ବାଲିପାଟଣା: ସ୍ଥାନୀୟ ପମ୍ପାଲୋ ପଞ୍ଚାୟତ ଅଞ୍ଚଳର ଜଣାଶୁଣା ଶିକ୍ଷକ ସ୍ବର୍ଗତ ଉମେଶ ଚନ୍ଦ୍ର ମହାନ୍ତିଙ୍କ ଧର୍ମପତ୍ନୀ ଉର୍ମିଳା ମହାନ୍ତିଙ୍କର ବୁଧବାର ସକାଳେ ପରଲୋକ ଘଟିଛି। ମୃତ୍ୟୁ ବେଳକୁ ତାଙ୍କୁ ୮୦ ବର୍ଷ ବୟସ ହୋଇଥିଲା। ସେ କିଛି ଦିନ ଧରି ବାର୍ଦ୍ଧକ୍ୟଜନିତ ଅସୁସ୍ଥତାରେ ପୀଡ଼ିତ ଥିଲେ। ତାଙ୍କ ମୃତ୍ୟୁ ଖବର ପ୍ରଚାରିତ ହେବା ପରେ ବାଲିପାଟଣା ବ୍ଲକ୍‌ର ବହୁ ବିଶିଷ୍ଟ ବ୍ୟକ୍ତି ‌ଶେଷ ଦର୍ଶନ ପାଇଁ ତାଙ୍କ କୁଳନ୍ତିରାଶାସନ ବାସଭବନରେ ପହଞ୍ଚିଥିଲେ।

Advertisment

ଗାଁ ଶ୍ମଶାନରେ ତାଙ୍କ ଅନ୍ତିମ ସଂସ୍କାର କରାଯାଇଥିଲା। ବଡ଼ପୁଅ ଲକ୍ଷ୍ମୀନାରାୟଣ ମହାନ୍ତି ମୁଖାଗ୍ନି ଦେଇଥିବା ବେଳେ ବଡ଼ମଝିଆଁ ପୁଅ ତଥା ଭୁବନେଶ୍ବର ବାର୍‌ ଆସୋସିଏସନ୍‌ର ପୂର୍ବତନ ସମ୍ପାଦକ ବିଶ୍ବ ନାରାୟଣ ମହାନ୍ତି, ସାନ ମଝିଆଁ ପୁଅ ସୂର୍ଯ୍ୟନାରାୟଣ, ସାନ ପୁଅ ବିରଞ୍ଚି, ସାନ ବୋହୂ ତଥା ପୂର୍ବତନ ଜିଲ୍ଲା ପରିଷଦ ସଭ୍ୟା ପ୍ରଭାତ ନଳିନୀ ମହାନ୍ତି ଓ ଅନ୍ୟାନ୍ୟ ଆତ୍ମୀୟ ସ୍ବଜନମାନେ ଉପସ୍ଥିତ ଥିଲେ। ସେ ଜଣେ ବିଶିଷ୍ଟ ଧର୍ମପ୍ରାଣା ମହିଳା ହୋଇଥିବାରୁ ତାଙ୍କ ବି‌ୟୋଗରେ ସ୍ଥାନୀୟ ଅଞ୍ଚଳରେ ଶୋକର ଛାୟା ଖେଳିଯାଇଛି।