ମହିଳାଙ୍କୁ ମାଡ଼, ଯୁବକ ଗିରଫ

ପୁରୁଣା ଭୁବନେଶ୍ୱର: ଜଣେ ମହିଳାଙ୍କୁ ମାଡ଼ ମାରିବା ଅଭିଯୋଗରେ ପୁଲିସ ଜଣକୁ ଗିରଫ କରିଛି। ଗିରଫ ଯୁବକ ଜଣକ ହେଲା କ୍ୟାପିଟାଲ ଥାନା ଅଧୀନ ୟୁନିଟ୍‌-୧ ଅଞ୍ଚଳର ଦେବାଶିଷ ଦାସ(୨୧)। ପୁଲିସ ସୂଚନା ଅନୁଯାୟୀ ନିତୁ ବେହେରା(ଛଦ୍ମନାମ) ନମକ ଜଣେ ମହିଳାଙ୍କ ସହ ଦେବାଶିଷଙ୍କ ସମ୍ପର୍କ ରହିଛି। କିଛିଦିନ ହେଲା ଉଭୟଙ୍କ ମଧ୍ୟରେ ମତାନ୍ତର ରହିଛି। ଦେବାଶିଷଠାରୁ ନିତୁ ଟଙ୍କା ନେଇଥିବାରୁ ଶୁକ୍ରବାର ସେ ନିତୁକୁ ସାମନ୍ତରାପୁର ଛକ ନିକଟକୁ ଡାକିଥିଲା। ନିତୁ ପହଞ୍ଚିବା ପରେ ଦେବାଶିଷ ତାଙ୍କୁ ଟଙ୍କା ମାଗିଥିଲେ। ତେବେ ନିତୁ ୨ଶହ ଟଙ୍କା ଦେବାରୁ ସେ ଅସଭ୍ୟ ଭାଷାରେ ଗାଳିଗୁଲଜ କରିବା ସହ ମାଡ଼ ମାରିଥିଲେ। ଏନେଇ ଅଭିଯୋଗ ପରେ ପୁଲିସ ଆଜି ଦେବାଶିଷକୁ ଗିରଫ କରି କୋର୍ଟ ଚାଲାଣ କରିଛି।

ସମ୍ବନ୍ଧିତ ଖବର