ମନ୍ଦିରରେ ଦୀପ ଜାଳୁ ଜାଳୁ ଜଳିଗଲେ ମହିଳା

ଖଣ୍ଡଗିର: ସ୍ଥାନୀୟ କୋଳଥିଆ ମା’ ମଙ୍ଗଳା ମନ୍ଦିରରେ ଘଟିଛି ଏକ ଅଘଟଣ। ଦୀପ ଜାଳି ମୁଣ୍ଡିଆ ମାରୁଥିବାବେଳେ ଦୀପରୁ ନିଅାଁ ଲାଗି ଜଣେ ମହିଳା ଜଳି ଯାଇଛନ୍ତି। ମୃତକ ହେଲେ ସେହି ଗାଁର ପ୍ରଭାକର ଓଝାଙ୍କ ସ୍ତ୍ରୀ ପ୍ରମିଳା(୫୧)। ସ୍ଥାନୀୟ ଲୋକଙ୍କ ସହାୟତାରେ ତାଙ୍କୁ ଉଦ୍ଧାର କରି ହସ୍ପିଟାଲରେ ଭର୍ତି କରାଯାଇଥିଲେ ମଧ୍ୟ ତାଙ୍କୁ ବଞ୍ଚାଇବା ସମ୍ଭବ ହୋଇପାରିନାହିଁ। ପୁରୀ ସ୍ବର୍ଗଦ୍ବାରରେ ତାଙ୍କ ଅନ୍ତ୍ୟଷ୍ଟି କ୍ରିୟା ସମାପନ ହୋଇଛି। ବୁଧବାର ପୂର୍ବାହ୍ଣ ପ୍ରାୟ ସାଢ଼େ ୧୧ଟାରେ ପ୍ରମିଳା ମନ୍ଦିରକୁ ଯାଇଥିଲେ। ସେ ମୁଣ୍ଡିଆ ମାରୁଥିବା ବେଳେ ଗୋଟିଏ ଦୀପରୁ ନିଅାଁ ତାଙ୍କ ଶାଢ଼ିରେ ଲାଗି ଯାଇଥିଲା। ସେ ଜାଣିବାବେଳକୁ ପୁରା ଶାଢ଼ିଟିକୁ ନିଅାଁ ଧରି ସାରିଥିଲା। ଛାଟିପିଟି ହୋଇ ସେ ବହୁ ଚେଷ୍ଟା କରିଥିଲେ ବି ସେ ନିଅାଁରୁ ମୁକୁଳି ପାରିନଥିଲେ। ଚିତ୍କାର ଶୁଣି ପାଖ ପଡ଼ୋଶୀ ଘଟଣାସ୍ଥଳକୁ ଧାଇଁ ଆସି ତାଙ୍କୁ ଉଦ୍ଧାର କଲାବେଳକୁ ତାଙ୍କ ଶରୀରର ପ୍ରାୟ ଶତକଡ଼ା ୮୦ ଭାଗ ପୋଡ଼ି ଯାଇଥିଲା। ସଙ୍ଗେ ସଙ୍ଗେ ତାଙ୍କୁ ଭୁବନେଶ୍ବର ଏମ୍‌ସ ଓ ପରେ ପରେ କଟକ ବଡ଼ ଡାକ୍ତରଖାନାକୁ ସ୍ଥାନାନ୍ତର କରାଯାଇଥିଲା। ମାତ୍ର ବାଟରେ ସେ ଆଖି ବୁଜି ଦେଇଥିଲେ। ପ୍ରମିଳାଙ୍କ ଏଭଳି ଦୁଃଖଦ ମୃତ୍ୟୁ କୋଳଥିଆରେ ଶୋକର ଛାୟା ଖେଳାଇ ଦେଇଛି।

ସମ୍ବନ୍ଧିତ ଖବର