ରାଜଧାନୀର ଏକ ଘରୋଇ ଡାକ୍ତରଖାନାରେ ଡାକ୍ତରଙ୍କ ତ୍ରୁଟିପୂର୍ଣ୍ଣ ଅସ୍ତ୍ରୋପଚାର : ମହିଳାଙ୍କ ପେଟରେ ଗଜ୍ କପଡ଼ା ଛାଡ଼ି ଦେଇଥିବା ଅଭିଯୋଗ

ଭୁବନେଶ୍ୱର : ରାଜଧାନୀର ଏକ ଘରୋଇ ଡାକ୍ତରଖାନା ବିରୋଧରେ ଜଣେ ମହିଳା ଚିକିତ୍ସାରେ ଅବହେଳାର ଅଭିଯୋଗ ଆଣିଛନ୍ତି। ଅସ୍ତ୍ରୋପଚାର ହୋଇଥିବା ଜଣେ ମହିଳାଙ୍କ ତଳିପେଟରେ ଦୁଇ ଖଣ୍ଡ ଗଜ୍ କପଡ଼ା ଡାକ୍ତର ଛାଡ଼ି ଦେଇଥିବା ଅଭିଯୋଗ ହୋଇଛି। ଏ ନେଇ ମହିଳାଙ୍କ ପରିବାର ଲୋକ ଥାନାରେ ଅଭିଯୋଗ କରିବେ ବୋଲି ସୂଚନା ମିଳିଛି।

HealthCentral.nz

ସୂଚନା ଅନୁସାରେ, ଆଠ ମାସ ପୂର୍ବରୁ ସମ୍ପୃକ୍ତ ମହିଳାଙ୍କର ସ୍ତ୍ରୀ ରୋଗ ଚିକିତ୍ସା ପାଇଁ ଅସ୍ତ୍ରୋପଚାର ହୋଇଥିଲ‌ା। ଏହି ଅସ୍ତ୍ରୋପଚାର ପରେ ବି ତାଙ୍କ ତଳ ପେଟରେ ଯନ୍ତ୍ରଣା ହୋଇଥିଲା। ଏହି ଯନ୍ତ୍ରଣାକୁ ସାମାନ୍ୟ ଭାବି ଆଠମାସ ପର୍ଯ୍ୟନ୍ତ ଅଣଦେଖା କରି ରହି ଯାଇଥିଲେ। କିନ୍ତୁ ଯେତେବେଳେ ଯନ୍ତ୍ରଣା ଅସହ୍ୟ ହେଲା ସେ ରାଜଧାନୀର ଆଉ ଏକ ହସ୍ପିଟାଲକୁ ଆସି ଅନ୍ୟ ଜଣେ ଡାକ୍ତରଙ୍କ ପରାମର୍ଶ ନେଇଥିଲେ। ଏଠାରେ ଡାକ୍ତର ତାଙ୍କର ଚିକିତ୍ସା କରିବା ପରେ ତାଙ୍କ ମୂତ୍ରାଶୟରେ ଦୁଇ ଖଣ୍ଡ ଗଜ କପଡ଼ା ରହି ଯାଇଥିବା ଜଣା ପଡ଼ିଥିଲା। ଏହି କାରଣରୁ ଅସ୍ତ୍ରୋପଚାର ପରେ ବି ତାଙ୍କ ତଳି ପେଟରେ ଯନ୍ତ୍ରଣା ଲାଗି ରହିଛି ବୋଲି ଡାକ୍ତର କହିଥିଲେ। ଡାକ୍ତରଙ୍କ ଏପରି ତ୍ରୁଟିପୂର୍ଣ୍ଣ ଅସ୍ତ୍ରୋପଚାର ବିରୋଧରେ ସେ ଥାନାରେ ଅଭିଯୋଗ କରିବେ ବୋଲି କହିଛନ୍ତି।

ସମ୍ବନ୍ଧିତ ଖବର