ମହିଳା ସଶକ୍ତୀକରଣ ରାଷ୍ଟ୍ର ବିକାଶରେ ସହାୟକ ହେବ

ଭୁବନେଶ୍ବର: ରାଷ୍ଟ୍ରର ବିକାଶ ମହିଳା ସଶକ୍ତୀକରଣ ଉପରେ ନିର୍ଭର କରେ। ତେଣୁ ଧୈର୍ଯ୍ୟ, ସାହସ ଏବଂ କ୍ଷମତାକୁ ନିଜ ଯୋଗ୍ୟତାର ମାପକାଠି ଭାବେ ଗ୍ରହଣ କରି ଯେକୌଣସି ନିର୍ଣ୍ଣୟ ନେଲେ ଜୀବନରେ ସଫଳତା ମିଳିବ। ଓଜସ୍ବୀ ଫାଉଣ୍ଡେସନ୍‌ ପକ୍ଷରୁ ଆୟୋଜିତ ସଂଯୋଜକ ସମ୍ମିଳନୀରେ ବକ୍ତାମାନେ ଏହା କହିଛନ୍ତି। ସାଇ କନ୍‌ଭେନ୍‌ସନ୍‌ରେ ଅନୁଷ୍ଠିତ ଏହି ସମ୍ମିଳନୀ ପ୍ରାରମ୍ଭରେ ପୁଲୱାମା ସହିଦମାନଙ୍କ ଉଦ୍ଦେଶ୍ୟରେ ନିରବ ପ୍ରାର୍ଥନା କରାଯାଇଥିଲା। ଫାଉଣ୍ଡେସନ୍‌ର ଅଧ୍ୟକ୍ଷା ଅର୍ପିତା ଅପରାଜିତା ବଡ଼ଜେନାଙ୍କ ସଭାପତିତ୍ବରେ ଅନୁଷ୍ଠିତ ସଭାରେ ବରିଷ୍ଠ ସାମ୍ବାଦିକା ଚିତ୍ରାଙ୍ଗଦା ପ୍ରଧାନ ମୁଖ୍ୟଅତିଥି, ସମାଜ ସେବିକା ପ୍ରୀତିଛନ୍ଦା ଧଳ ମୁଖ୍ୟବକ୍ତା ଭାବେ ଯୋଗ ଦେଇଥିବା ବେଳେ ଉପାଧ୍ୟକ୍ଷା ଶିବାନୀ ମାଝୀ, ସାଧାରଣ ସମ୍ପାଦିକା ପ୍ରତୀକ୍ଷା ଆଚାର୍ଯ୍ୟ, ସହ-ସମ୍ପାଦିକା ସରିତା ଭୋଇ, କୋଷାଧ୍ୟକ୍ଷ ସୁଜିତ ସାହୁ ମଞ୍ଚାସୀନ ଥିଲେ। ସଂଗଠନର ବିଭିନ୍ନ ଜନହିତକର କାର୍ଯ୍ୟର ପ୍ରଶଂସା କରିଥିଲେ ଅତିଥିମାନେ। ଏହି ସମ୍ମିଳନୀରେ କୋରାପୁଟ, ପୁରୀ, କଟକ, କେନ୍ଦୁଝର ସମେତ ବିଭିନ୍ନ ଜିଲ୍ଲାର ସଂଯୋଜିକା ଉପସ୍ଥିତ ଥିଲେ।

ଏହି ଅବସରରେ ବାଳକ ଶାଖା ଉନ୍ମୋଚନ କରାଯାଇ ଭାଗବତ ବାସୁଦେବ ଓଝା ସଭାପତି ଓ ବିଶ୍ବଜିତ ଚମ୍ପତ୍ତିଙ୍କୁ ସାଧାରଣ ସମ୍ପାଦକ ଦାୟିତ୍ବ ପ୍ରଦାନ କରାଯାଇଥିଲା। ଏହାଛଡ଼ା ଚିନ୍ମୟୀ ରାୟଗୁରୁଙ୍କୁ ଭୁବନେଶ୍ବର ସଂଯୋଜିକା, ସତ୍ୟଭାମା ସାମଲ ଯୁଗ୍ମ ସଂଯୋଜିକା, ବର୍ଷା ମିଶ୍ରଙ୍କୁ ପୁରୀ ଜୋନ୍‌ ସଂଯୋଜିକା ଏବଂ ସୁଷମା ପରଜାଙ୍କୁ କୋରାପୁଟ ସଂଯୋଜିକା ଦାୟିତ୍ବ ଅର୍ପଣ କରାଯାଇଥିଲା। କାର୍ଯ୍ୟକ୍ରମ ଶେଷରେ ସମ୍ପାଦିକା ଧନ୍ୟବାଦ ଅର୍ପଣ କରିଥିଲେ।

ସମ୍ବନ୍ଧିତ ଖବର