ଭୁବନେଶ୍ୱର: ରସୁଲଗଡ଼ ଜଗନ୍ନାଥ ନଗରରେ ରହୁଥିବା ଜଣେ ମହିଳାଙ୍କ ମୃତ୍ୟୁ ଘଟଣାରେ ମଞ୍ଚେଶ୍ୱର ଥାନା ପୁଲିସ ଆଜି ଅଭିଯୁକ୍ତ ସ୍ୱାମୀକୁ ଗିରଫ କରି କୋର୍ଟଚାଲାଣ କରିଛି। ଅଭିଯୁକ୍ତଜଣଙ୍କ ହେଲେ, ତାପସ ସାହୁ(୩୫)। ଘର ବାଲେଶ୍ୱର ଜିଲ୍ଲା ସୋର ବ୍ଲକ ଅଞ୍ଚଳରେ। ସୂଚନା ଥାଉକି, ବାପଘରୁ ଅଧିକ ଯୌତୁକ ଆଣିବା ପାଇଁ ତାପସ ତାଙ୍କ ସ୍ତ୍ରୀ ଅନନ୍ୟାଙ୍କୁ ବାରମ୍ବାର ନିର୍ଯାତନା ଦେଉଥିଲେ। ଏଥିପାଇଁ ଅନେକ ସମୟରେ ମାଡ଼ ମଧ୍ୟ ମାରୁଥିଲେ। ଏ ସଂପର୍କରେ ଅନନ୍ୟା ତାଙ୍କ ପରିବାର ଲୋକଙ୍କୁ କହିବାରୁ ସେମାନେ ଦୁହିଁଙ୍କୁ ବୁଝାସୁଝା କରି ଘରକୁ ପଠାଇଥିଲେ। କିଛି ଦିନ ଭଲରେ ଚଳିବା ପରେ ତାପସ ପୁଣି ଟଙ୍କା ପାଇଁ ଅନନ୍ୟାଙ୍କୁ ମାଡ଼ ମାରିବା ଆରମ୍ଭ କରିଥିଲେ। ତେବେ କ୍ରମଶଃ ନିର୍ଯାତନା ଅସହ୍ୟ ହେବାରୁ ଗତ ୧୯ ତାରିଖରେ ଅନନ୍ୟା ଆତ୍ମହତ୍ୟା କରିଥିଲେ। ଝିଅର ମୃତ୍ୟୁ ଖବର ଶୁଣିବା ପରେ ଅନନ୍ୟାଙ୍କ ପରିବାର ଲୋକ ମଞ୍ଚେଶ୍ୱର ଥାନାରେ ଝିଅକୁ ହତ୍ୟା କରାଯାଇଛି ବୋଲି ଅଭିଯୋଗ କରିଥିଲେ। ଏନେଇ ପୁଲିସ ଏକ ମାମଲା ରୁଜୁ କରି ତଦନ୍ତ ଚଳାଇଥିଲା।
ମହିଳାଙ୍କ ସନ୍ଦେହଜନକ ମୃତ୍ୟୁ: ଜେଲ୍ ଗଲା ସ୍ୱାମୀ
/sambad/media/post_attachments/wp-content/uploads/2018/08/jail-2.jpg-f.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)