ଭୁବନେଶ୍ୱର: ପୁରୁଷ ଅପେକ୍ଷା ନାରୀ ଅଧିକ ଶକ୍ତିଶାଳୀ। ଶେଷ ପର୍ଯ୍ୟନ୍ତ କେବଳ ନାରୀଟିଏ ହିଁ ଲଢ଼େଇ କରିପାରେ। ଆବଶ୍ୟକସ୍ଥଳେ ସେ କଠୋର ଓ କୋମଳ ହୋଇପାରେ। କିଛି ପାଶ୍ଚାତ୍ୟଦେଶରେ ମହିଳାଟିଏ ବୃଦ୍ଧା ହୋଇଗଲେ ତାକୁ ଜରାଶ୍ରମରେ ଛାଡ଼ି ଦିଆଯାଏ। କିନ୍ତୁ ଭାରତରେ ବୁଢ଼ି ଠାକୁରାଣୀ ପୂଜା ପାଏ। ‘କନ୍ୟା ଅନ୍ମୋଲ୍ ହୈ’ ପକ୍ଷରୁ ଆଜି ହୋଟେଲ୍ ସ୍ବସ୍ତିରେ ଅନୁଷ୍ଠିତ ‘ଚରଣ ସ୍ପର୍ଶ ସମ୍ମାନ’ ପ୍ରଦାନ ଉତ୍ସବରେ ଆଜି ଅତିଥିମାନେ ନାରୀ ସମ୍ପର୍କରେ ଏଭଳି ଆଲୋକପାତ କରିଛନ୍ତି। ବିଶିଷ୍ଟ ଔପନ୍ୟାସିକ ବିଭୂତି ପଟ୍ଟନାୟକ, କବି ପ୍ରତିଭା ଶତପଥୀ, ‘ପୌରୁଷ’ର ସମ୍ପାଦକ ଅସିତ ମହାନ୍ତି, ଅଭିନେତ୍ରୀ ଅନୁ ଚୌଧୁରୀ, ଡ.ଐଶ୍ବର୍ଯ୍ୟା ବିଶ୍ବାଳ, ମୀରା ପରିଡ଼ା, ଅଭିନେତ୍ରୀ ଆହାନା ବରାଳ ପ୍ରମୁଖ ଅତିଥି ଭାବେ ଯୋଗଦେଇ ବକ୍ତବ୍ୟ ରଖିବା ସହ ପୁରସ୍କାର ପ୍ରଦାନ କରିଥିଲେ। କଣ୍ଠଶିଳ୍ପୀ ଶାନ୍ତିଲତା ବାରିକ, ପର୍ବତାରୋହୀ କଳ୍ପନା ଦାସ, ସାହିତ୍ୟିକା ସଂଘମିତ୍ରା ମିଶ୍ର ଏବଂ ଅଭିନେତ୍ରୀ ନମ୍ରତା ଦାସଙ୍କୁ ପୁରସ୍କୃତ କରାଯାଇଥିଲା। ଅନୁଷ୍ଠାନର ପ୍ରତିଷ୍ଠାତା ସରୋଜ ଦାଶ ଉତ୍ସବରେ ଅଧ୍ୟକ୍ଷତା କରିଥିଲେ। ପ୍ରତିଷ୍ଠାତା ସସ୍ମିତା ଦାଶ, ସଭାପତି ଅମିୟବାଳା ପରିଡ଼ା, ଅଂଶୁ ତ୍ରିପାଠୀ, ଅର୍ଚନା ପାଣିଗ୍ରାହୀ, ସାଗର ଦାସ, ସୂର୍ଯ୍ୟନାରାୟଣ ମହାନ୍ତି ପ୍ରମୁଖ ଉପସ୍ଥିତ ଥିଲେ। ତପସ୍ବିନୀ ପଟ୍ଟନାୟକ କାର୍ଯ୍ୟକ୍ରମ ସଂଯୋଜନା କରିଥିଲେ।
୪ ମହିଳାଙ୍କୁ ‘ଚରଣ ସ୍ପର୍ଶ ସମ୍ମାନ’: ନାରୀ ହିଁ ଶେଷ ପର୍ଯ୍ୟନ୍ତ ଲଢ଼ିପାରେ
/sambad/media/post_attachments/wp-content/uploads/2018/12/Untitled-27-6.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)