ଭୁବନେଶ୍ବର: ଢେଙ୍କାନାଳ ଜିଲ୍ଲା ବେଲ୍ଟିକିରି ସ୍ଥିତ ସେଲ୍ଟର ହୋମ୍ରେ ଅନ୍ତେବାସୀଙ୍କୁ ଯୌନ ନିର୍ଯାତନା ଘଟଣାର ପ୍ରତିବାଦରେ ଆଜି ମହିଳା କଂଗ୍ରେସ ପକ୍ଷରୁ ମାଷ୍ଟରକ୍ୟାଣ୍ଟିନ୍ଠାରେ ବିକ୍ଷୋଭ ପ୍ରଦର୍ଶନ କରାଯାଇଛି। ସଭାନେତ୍ରୀ ସୁମିତ୍ରା ଜେନାଙ୍କ ନେତୃତ୍ବରେ ଶତାଧିକ କର୍ମୀ କଂଗ୍ରେସ ଭବନରୁ ଏକ ଶୋଭାଯାତ୍ରାରେ ବାହାରି ମାଷ୍ଟରକ୍ୟାଣ୍ଟିନ ପର୍ଯ୍ୟନ୍ତ ଆସିଥିଲେ। ସେଠାରେ ବିକ୍ଷୋଭ ପ୍ରଦର୍ଶନ କରିବା ସହ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଓ ମହିଳା ଓ ଶିଶୁ ବିକାଶ ମନ୍ତ୍ରୀ ପ୍ରଫୁଲ୍ଲ ସାମଲଙ୍କ କୁଶପୁତ୍ତଳିକା ଦାହ କରିଥିଲେ। ତେବେ ଘଟଣା ସିବିଆଇ ତଦନ୍ତ କରାଯାଇ ୧୫ ଦିନ ମଧ୍ୟରେ ଅଭିଯୁକ୍ତଙ୍କୁ ଗିରଫ କରିବାକୁ ମହିଳା କଂଗ୍ରେସ ଦାବି କରିଛି। ଯଦି ଏନେଇ ତୁରନ୍ତ ପଦକ୍ଷେପ ନିଆ ନ ଯାଏ ତେବେ ଆଗାମୀ ଦିନରେ ସାରା ରାଜ୍ୟରେ ଆନ୍ଦୋଳନ କରାଯିବ ବୋଲି ମହିଳା କଂଗ୍ରେସ ଚେତାବନୀ ଦେଇଛି। ଆଜିର ଏହି ବିକ୍ଷୋଭରେ ଅନ୍ୟମାନଙ୍କ ମଧ୍ୟରେ କାର୍ଯ୍ୟକାରୀ ସଭାପତି ବନ୍ଦିତା ପରିଡ଼ା, ସ୍ବାଧୀନବାଳା ଦାସ, ଭାଗ୍ୟଶ୍ରୀ ପ୍ରଧାନ, ଜୟଶ୍ରୀ ପଟ୍ଟନାୟକ, ବୈଶାଳୀ ବେହେରା, କୁସୁମ ପ୍ରଧାନ, ନିରୁପମା ଦାସଙ୍କ ସମେତ ବହୁ ମହିଳା ନେତ୍ରୀ ଓ କର୍ମୀ ଉପସ୍ଥିତ ଥିଲେ।
ମହିଳା କଂଗ୍ରେସ ପକ୍ଷରୁ ବିକ୍ଷୋଭ
/sambad/media/post_attachments/wp-content/uploads/2018/12/Untitled-13-3.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)