ଦିନ ଏଭଳି କଲ୍ ସଂଖ୍ୟା ମଧ୍ୟ ବଢ଼ିବାରେ ଲାଗିଛି। ଗତ ୫ ବର୍ଷ ମଧ୍ୟରେ ମହିଳା ହେଲ୍ପ ଲାଇନ୍ ସର୍ଭିସ ୧୮୧କୁ ଏଭଳି ୩୭ ହଜାର ୧୪୩ଟି ଫୋନ୍ କଲ୍ ଆସିଥିବା ଜଣାପଡ଼ିଛି। ଏଥିମଧ୍ୟରେ ମହିଳା ବିରୋଧୀ ହିଂସାକୁ ନେଇ ସର୍ବାଧିକ ୫୨୩୫ଟି କଲ୍ ଆସିଥିବାବେଳେ ଘରୋଇ ହିଂସାକୁ ନେଇ ୪୮୩୯ କଲ୍ ଆସିଛି। ଏପରିକି ରାଜ୍ୟ ବାହାରୁ ୨୫୪ଟି କଲ୍ ଆସିଥିବା ମହିଳା ଏବଂ ଶିଶୁ କଲ୍ୟାଣ ବିଭାଗ ପକ୍ଷରୁ ଜାରି ରିପୋର୍ଟରେ ଦର୍ଶାଯାଇଛି।
/sambad/media/post_attachments/wp-content/uploads/2021/09/haras.jpg)
ତେଣୁ ବିକଳ୍ପ ଅଚାନକ କୌଣସି ମହିଳା ହିଂସାର ଶିକାର ହେଲେ ଯଦି ତାଙ୍କ ପାଖରେ ସହାୟତାର କୌଣସି ବିକଳ୍ପ ନାହିଁ; ତେବେ ତୁରନ୍ତ ୧୮୧କୁ ଫୋନ୍ କରି ଆବଶ୍ୟକ ସହଯୋଗ ଲୋଡ଼ି ପାରିବେ। ରାଜ୍ୟରେ ଖୋର୍ଧା ଜିଲ୍ଲାପାଳଙ୍କ ଅଧୀନରେ ଭୁବନେଶ୍ବରରେ ଏହି ହେଲ୍ପ ଲାଇନ ସର୍ଭିସ କାର୍ଯ୍ୟକ୍ଷମ କରାଯାଉଛି। ଏଥିରେ ପୀଡ଼ିତାଙ୍କ ଠାରୁ ଫୋନ କଲ୍ ପାଇବାରେ ୨୪ ଘଣ୍ଟା ମଧ୍ୟରେ ତାଙ୍କୁ ତୁରନ୍ତ ସହାୟତା ପ୍ରଦାନର ବ୍ୟବସ୍ଥା ମଧ୍ୟ ରହିଛି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2020/10/rape.jpg)