କୃପାଜଳରେ ମହିଳା ସଶକ୍ତୀକରଣ କର୍ମଶାଳା

ଭୁବନେଶ୍ବର: କୃପାଜଳ ବୈଷୟିକ ମହାବିଦ୍ୟାଳୟରେ ‘ମହିଳା ସଶକ୍ତୀକରଣ’ ଶୀର୍ଷକ କର୍ମଶାଳା ଅନୁଷ୍ଠିତ ହୋଇଯାଇଛି। ଏଥିରେ ଆଞ୍ଚଳିକ ଏନ୍‌ଏସ୍‌ଏସ୍‌ କେନ୍ଦ୍ର ନିର୍ଦ୍ଦେଶିକା ସରିତା ପଟେଲ୍ ଯୋଗଦେଇ ମହିଳା ସଶକ୍ତୀକରଣରେ ଥିବା ପ୍ରତିବନ୍ଧକ ଓ ଏହାର ନିରାକରଣ ଉପରେ ଆଲୋକପାତ କରିଥିଲେ। ଶର୍ମିଷ୍ଠା ରଥ ଓ ନିର୍ଦ୍ଦେଶିକା ଶ୍ୱେତା ଖଣ୍ଡେଲୱାଲ ଯୋଗଦେଇ ମହିଳା ସଶକ୍ତୀକରଣର ବିଭିନ୍ନ ଦିଗ ଉପରେ ଆଲୋକପାତ କରିଥିଲେ।

ପ୍ରିନ୍‌ସପାଲ୍ ଡ. ଦିଲ୍ଲୀପ କୁମାର ବିଶ୍ୱାଳ ସ୍ୱାଗତ ଭାଷଣ ଦେଇଥିବା ବେଳେ ଶୀତଲ ପୃଷ୍ଟି, ସ୍ମୃତିଶ୍ରୀ ଅପରାଜିତା, ପଲ୍ଲବୀ ପ୍ରିୟଦର୍ଶନୀ, ପ୍ରାଚୀତାରା ଶତପଥୀ, ଦିନେଶ ମହାଜନ, ଡ. ଭବାନୀ ପ୍ରସନ୍ନ ପଟ୍ଟନାୟକ, ଅମିୟ ନାୟକ ପରିଚାଳନାରେ ସହଯୋଗ କରିଥିଲେ। ଅନୁଷ୍ଠାନର ନିର୍ଦ୍ଦେଶକ ଭିରେନ୍ କୁମାର ରଥ ଶ୍ରୀମତୀ ପଟେଲଙ୍କୁ ସ୍ମାରକୀ ପ୍ରଦାନ କରି ସମ୍ମାନିତ କରିଥିଲେ। ଏନ୍‌ଏସ୍‌ଏସ୍‌ ସେଲ୍‌ ସଂଯୋଜକ ମନୋଜ ବିଶ୍ୱାଳ ଧନ୍ୟବାଦ ଦେଇଥିଲେ। ଉଲ୍ଲେଖଯୋଗ୍ୟ, କୃପାଜଳ ବୈଷୟିକ ମହାବିଦ୍ୟାଳୟ ଓ ପ୍ରତିଷ୍ଠାତା ଡ. ଭବାନୀ ଚରଣ ରଥ ନାରୀଶକ୍ତି ଏବଂ ଜାଗରଣ ପାଇଁ ପଦକ୍ଷେପ ସ୍ବରୂପ ପ୍ରତିବର୍ଷ କିଛି ମେଧାବୀ ଛାତ୍ରୀଙ୍କୁ ବିନା ମୂଲ୍ୟରେ ବୈଷୟିକ ଶିକ୍ଷା ପ୍ରଦାନ କରି ଆସୁଛି।

ସମ୍ବନ୍ଧିତ ଖବର